Taiwan Earthquake: ନୂଆଦିଲ୍ଲୀ: ତାଇୱାନରେ ଆସିଥିବା ଭୟଙ୍କର ଭୂମିକମ୍ପରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିଛି। ରିପୋର୍ଟ ଲେଖାଯିବା ବେଳକୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। କୁହାଯାଉଛି କି ବିଗତ ୨୫ ବର୍ଷ ମଧ୍ୟରେ ଏହି ଭୂକମ୍ପ ସବୁଠାରୁ ଶକ୍ତିଶାଳୀ ତଥା ଭୟଙ୍କର ଭୂକମ୍ପ ରହିଥିଲା। ଏହି ଭୂକମ୍ପ ପରେ ତାଇୱାନର ଭିତ୍ତିଭୂମୀ ଭୟଙ୍କର ଭାବେ ଦୋହଲିଯାଇଛି। ସେପଟେ ଏହି ଭୂକମ୍ପ ପରେ ଜାପାନ ସୁନାମୀ ଆଲର୍ଟ ଜାରି କରିଛି। 


COMMERCIAL BREAK
SCROLL TO CONTINUE READING

 



ବୁଧବାର ସକାଳେ ତାଇୱାନର ରାଜଧାନୀ ତାଇପେଇରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା। ବିପଜ୍ଜନକ ବର୍ଗରେ ଥିବା ରିଚ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୫ ମାପ କରାଯାଇଥିଲା। ୨୫ ବର୍ଷ ମଧ୍ୟରେ ତାଇୱାନରେ ଏହା ସବୁଠାରୁ ଭୟଙ୍କର ଭୂକମ୍ପ ବୋଲି କୁହାଯାଉଛି। ରଏଟର୍ସ ରିପୋର୍ଟ ଅନୁଯାୟୀ, ଭୂକମ୍ପର କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ତାଇପେଇର ଅନେକ ସ୍ଥାନରେ ବିଦ୍ୟୁତ୍ ନଷ୍ଟ ହୋଇଯାଇଥିଲା। ଭୂକମ୍ପ ପରେ ତୁରନ୍ତ ପଡୋଶୀ ଦେଶ ଜାପାନ ସତର୍କ ହୋଇ ସୁନାମି ଚେତାବନୀ ଦେଇଥିଲା। ଲୋକଙ୍କୁ ତଳିଆ ଅଞ୍ଚଳ ଛାଡିବାକୁ ମଧ୍ୟ କୁହାଯାଇଥିବା ନେଇ ସୂଚନା ରହିଛି। 


 



ତେବେ ସୋସିଆଲ ମିଡିଆରେ ପ୍ରକାଶ ପାଇଥିବା ଭିଡିଓରେ ଭୂକମ୍ପ ହେତୁ ଅନେକ ସ୍ଥାନରେ ଭୂସ୍ଖଳନ ଓ କୋଠା ଭୁଶୁଡ଼ିବାର ଖବର ରହିଛି। ଭୋଲକାନୋ ଡିସ୍କଭରି ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ସମୟ ସକାଳ ୯ଟାରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର ଗଭୀରତା ୩୫ କିଲୋମିଟର ଥିଲା ଏବଂ ଏହା ଦେଶର ଏକ ବଡ଼ ଭାଗରେ ଅନୁଭୂତ ହୋଇଥିଲା। ଭୂକମ୍ପର ଗଭୀରତା ହେତୁ ଏହାର କେନ୍ଦ୍ରରେ ଏହା ଅତ୍ୟନ୍ତ ଦୃଢ ଅନୁଭବ କରାଯାଇଥିଲା।


 



ସୁନାମୀ ପାଇଁ ସତର୍କ ସୂଚନା ଜାରି
ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ହୁଆଲିଏନ୍ ସହରଠାରୁ ପ୍ରାୟ 18 କିଲୋମିଟର ଦକ୍ଷିଣରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ତାଇୱାନର କେନ୍ଦ୍ରୀୟ ପାଣିପାଗ ପ୍ରଶାସନ ମଧ୍ୟ ଭୂକମ୍ପ ପରେ ସୁନାମି ସତର୍କ ସୂଚନା ଜାରି କରିଛି। CWA ଦ୍ୱାରା ବାସିନ୍ଦାଙ୍କୁ ଏକ ସୁନାମି ଆଲର୍ଟ ପଠାଯାଇଛି। କୁହାଯାଇଛି ଯେ ଉତ୍ତର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ହୋଇପାରେ। ଲୋକଙ୍କୁ ତୁରନ୍ତ ଉଚ୍ଚ ଉଚ୍ଚତା ଅଞ୍ଚଳକୁ ଯିବାକୁ କୁହାଯାଇଛି। ୭.୫ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ପରେ ଆହୁରି ଅନେକ କମ୍ପନ ମଧ୍ୟ ଅନୁଭୂତ ହୋଇଛି। ଏହି ଭୂକମ୍ପଗୁଡ଼ିକ ମଧ୍ୟରୁ କେତେକ ତୀବ୍ରତା ୬.୫ ଥିଲା।