କଶ୍ମୀର ଉପରେ ପ୍ରଥମ ପ୍ରତିକ୍ରିୟା ରଖିଲା ତାଲିବାନ, ଜାଣନ୍ତୁ କ`ଣ କହିଲା...
ତାଲିବାନ କାବୁଲ ବିମାନବନ୍ଦର ବାହାରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି କହିଛି ଯେ ଏହା ଆମେରିକାର ସେନା ଅଧୀନରେ ଥିବା ଏକ ଅଞ୍ଚଳରେ ଘଟିଛି । ଜବିହୁଲ୍ଲାହ ମୁଜାହିଦ୍ କହିଛି ଯେ ତାଙ୍କ ସଂଗଠନ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି ଓ ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେଉଛି ।
ନୂଆଦିଲ୍ଲୀ: Taliban on Kashmir: ଆଫଗାନିସ୍ତାନ (Afghanistan) ଦଖଲ ପରେ ତାଲିବାନ (Taliban) କଶ୍ମୀର (Kashmir) ଉପରେ ପ୍ରଥମ ପ୍ରତିକ୍ରିୟା ଦେଇଛି । ଏହା ସହିତ ତାଲିବାନ ଭାରତ (Taliban) ଓ ପାକିସ୍ତାନ (Pakistan) ମଧ୍ୟରେ ସାମ୍ପ୍ରତିକ ସମ୍ପର୍କ ବିଷୟରେ ମଧ୍ୟ ଆଲୋଚନା କରିଛି । କାବୁଲ (Kabul) କୁ ଦଖଲ କରିବା ପରେ ତାଲିବାନ ନିୟନ୍ତ୍ରିତ ଆଫଗାନିସ୍ତାନରୁ ଲଶ୍କର-ଏ-ତୈଇବା ଓ ଜୈଶ-ଇ-ମହମ୍ମଦ ଭଳି ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀର କାର୍ଯ୍ୟକଳାପ ବୃଦ୍ଧି ପାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।
ପରସ୍ପର ସହ ଜଡିତ ଭାରତ-ପାକିସ୍ଥାନ ସ୍ୱାର୍ଥ: ତାଲିବାନ
ତାଲିବାନର ମୁଖପାତ୍ର ଜବିହୁଲ୍ଲାହ ମୁଜାହିଦ୍ ପାକିସ୍ତାନୀ ଚ୍ୟାନେଲ ARY ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଭାରତ ଓ ପାକିସ୍ତାନ ମଧ୍ୟରେ ବଢୁଥିବା ତିକ୍ତତା ତଥା ଅନ୍ୟାନ୍ୟ ପ୍ରସଙ୍ଗରେ କହିଛି ଯେ, "ଉଭୟ ଦେଶ ଏକାଠି ବସି ସମସ୍ୟାର ସମାଧାନ କରିବା ଉଚିତ, କାରଣ ଉଭୟ ପଡ଼ୋଶୀ ଏବଂ ସେମାନଙ୍କର ସ୍ୱାର୍ଥ ଜଡିତ । "
ଏଥି ସହ ଜବିହୁଲ୍ଲାହ ମୁଜାହିଦ୍ ମଧ୍ୟ ଭାରତ ଓ ପାକିସ୍ଥାନ ମଧ୍ୟରେ କାଶ୍ମୀର ବିବାଦ ଉପରେ କହିଛି । ଘାଟି ପ୍ରତି ଭାରତ ସକରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ ବୋଲି ସେ କହିଛି ।
ଅଧିକ ପଢ଼ନ୍ତୁ:-ତାଲିବାନ ଆଗରେ ଏହି ସର୍ତ୍ତ ରଖିଲା ଆମେରିକା, ଯଦି ମାନିବ ତ ମିଳିବ ସ୍ୱୀକୃତି!
ଅଧିକ ପଢ଼ନ୍ତୁ:-ଦେଶରେ ଲଗାତର ଦ୍ୱିତୀୟ ଦିନ ଚିହ୍ନଟ ହେଲା ୪୦ ହଜାରରୁ ଉର୍ଦ୍ଧ୍ୱ ମାମଲା, ଏତିକି ସଂକ୍ରମିତଙ୍କ ମୃତ୍ୟୁ
ଅଧିକ ପଢ଼ନ୍ତୁ:-କାବୁଲ ବିସ୍ଫୋରଣରେ ISIS-K ର ରହିଛି ହାତ; ତାଲିବାନର ମଧ୍ୟ ଶତ୍ରୁ, ଜାଣନ୍ତୁ ଏହି ଆତଙ୍କୀ ସଙ୍ଗଠନ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ
ତାଲିବାନ କାବୁଲ ଆକ୍ରମଣକୁ ନିନ୍ଦା କରିଛି
ଏଥି ସହ ତାଲିବାନ କାବୁଲ ବିମାନବନ୍ଦର ବାହାରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି କହିଛି ଯେ ଏହା ଆମେରିକାର ସେନା ଅଧୀନରେ ଥିବା ଏକ ଅଞ୍ଚଳରେ ଘଟିଛି । ଜବିହୁଲ୍ଲାହ ମୁଜାହିଦ୍ କହିଛି ଯେ ତାଙ୍କ ସଂଗଠନ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି ଓ ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେଉଛି । ମନେ କରାଯାଉଛି ଯେ ଏହି ଆକ୍ରମଣ ଆଫଗାନିସ୍ତାନରେ ଇସଲାମିକ୍ ଷ୍ଟେଟ୍ ଗ୍ରୁପ୍ ISIS-K ଗୋଷ୍ଠୀ କରିଛି, ଯାହା ତାଲିବାନଠାରୁ ଅଲଗା ଓ ଅଧିକ ଚରମପନ୍ଥୀ ।
ଚୀନ୍ ଓ ତାଲିବାନ ମଧ୍ୟରେ କାବୁଲରେ ହୋଇଥିଲା ପ୍ରଥମ ଆଲୋଚନା
ଏହି ସମୟରେ ଚୀନର ଜଣେ ଅଧିକାରୀ କହିଛନ୍ତି ଯେ ଆଫଗାନିସ୍ତାନ ଦଖଲ କରିବା ପରଠାରୁ ତାଲିବାନ ସହ ବେଜିଂ ପ୍ରଥମ କୂଟନୈତିକ ସମ୍ପର୍କ ସ୍ଥାପନ କରିଛି । ବର୍ତ୍ତମାନ ଦୁଇ ପକ୍ଷର “ସୁଗମ ତଥା ପ୍ରଭାବଶାଳୀ ଯୋଗାଯୋଗ” ରହିଛି । ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି ଯେ ଆମେ ସର୍ବଦା ଆଫଗାନିସ୍ତାନର ସାର୍ବଭୌମତ୍ୱ, ସ୍ୱତନ୍ତ୍ରତା ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ କରିଆସୁଛୁ । ଆଫଗାନିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନକରିବା ନୀତି ପାଳନ କରିଥାଉ ଏବଂ ସମସ୍ତ ଆଫଗାନିସ୍ତାନ ଲୋକଙ୍କ ପ୍ରତି ଏକ ବନ୍ଧୁତ୍ୱପୂର୍ଣ୍ଣ ନୀତି ରହିଛି ।
ଅଧିକ ପଢ଼ନ୍ତୁ:-କାବୁଲ ବିସ୍ଫୋରଣ: ଆମେରିକୀୟ ସୈନିକଙ୍କ ସମେତ ୭୨ ମୃତ, ବାଇଡେନ ଦେଲେ କଡ଼ା ଚେତାବନୀ
ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍