ନୂଆଦିଲ୍ଲୀ: Taliban take over Afghanistan: ଆଫଗାନିସ୍ତାନ (Afghanistan) ରେ ତାଲିବାନ (Taliban) ର ଦଖଲକୁ ନେଇ ପାକିସ୍ତାନ (Pakistan) ଅତ୍ୟନ୍ତ ଖୁସି ଅଛି । କାରଣ ପାକ  ଆଶା କରୁଛି ଯେ ସେ ବର୍ତ୍ତମାନ ପଡୋଶୀ ଦେଶର ଭୂମିକୁ ଖୋଲାଖୋଲି ଭାବେ ଭାରତ (India) ରେ ଆତଙ୍କବାଦ (Terrorism) ବୃଦ୍ଧି କରିବାରେ ବ୍ୟବହାର କରିପାରିବ । କିନ୍ତୁ ତାଲିବାନ ମଙ୍ଗଳବାର ଦେଇଥିବା ପ୍ରତିଶ୍ରୁତି ଭାରତ ପାଇଁ ଏକ ବଡ ଆଶ୍ୱସ୍ତିର ସଙ୍କେତ ତ ଏହା ପାକିସ୍ତାନ ପାଇଁ ଏକ ଜୋରଦାର ଝଟକା ବୋଲି ପ୍ରମାଣିତ ହୋଇପାରେ । ଆଜ୍ଞା ହଁ, ସେଥିପାଇଁ ଜରୁରୀ ଏହା ଯେ ବିଦ୍ରୋହୀ ସଂଗଠନକୁ ନିଜ କଥା ଉପରେ ଅଟଳ ରହିବାକୁ ପଡ଼ିବ । 


COMMERCIAL BREAK
SCROLL TO CONTINUE READING

ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ (Taliban spokesman Zabihullah Mujahid) ମଙ୍ଗଳବାର ଟୋଲୋ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ କହିଛି ଯେ, ଆଫଗାନିସ୍ତାନ (Afghanistan) ର ଭୂମି ଅନ୍ୟ ଦେଶ ବିରୁଦ୍ଧରେ ବ୍ୟବହାର କରିବାକୁ ଦିଆଯିବ ନାହିଁ । ତାଲିବାନ ମୁଖପାତ୍ର ପାକିସ୍ତାନ (Pakistan) ର ଉଦ୍ଦେଶ୍ୟକୁ ଝଟକା ଦେବାର ସଙ୍କେତ ମଧ୍ୟ ଦେଇଛି ଓ କହିଛି ଯେ," ଆଫଗାନିସ୍ତାନର ଭୂମିକୁ ଅନ୍ୟ କୌଣସି ଦେଶ ବିରୁଦ୍ଧରେ ବ୍ୟବହାର କରିବାକୁ ଦିଆଯିବ ନାହିଁ । ଆମେ ଆମର ପଡ଼ୋଶୀ ତଥା ଅନ୍ୟାନ୍ୟ ଦେଶମାନଙ୍କୁ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ବିଶ୍ୱର କୌଣସି ଦେଶ ବିରୁଦ୍ଧରେ ଆମର ଭୂମି ବ୍ୟବହାର କରିବାକୁ ଦେବୁ ନାହିଁ । ଆମେ ବିଶ୍ୱ ସମୁଦାୟକୁ ମଧ୍ୟ ଆଶ୍ୱାସନା ପ୍ରଦାନ କରୁଛୁ ଯେ ଏହି କଥା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ଯେ ଆପଣଙ୍କୁ ଆମ ଦେଶରୁ କୌଣସି କ୍ଷତି ପହଞ୍ଚାଯିବ ନାହିଁ।"


ମୁଜାହିଦ୍ ଜୋର ଦେଇଛି ଯେ ଇସଲାମିକ୍ ଏମିରେଟ୍ ବିଶ୍ୱର ଦେଶମାନଙ୍କୁ ପ୍ରତିଶୃତି ଦେଉଛି ଯେ ଆଫଗାନିସ୍ତାନ କୌଣସି ଦେଶ ପାଇଁ କୌଣସି ବିପଦ ସୃଷ୍ଟି କରିବ ନାହିଁ । ତାଲିବାନ ଏହି ପ୍ରତିଶ୍ରୁତି ଏପରି ସମୟରେ ଦେଇଛି ଯେଉଁ ସମୟରେ ଭାରତ ସମେତ ବିଶ୍ୱର ଅଧିକାଂଶ ଦେଶ ଚିନ୍ତା କରୁଛନ୍ତି ଯେ ଆଫଗାନିସ୍ତାନ ପୁଣି ଥରେ ତାଲିବାନ ଶାସନରେ ଆତଙ୍କବାଦୀ ସଂଗଠନର ଭୂସ୍ୱର୍ଗ ପାଲଟିଯିବ ।


ଅଧିକ ପଢ଼ନ୍ତୁ:-ଅଗଷ୍ଟରେ ଦ୍ୱିତୀୟ ଥର ପାଇଁ ଆସିଯାଇଛି ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍


ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍


ଅଧିକ ପଢ଼ନ୍ତୁ:-ତାଲିବାନର ବର୍ତ୍ତମାନର ନେତୃତ୍ୱ ବିଷୟରେ ଜାଣନ୍ତୁ, କାହା ପାଖରେ ରହିଛି କେଉଁ ଦାୟିତ୍ୱ...


ଅଧିକ ପଢ଼ନ୍ତୁ:-କୋରୋନାକୁ ନେଇ ଆସିଲା ଆଉ ଏକ ଗୁଡ୍ ନ୍ୟୁଜ୍


ଅଧିକ ପଢ଼ନ୍ତୁ:-ବଡ଼ ଖବର: ଏହି ବ୍ୟାଙ୍କର ଲାଇସେନ୍ସ ବାତିଲ କଲା RBI, ଜାଣନ୍ତୁ ଗ୍ରାହକଙ୍କ ଉପରେ କ'ଣ ପଡ଼ିବ ପ୍ରଭାବ?


ଅଧିକ ପଢ଼ନ୍ତୁ:-ବଦଳିଯିବ ଅଫିସର ନିୟମ: କର୍ମଚାରୀଙ୍କୁ ସପ୍ତାହରେ ୪ ଦିନ କରିବାକୁ ପଡିବ କାମ, ୩ ଦିନ ମିଳିବ ଛୁଟି!


ଆଫଗାନିସ୍ତାନରେ ଚୀନ୍, ପାକିସ୍ଥାନ ଏବଂ ଋଷ ପରି କିଛି ଦେଶକୁ ଛାଡିଦେଲେ ବାକିମାନେ ସେମାନଙ୍କର ଦୂତାବାସରେ ତାଲା ଝୁଲାଇ ଦେଇଛନ୍ତି । ମୁଜାହିଦ୍ କହିଛି ଯେ ସମସ୍ତ ବିଦେଶୀ ଦୂତାବାସର ସୁରକ୍ଷା ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଓ ସମସ୍ତେ ସମ୍ପୂର୍ଣ୍ଣ ସୁରକ୍ଷିତ । ତାଲିବାନ ମୁଖପାତ୍ର ଏହା ମଧ୍ୟ କହିଛି ଯେ ଆଫଗାନିସ୍ତାନରେ ଆଉ ଅଫିମ୍ ଚାଷ ​​କରାଯିବ ନାହିଁ । ଏଥିପାଇଁ ମୁଜାହିଦ୍ ବିକଳ୍ପ ଉପାୟକୁ ଉତ୍ସାହିତ କରିବା ପାଇଁ ସମଗ୍ର ବିଶ୍ୱକୁ ନିବେଦନ କରିଛି ।