କାବୁଲ: ଆଫଗାନିସ୍ତାନରେ (Afghanistan) ଦୀର୍ଘ ୨୦ ବର୍ଷ ପରେ ତାଲିବାନର ଶାସନ ଫେରି ଆସିଛି । ତାଲିବାନକୁ ସ୍ୱୀକୃତି ଦେଇଥିବା ଚୀନ୍ ହେଉଛି ପ୍ରଥମ ଦେଶ । ଚୀନ୍ (China) ବ୍ୟତୀତ ଆଫଗାନିସ୍ତାନର ନୂତନ ତାଲିବାନ (Taliban) ଶାସନ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି ଋଷ ଏବଂ ପାକିସ୍ଥାନ ଭଳି ଦେଶ । ତାଲିବାନ ମଧ୍ୟ ଶୁକ୍ରବାର ଦିନ ସରକାର ଗଠନ କରିବାକୁ ଯାଉଛି । ଏହି ସମୟରେ ତାଲିବାନ ସ୍ପଷ୍ଟ କରିଛି ଯେ ଚୀନ୍ ସେମାନଙ୍କର ସବୁଠାରୁ ବିଶ୍ୱସ୍ତ ସହଯୋଗୀ ହୋଇଥିବାରୁ ସେମାନେ ଫଣ୍ଡିଙ୍ଗ ପାଇଁ ଚୀନ୍ ଉପରେ ନିର୍ଭରଶୀଳ । ପ୍ରଶ୍ନ ହେଉଛି ଚୀନ୍ ତାଲିବାନକୁ କାହିଁକି ସାହାଯ୍ୟ କରୁଛି? ଏହାର ପ୍ରତିବଦଳରେ ଚୀନ୍ କ’ଣ ଆବଶ୍ୟକ କରେ?


COMMERCIAL BREAK
SCROLL TO CONTINUE READING

ବାସ୍ତବରେ, କିଛି ଦିନ ପୂର୍ବରୁ ତାଲିବାନରେ ଦୁଇ ନମ୍ବର ନେତା ଭାବେ ବିବେଚିତ ହେଉଥିବା ମୁଲ୍ଲା ଅବଦୁଲ ଘାନି ବାରଦର ବେଜିଂ ଗସ୍ତ କରିଥିଲେ । ସେ ଏହି ସମୟରେ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ଆଲୋଚନା କରିଥିଲେ । ବର୍ତ୍ତମାନ ଏହି ଗସ୍ତର ଫଳାଫଳ ସ୍ପଷ୍ଟ ହୋଇଯାଇଛି । ବିଶେଷଜ୍ଞଙ୍କ ଅନୁଯାୟୀ ଆଫଗାନିସ୍ତାନରେ ୩ ଟ୍ରିଲିୟନ ଡଲାର (ପ୍ରାୟ ୨୦୦ ଲକ୍ଷ କୋଟି) ଖଣିଜ ସମ୍ପଦ ଅଛି । ଚୀନ୍ ଏହା ଉପରେ ନଜର ରଖିଛି । ସେଥିପାଇଁ ସେ ତାଲିବାନକୁ ସାହାଯ୍ୟ କରୁଛନ୍ତି ।


ଅଧିକ ପଢ଼ନ୍ତୁ: ଆମେରିକାର ନୂଆ ମାଷ୍ଟରପ୍ଲାନ; ତାଲିବାନ ସହାୟତାରେ ISIS-K ଓ ଅଲ କାଏଦାର କରିବ ଅନ୍ତ


ତାଲିବାନ ସହିତ ବନ୍ଧୁତା ପଛରେ କ’ଣ ରହିଛି ଚୀନ୍‌ର ଏଜେଣ୍ଡା?
ଚୀନ୍ କହିଛି ଯେ ତାଲିବାନ ସହିତ ବନ୍ଧୁତା ଚାହୁଁଛି, ଯାହା ଦ୍ୱାର ସେ ଏହାର ଜିନଜିଆନ୍ ପ୍ରଦେଶରେ ଆତଙ୍କବାଦୀ ଗୋଷ୍ଠୀର କାର୍ଯ୍ୟକଳାପକୁ ବନ୍ଦ କରିପାରିବ । ଚୀନର ବୈଦେଶିକ ମନ୍ତ୍ରୀଙ୍କ ବାରାଦାରଙ୍କ ସାକ୍ଷାତ ସମୟରେ ଉଇଗୁରୁ ଆତଙ୍କବାଦୀଙ୍କ ପ୍ରସଙ୍ଗ ମଧ୍ୟ ଉଠିଥିଲା । ୱାଙ୍ଗ ୟି ଏପରିକି କହିଥିଲେ ଯେ ତାଲିବାନକୁ ETIM ସହିତ ସମସ୍ତ ସମ୍ପର୍କ ଭାଙ୍ଗିବାକୁ ପଡିବ । ଏହି ସଂଗଠନ ଚୀନ୍‌ର ଜାତୀୟ ସୁରକ୍ଷା ଓ ଆଞ୍ଚଳିକ ଅଖଣ୍ଡତା ପାଇଁ ପ୍ରତ୍ୟକ୍ଷ ବିପଦ ।


ଅଧିକ ପଢ଼ନ୍ତୁ: Amazon ଏହି ୩୫ ଟି ସହରରେ ୮୦୦୦ ଲୋକଙ୍କୁ ଦେବ ଚାକିରୀ, ଏଠାରେ କରନ୍ତୁ ରେଜିଷ୍ଟ୍ରେସନ


BRI ପ୍ରକଳ୍ପ ପାଇଁ କାବୁଲର ସମର୍ଥନ ମଧ୍ୟ ଚୀନ୍ ଚାହୁଁଛି
ଏହାର ଷ୍ଟ୍ରାଟେଜିକ୍ ବେଲ୍ଟ-ଏବଂ-ରୋଡ୍ ଇନିସିଏଟିଭ୍ (BRI) ପାଇଁ ଆଫଗାନିସ୍ତାନର ସମର୍ଥନ ମଧ୍ୟ ଚୀନ୍ ଚାହୁଁଛି । ଚୀନ୍ ପେଶୱାରରୁ କାବୁଲ ପର୍ଯ୍ୟନ୍ତ BRI କୁ ସଂଯୋଗ କରିବାକୁ ଚାହୁଁଛି । ଅତୀତରେ ମଧ୍ୟ ଏହି ରାସ୍ତା ତିଆରି କରିବାକୁ ଆଲୋଚନା ହୋଇଛି । ଯଦି ଏହି ରାସ୍ତା ନିର୍ମାଣ ହୁଏ, ତେବେ ଏହା ମଧ୍ୟ ପୂର୍ବକୁ ଚୀନର ସାମଗ୍ରୀ ପରିବହନରେ ସହାୟକ ହେବ । ଅଧିକ ସୁବିଧାଜନକ ଏବଂ ଶୀଘ୍ର ବିତରଣ ପାଇଁ ଏହା ଉପଯୋଗୀ ହେବ । ଯଦି କାବୁଲ ଦେଇ ଏକ ନୂତନ ମାର୍ଗ ନିର୍ମିତ ହୁଏ, ତେବେ BRI ରେ ଯୋଗଦେବା ପାଇଁ ଭାରତ ଉପରେ ନିର୍ଭରଶୀଳତା କିଛି ମାତ୍ରାରେ ହ୍ରାସ ପାଇବ  । ଚୀନ୍‌ର ଦୀର୍ଘ ଦିନର ଅନୁରୋଧ ପରେ ମଧ୍ୟ ଭାରତ ଏପର୍ଯ୍ୟନ୍ତ BRI ରେ ଯୋଗଦେବାକୁ ମନା କରିଦେଇଛି ।


ଅଧିକ ପଢ଼ନ୍ତୁ: Tokyo Paralympics: ଆଥଲେଟ୍ ପ୍ରବୀଣ କୁମାର ଜିତିଲେ ସିଲଭର ମେଡ଼ାଲ, ଭାରତକୁ ମିଳିଲା ଏକାଦଶ ପଦକ


ଏହି ପଣ୍ଡିଙ୍ଗ ପାଇଁ ଚୀନ୍ କ’ଣ କରିବ?
ତାଲିବାନ ମୁଖପାତ୍ର ସୁହେଲ ଶାହିନ ଟ୍ୱିଟ କରି କହିଛନ୍ତି ଯେ କତାରର ରାଜଧାନୀ ଦୋହାରେ ଥିବା ଇସଲାମ ଗୋଷ୍ଠୀର ସଦସ୍ୟ ଅବଦୁଲ ସଲାମ ହାନାଫି ଚୀନ୍‌ର ଡେପୁଟି ବୈଦେଶିକ ମନ୍ତ୍ରୀ ୱ ଜିଆଙ୍ଗଓଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି । ଏଥିରେ ତାଲିବାନ ସରକାରଙ୍କୁ ଚୀନ୍ ପକ୍ଷରୁ ପଣ୍ଡିଙ୍ଗ ପ୍ରଦାନ କରାଯିବ ବୋଲି ନିଶ୍ଚିତ କରାଯାଇଥିଲା । ମହାମାରୀ କୋଭିଡ -୧୯ କୁ ଦୃଷ୍ଟିରେ ରଖି ଆଫଗାନିସ୍ତାନରେ ଚୀନ୍ ଠାରୁ ସହାୟତା ବୃଦ୍ଧି କରିବାକୁ ମଧ୍ୟ କୁହାଯାଇଛି ।