Tamil Nadu Minister SM Nasar Throws Stone on DMK Worker: ରାଜ୍ୟର ତିରୁବଲ୍ଲୁର ଠାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ନିଜର କାରନାମା ପାଇଁ ଚର୍ଚ୍ଚାକୁ ଆସିଛନ୍ତି ତାମିଲନାଡୁ ମନ୍ତ୍ରୀ ଏସଏମ ନାସର। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମନ୍ତ୍ରୀ ଜଣେ ଡିଏମକେ କର୍ମକର୍ତ୍ତାଙ୍କ ଉପରକୁ ପଥର ଫିଙ୍ଗିଛନ୍ତି। ଶାସକ ଦଳ ଡିଏମକେ କର୍ମକର୍ତ୍ତାଙ୍କ ଉପରକୁ ମନ୍ତ୍ରୀ ପଥର ଫିଙ୍ଗିବା ତାମିଲନାଡୁ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।  


COMMERCIAL BREAK
SCROLL TO CONTINUE READING

ତାମିଲନାଡୁ ଦୁଗ୍ଧ ଏବଂ ଦୁଗ୍ଧ ବିକାଶ ବିଭାଗ ମନ୍ତ୍ରୀ ହେଉଛନ୍ତି ଏସଏମ ନାସର। ସଦ୍ୟ ତାଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି। ଯେଉଁଥିରେ ଦେଖିବାକୁ ମିଳିଛି ତାମିଲନାଡୁ ମନ୍ତ୍ରୀ ଏସଏମ ନାସର ଏକ ଖୋଲା ସ୍ଥାନରେ ଛିଡା ହୋଇଛନ୍ତି। କିଛି ଲୋକ ମନ୍ତ୍ରୀଙ୍କ ପଛରେ ଛିଡା଼ ହୋଇଥିବାର ଦେଖିବାକୁ ମିଳିଛି। ମନ୍ତ୍ରୀ କୌଣସି ବ୍ୟକ୍ତିଙ୍କ ଉପରେ ରାଗି ଯାଇଥିବାର ଦେଖିବାକୁ ମିଳୁଛି। ହେଲେ ହଠାତ ମନ୍ତ୍ରୀ ନିଜର ନିୟନ୍ତ୍ରଣ ହରାଇ ଜଣେ ଡିଏମକେ କର୍ମକର୍ତ୍ତାଙ୍କ ଉପରକୁ ପଥର ପିଙ୍ଗୁଛନ୍ତି। ମନ୍ତ୍ରୀଙ୍କ ବସିବା ପାଇଁ ଚେୟାର ଆଣିବାରେ ଡିଏମକେ କର୍ମକର୍ତ୍ତା ଜଣଙ୍କ ବିଳମ୍ବ କରିଥିଲେ। ଏହାକୁ ନେଇ ତାତି ଉଠିଥିବା ମନ୍ତ୍ରୀ କ୍ରୋଧିତ ହୋଇ ଡିଏମକେ କର୍ମକର୍ତ୍ତାଙ୍କ ଉପରକୁ ପଥର ଫିଙ୍ଗିଥିଲେ। 


ତାମିଲନାଡୁ ମନ୍ତ୍ରୀ ତଥା ଶାସକ ଦଳ ଡିଏମକେ ନେତା ଏସଏମ ନାସାରଙ୍କ ଦ୍ୱାରା ଦଳୀୟ କର୍ମକର୍ତ୍ତାଙ୍କ ଉପରେ ପଥର ଫିଙ୍ଗିବା ଘଟଣାକୁ ନେଇ ବିବାଦ ଦେଖାଦେଇଛି। ତାମିଲନାଡୁ ବିଜେପି ଅଭିଯୋଗ କରିଛି ଯେ ମନ୍ତ୍ରୀ ନିରାଶ ହୋଇ ଲୋକଙ୍କ ଉପରକୁ ପଥର ଫିଙ୍ଗିଛନ୍ତି।



କ୍ରୋଧିତ ମନ୍ତ୍ରୀଙ୍କ ମାଟିରୁ କୌଣସି ଏକ ଜିନିଷ ଉଠାଇ ତାହାକୁ କାହା ଉପରେ ଫୋପାଡିବାର ଏକ ଭିଡିଓ ସୋସିଆଲ ମିଡିଆ ଜରିଆରେ  ଭାଇରାଲ ହେବାରେ ଲାଗିଛି। ଏନେଇ କୁହାଯାଉଛି ଯେ ମନ୍ତ୍ରୀ ଏସଏମ ନାସର ଡିଏମକେ ପକ୍ଷରୁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମର ବ୍ୟବସ୍ଥା ଦେଖିବାକୁ ଏକ ସ୍ଥାନକୁ ଯାଇଥିଲେ। ହେଲେ କୌଣସି କଥାକୁ ନେଇ ମନ୍ତ୍ରୀ ଡିଏମକେ କର୍ମକର୍ତ୍ତାଙ୍କ ଉପରେ କ୍ରୋଧିତ ହୋଇ ଉଠିଥିଲେ। ହେଲେ ମନ୍ତ୍ରୀ ଡିଏମକେ କର୍ମକର୍ତ୍ତାଙ୍କ ଉପରକୁ ପଥର ଫିଙ୍ଗିଛନ୍ତି ନାଁ ଆଉ କ'ଣ ଫିଙ୍ଗିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।


ମନ୍ତ୍ରୀ ଏସଏମ ନାସାର ଡିଏମକେ କର୍ମକର୍ତ୍ତାଙ୍କ ଉପରକୁ ପଥର ଫିଙ୍ଗିଥିବାର ଅଭିଯୋଗ ଆଣିଛନ୍ତି ତାମିଲନାଡୁ ବିଜେପି ସଭାପତି କେ.ଆନ୍ନାମଲାଇ। ବିଜେପି ସଭାପତି ଟ୍ୱିଟ୍ କରି କହିଛନ୍ତି ଯେ, ଭାରତ ଇତିହାସରେ କେହି କେବେ ଜଣେ ମନ୍ତ୍ରୀଙ୍କୁ ଲୋକଙ୍କ ଉପରେ ପଥର ଫିଙ୍ଗିଥିବାର ଦେଖିଛନ୍ତି? ସେ ଏହି ଘଟଣା ସହ ଜଡିତ ଭିଡିଓ ଟ୍ୱିଟ କରିଛନ୍ତି। ବିଜେପି ସଭାପତି ଆନ୍ନାମଲାଇ କହିଛନ୍ତି, ହତାଶ ହୋଇ ଲୋକଙ୍କ ଉପରକୁ ପଥର ଫିଙ୍ଗିବା...କୌଣସି ଶାଳୀନତା ନୁହେଁ, ସମ୍ମାନ ନାହିଁ ଏବଂ ଲୋକଙ୍କୁ ଦାସ ଭଳି ବ୍ୟବହାର କରାଯାଉଛି...ଆପଣଙ୍କ ପାଇଁ ଏହା ହେଉଛି ଡିଏମକେ।


ଅଲ ଇଣ୍ଡିଆ ଦ୍ରାବିଡା ମୁନେତ୍ରା କାଝାଘମ ନେତା ତଥା ପୂର୍ବତନ ମନ୍ତ୍ରୀ ଡି ଜୟକୁମାର ମଧ୍ୟ ମନ୍ତ୍ରୀ ଏସଏମ ନାସାରଙ୍କୁ ସମାଲୋଚନା କରିବା ସହ ତାଙ୍କ ଶାସନ ମଡେଲ ବିଷୟରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ବାରମ୍ବାର ଉଲ୍ଲେଖ କରି କହିଛନ୍ତି ଯେ ଏହା ହେଉଛି ଦ୍ରାବିଡ଼ ମଡେଲ। ଏହି ପ୍ରସଙ୍ଗରେ ରାଜ୍ୟର ଦୁଗ୍ଧ ଏବଂ ଦୁଗ୍ଧ ବିକାଶ ମନ୍ତ୍ରୀ ନାସର କିମ୍ବା ଶାସକ ଡିଏମକେ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖା ଯାଇନାହିଁ।