BSNL-BBNL Merger: ସରକାରୀ ଦୂରସଞ୍ଚାର କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ ବାବଦରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର। କ୍ୟାବିନେଟ ବୈଠକ ପରେ କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ସରକାରୀ ଦୂରସଞ୍ଚାର କମ୍ପାନୀ ବିଏସଏନଏଲ ଲାଗି ୧.୬୪ ଲକ୍ଷ କୋଟି ଟଙ୍କାର ପୁନଃରୁଦ୍ଧାର ପ୍ୟାକେଜ ଘୋଷଣା କରିଛନ୍ତି। ପ୍ରଥମ ପ୍ୟାକେଜ ଗତ ୨୦୧୯ ବର୍ଷରେ ଦିଆଯାଇଥିଲା। କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରୀ କହିଛନ୍ତି ଯେ ବିଏସଏନଏଲ ଏବଂ ଭାରତ ବ୍ରଡବ୍ୟାଙ୍କ ନେଟୱାର୍କ ଲିମିଟେଡ ମିଶ୍ରଣକୁ କ୍ୟାବିନେଟ ଅନୁମୋଦନ କରିଛି।


COMMERCIAL BREAK
SCROLL TO CONTINUE READING

କେନ୍ଦ୍ର କ୍ୟାବିନେଟ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ବାବଦରେ ଜଣାଇ କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି କହିଛନ୍ତି 4G ସେବା ପ୍ରଦାନ କରିବାକୁ କେନ୍ଦ୍ର ସରକାର ସରକାରୀ ଦୂରସଞ୍ଚାର କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (Bharat Sanchar Nigam Limited) ବିଏସଏନଏଲ (BSNL) ସ୍ପେକ୍ଟ୍ରମ (4G Telecom Spectrum) ଆବଣ୍ଟିତ କରିବେ। ଗ୍ରାମାଞ୍ଚଳକୁ ସଂଯୋଗ କରିବା ପାଇଁ ୨୬ ହଜାର ୩୧୬ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଦ୍ୱାରା ଅନୁମୋଦିତ ହୋଇଛି। ଯେଉଁ ଗ୍ରାମରେ 2G ସେବା ଉପଲବ୍ଧ ଅଛି, ସେଠାରେ 4G ସେବା ଉପଲବ୍ଧ କରିବାକୁ ଅନୁମୋଦନ କରାଯାଇଛି। ଏହା ଜରିଆରେ ଦେଶର ୨୫ ହଜାର ଗ୍ରାମ ଦୂରସଞ୍ଚାର ସେବାର ଲାଭ ଉଠାଇ ପାରିବ। ଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ଏହି ସୁବିଧା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୋଦି ସରକାର।


ଦେଶର ସୀମାନ୍ତ ଅଞ୍ଚଳରେ ପୂର୍ବ ଲଦାଖ ମଧ୍ୟ ଅନ୍ତର୍ଭୂକ୍ତ ହେବ ଯେଉଁଠାରେ 4G ଅଣାଯାଇପାରିବ। ପ୍ରତିରକ୍ଷା ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ ଏବଂ ଯୋଗାଯୋଗ ମନ୍ତ୍ରଣାଳୟ ସୀମାନ୍ତ ଅଞ୍ଚଳରେ କିପରି 4G ନେଟୱାର୍କ ଅଣାଯାଇପାରିବ ସେ ନେଇ ପ୍ରୟାସ କରିବେ।


କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (Telecom Minister Ashwini Vaishnaw) କହିଛନ୍ତି ଯେ ଦୂରସଞ୍ଚାର କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (Bharat Sanchar Nigam Limited) ବିଏସଏନଏଲ (BSNL) କୁ ଭାରତ ବ୍ରଡବ୍ୟାଙ୍କ ନେଟୱାର୍କ ଲିମିଟେଡ (Bharat Broadband Network Limited) ବିବିଏନଏଲ (BBNL) ସହ ମିଶ୍ରଣକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଯାହା ଦ୍ୱାରା ଉଭୟ ସେବା ପ୍ରଦାନକାରୀଙ୍କ ପ୍ରାୟ ୧.୪ ମିଲିୟନ୍ କିଲୋମିଟର ଅପ୍ଟିକାଲ୍ ଫାଇବର ନେଟୱାର୍କ ବ୍ୟବସ୍ଥାର ସର୍ବାଧିକ ଉପଯୋଗ ହୋଇପାରିବ। ଏହା ପ୍ରତ୍ୟେକ ଘରେ ଅପ୍ଟିକାଲ୍ ଫାଇବର ସଂଯୋଗ କରିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱପ୍ନକୁ ପୂରଣ କରିବ।


ବିଏସଏନଏଲକୁ 4G ସ୍ପେକ୍ଟ୍ରମ୍ ମଧ୍ୟ ଦିଆଯାଉଛି ଯାହାଦ୍ୱାରା କମ୍ପାନୀ ଆୟ ମଧ୍ୟ ବୃଦ୍ଧି ହୋଇପାରିବ। ବିଏସଏନଏଲ ପାଇଁ ସ୍ୱଦେଶୀ 4G ଜ୍ଞାନକୌଶଳ (Indigenous 4G technology) ଟେକ୍ନୋଲୋଜି ବ୍ୟବହାର କରାଯାଉଛି। ଭାରତ ବ୍ୟତୀତ ଦୁନିଆରେ କେବଳ ଚାରୋଟି ଦେଶ ଅଛନ୍ତି ଯେଉଁମାନେ ଏପରି ଜ୍ଞାନକୌଶଳ ବ୍ୟବହାର କରୁଛନ୍ତି। କେନ୍ଦ୍ରକ ସରକାର BSNL ଭଳିକୁ ପସନ୍ଦ କରୁଥିବା ମୋବାଇଲ୍ ନେଟୱାର୍କ କରିବାକୁ ଚାହୁଁଛନ୍ତି।


Also Read: ଦେଶରେ 5G ପରୀକ୍ଷା ଶେଷ; କେନ୍ଦ୍ରମନ୍ତ୍ରୀ କଲେ ପ୍ରଥମ କଲ୍