ଦେଶରେ 5G ପରୀକ୍ଷା ଶେଷ; କେନ୍ଦ୍ରମନ୍ତ୍ରୀ କଲେ ପ୍ରଥମ କଲ୍
Advertisement
Article Detail0/zeeodisha/odisha1190117

ଦେଶରେ 5G ପରୀକ୍ଷା ଶେଷ; କେନ୍ଦ୍ରମନ୍ତ୍ରୀ କଲେ ପ୍ରଥମ କଲ୍

ଏହାର End to End Network ଦେଶରେ ବିକଶିତ କରାଯାଇଛି। 

ଦେଶରେ 5G ପରୀକ୍ଷା ଶେଷ; କେନ୍ଦ୍ରମନ୍ତ୍ରୀ କଲେ ପ୍ରଥମ କଲ୍

 5G Testing in India: ଦେଶରେ 5G କଲ୍ ର ସଫଳ ପରୀକ୍ଷଣ ହୋଇଛି। ଚେନ୍ନାଇସ୍ଥିତ ଆଇଆଇଟି ମାଡ୍ରାସ ଠାରେ ଏକ ଭିଡିଓ କଲ ମାଧ୍ୟମରେ ଏହାକୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପରୀକ୍ଷା କରିଥିଲେ। 5G ପରୀକ୍ଷଣ ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି  ଆଇଆଇଟି ମାଡ୍ରାସ ଠାରେ 5G କଲ୍ ର ପରୀକ୍ଷା ସଫଳ ହୋଇଛି। ଏହାର End to End Network ଦେଶରେ ବିକଶିତ କରାଯାଇଛି। 

କିଛି ଦିନ ପୂର୍ବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଚଳିତ ବର୍ଷ ସେପ୍ଟମ୍ବର-ଅକ୍ଟୋବର ପର୍ଯ୍ୟନ୍ତ ଭାରତ ଏହାର ନିଜସ୍ୱ 5G ଭିତ୍ତିଭୂମି ପ୍ରସ୍ତୁତ କରିବ। ଏଭଳି ପରିସ୍ଥିତିରେ ମେ ୧୯ ତାରିଖ ଗୁରୁବାର ଦେଶରେ 5G କଲ୍ ପରୀକ୍ଷଣ ସଫଳ ହେବା ଗର୍ବର ବିଷୟ। ଏହି ପ୍ରକଳ୍ପକୁ ପୁରା କରିବା ଲାଗି ୨୨୦ କୋଟି ଟଙ୍କା ଖର୍ଚ୍ଚ ହେବ।

ଚଳିତ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ସଂସଦରେ କେନ୍ଦ୍ରୀୟ ବଜେଟ ଆଗତ କରିବା ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟେଲିକମ୍ ଏବଂ ଡିଜିଟାଲ୍ ଦୁନିଆ ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବାବଦରେ ସଂସଦକୁ ଅବଗତ କରିଥିଲେ। ଦେଶବାସୀଙ୍କୁ 5G ଇଣ୍ଟରନେଟ ସେବା ପ୍ରଦାନ କରିବା ସମ୍ବନ୍ଧରେ ନିଷ୍ପତ୍ତି ନିଆଯାଇଥିବା କହିଥିଲେ ସେ। ଚଳିତ ଆର୍ଥିକ ବର୍ଷରେ ଦେଶରେ 5G ସେବା ଆରମ୍ଭ ହେବ ଏବଂ 5G ସ୍ପେକ୍ଟ୍ରମ୍ ନିଲାମ ସମ୍ପର୍କରେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା କହିଥିଲେ ଅର୍ଥମନ୍ତ୍ରୀ। 

Also Read: Union Budget 2022: ଶେଷ ହେବ ଅପେକ୍ଷା, ଚଳିତ ବର୍ଷରୁ ଦେଶରେ ଆରମ୍ଭ ହେବ 5G ଇଣ୍ଟରନେଟ ସେବା

କେନ୍ଦ୍ରୀୟ ବଜେଟ୍  ଉପସ୍ଥାପନ କରିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଚଳିତ ବର୍ଷ ଠାରୁ ଦେଶବାସୀଙ୍କୁ 5G ଇଣ୍ଟରନେଟ ସେବାର (5G Internet service) ଲାଭ ନେଇପାରିବେ। ଏନେଇ 5G ସ୍ପେକ୍ଟ୍ରମ୍ ନିଲାମ (5G Spectrum Auction in India) ହେବ ଯାହା ଦ୍ୱାରା ଲୋକଙ୍କୁ ଅତ୍ୟାଧୁନିକ ଇଣ୍ଟରନେଟ ସୁବିଧା ମିଳିପାରିବ।  

ବଜେଟ୍ ଅଧିବେଶନରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ 5G ମୋବାଇଲ୍ ସେବା (5G Mobile Service ) ଆରମ୍ଭ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ଘରୋଇ ଟେଲିକମ୍ କମ୍ପାନୀ (Private Telecom Company) ମଧ୍ୟରେ 5G ସ୍ପେକ୍ଟ୍ରମ ନିଲାମ କରାଯିବ। ଏନେଇ କେନ୍ଦ୍ର ସରକାରଙ୍କ କହିବା କଥା ଟେଲିକମ୍ ସେକ୍ଟର (Telecom Sector) ଏବଂ 5G ଇଣ୍ଟରନେଟ୍ ସେବା ଦେଶର ଅଭିବୃଦ୍ଧି ଏବଂ ନିଯୁକ୍ତି କ୍ଷେତ୍ରରେ ବଡ଼ ସୁଯୋଗ ସୃଷ୍ଟି କରିପାରେ।

Also Read: ଇଣ୍ଟରନେଟ ୟୁଜର୍ସଙ୍କ ପାଇଁ ଖୁସି ଖବର ! ନୂଆବର୍ଷରେ ଏହି ସହରରୁ ଆରମ୍ଭ ହେବ 5G ସେବା

ବଜେଟ୍ ଅଧିବେଶନରେ ଏହା ମଧ୍ୟ କୁହାଯାଇଛି ଯେ ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳରେ ସୁଲଭ ବ୍ରଡବ୍ୟାଣ୍ଡ ଏବଂ ମୋବାଇଲ୍ ସେବା (Broadband & Mobile Service) ଯୋଗାଇବା ପାଇଁ ସାର୍ବଜନୀନ ସେବା ଆବଣ୍ଟନ ପାଣ୍ଠିର ବାର୍ଷିକ ସଂଗ୍ରହର ୫% ଏହି ଉଦ୍ଦେଶ୍ୟରେ ଖର୍ଚ୍ଚ କରାଯିବ। ପ୍ରତ୍ୟେକ ଗ୍ରାମରେ ଅପ୍ଟିକାଲ୍ ଫାଇବର (Optical Fiber) ସୁବିଧା ଯୋଗାଇଦେବା ପାଇଁ କଣ୍ଟ୍ରାକ୍ଟ ଭାରତ ନେଟ୍ ପ୍ରୋଜେକ୍ଟ (Contract India Net Project) ଦ୍ୱାରା ଶେଷ ହେବ ଏବଂ ଏହାର କାର୍ଯ୍ୟ ଆସନ୍ତା ୨୦୨୫ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।

Also Read: 4G ମୋବାଇଲ୍ ସେବା ଯୋଗାଇବା ପାଇଁ କେନ୍ଦ୍ର ଖର୍ଚ୍ଚ କରିବ ୬୪୬୬ କୋଟି ଟଙ୍କା

ଦେଶରେ 5G ନେଟୱାର୍କ ସେବା ଆରମ୍ଭ ହେବା ପରେ ଲୋକଙ୍କ ଲାଗି କଲିଂ (Calling), ଇଣ୍ଟରନେଟ୍ ସଂଯୋଗ (Internet Connection) ସୁବିଧା ଉପଲବ୍ଧ କରାଯିବ। ଚଳିତ ବର୍ଷ ଠାରୁ ଦେଶରେ ମୋବାଇଲ୍ ନେଟୱାର୍କ ସୁବିଧାର (Mobile network Service) ଉନ୍ନତି ପାଇଁ 5G ନେଟୱାର୍କ ସେବା ଦେଶରେ କାର୍ଯ୍ୟକାରୀ କରାଯିବ। ଏହି ସେବା ଆରମ୍ଭ ହେବା ମାତ୍ରେ ଦେଶରେ ଇଣ୍ଟରନେଟ୍ ସଂଯୋଗ (Internet Connectivity in India) ଆହୁରି ଅଧିକ ମଜବୁତ ହେବ।