ମୁଣ୍ଡ ଫଟାଇବ ଖରା
ଚଳିତ ବର୍ଷ ଖରାର ମାତ୍ରା ବଢିବ।
ନୂଆଦିଲ୍ଲୀ: ଚଳିତ ବର୍ଷ ଖରାର ମାତ୍ରା ବଢିବ । ରେକର୍ଡ ଭାଙ୍ଗିବ ତାତି । ଏଭଳି କିଛି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବିଗତ ଦୁଇ ଦିନର ତାପମାତ୍ରାକୁ ଦେଖି ପାଣିପାଗ ବିଭାଗ ଏହା ପୂର୍ବାନୁମାନ କରିଛି । ସୋମବାର ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୩୦ ପାଖାପାଖା ହୋଇଥିଲା । ସୋମବାର ଦିଲ୍ଲୀରେ ତାପମାତ୍ରା ସର୍ବାଧିକ ୨୮.୯ ଡିଗ୍ରୀ ରହିଥିବା ବେଳେ ସକାଳୁ ସକାଳୁ କୁହୁଡ଼ିର ଆସ୍ତରଣ ମଧ୍ୟ ଦେଖିବାକୁ ମିଳିଥିଲା ।
ତେବେ ପାଣିପାଗ ବିଭାଗ କହିଛି ଯେ, ସୋମବାର ସର୍ବନିମ୍ନ ୧୧ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ରବିବାର ଏହା ୧୦ ଡିଗ୍ରୀ ରହିଥିଲା । ସେହି ତୁଳନାରେ ଫେବୃଆରୀ ମାସରେ ତାପମାତ୍ରା ୩୦ ଡିଗ୍ରୀ ଛୁଇଁ ସାରିଲାଣି । ସେହିପରି ଆକ୍ୟୁଓ୍ୱେଦର ଅନୁଯାୟୀ ବୁଧବାର ତାପମାତ୍ରା ୩୨ ଡିଗ୍ରୀ ରହିଥିବା ବେଳେ ଆକାଶ ସ୍ପଷ୍ଟ ରହିଥିବା ଜଣାପଡ଼ିଛି ।
ଖରାର ତାତି ମଧ୍ୟ ବଢିବ ବୋଲି ଆକ୍ୟୁଓ୍ୱେଦର ପକ୍ଷରୁ କୁହାଯାଇଛି । ଶୁକ୍ରବାର ପର୍ଯ୍ୟନ୍ତ ତାତି ରହିବ ବୋଲି ଆକ୍ୟୁଓ୍ୱେଦର ସୂଚନା ଦେଇଛି । ପାଗ ଶୁଖିଲା ରହିବ । ଖରା ଟାଣ ହେବ ବୋଲି ଆକ୍ୟୁଓ୍ୱେଦର ପକ୍ଷରୁ ସୂଚନା ଦିଆଯାଇଛି ।