Weather News: ଉତ୍ତର ଭାରତରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଗୁରୁବାର ଦେଶର ସବୁଠୁ ଉତ୍ତପ୍ତ ସହ ରାଜସ୍ଥାନର ବାଡମେର ସହର ନିଆଁ ପରି ଜଳୁଥିବା ର ରେକର୍ଡ କରାଯାଇଛି। ଏଠାରେ ସର୍ବାଧିକ ତାପମାତ୍ରା ୪୮.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ରାଜ୍ୟରେ ହିଟ୍ ୱେଭ ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଜୈସଲମେରକୁ ଲାଗିକରି ଥିବା ଭାରତ-ପାକିସ୍ତାନ ସୀମାରେ ତାପମାତ୍ରା ୫୩ ଡିଗ୍ରୀ ସେଲସିୟସ ଯାଏଁ(53 degrees Celsius)ପହଞ୍ଚିଯାଇଛି।ବିଏସଏଫ ଏହାର ଭିଡିଓ ସେୟାର କରିଛି। ରାଜସ୍ଥାନରେ ଆଗାମୀ ସମୟରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିଯାଇପାରେ। 


COMMERCIAL BREAK
SCROLL TO CONTINUE READING

ଅହମ୍ମଦାବାଦ ଏବଂ ଗାନ୍ଧୀ ନଗରରେ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ପାଇଁ ଗ୍ରୀଷ୍ମପ୍ରବାହ(Heat Wave) ନେଇ ରେଡ ଆଲର୍ଟ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ରାତି ୧୦ ଟାବେଳେ ତାପମାତ୍ରା ୪୦ ଡିଗ୍ରୀ ରହିବ। ପାଣିପାଗ ବିଭାଗ ରାଜସ୍ଥାନ, ପଞ୍ଜାବ, ହରିୟାଣା ଏବଂ ଉତ୍ତର ପ୍ରଦେଶରେ ୪ଦିନ ହିଟୱେଭ୍ ନେଇ ରେଡ ଆଲର୍ଟ ଜାରି କରିଛି । ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଗୁଜରାଟ, ମଧ୍ୟ ପ୍ରଦେଶ, ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ବି ହିଟ୍ ୱେଭର ଆଲର୍ଟ ରହିଛି। ବୁଧବାର କାଶ୍ମୀରରେ ପ୍ରଥମ ଥର ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଥିଲା।  


ରାଜସ୍ଥାନ, ଗୁଜୁରାଟ, ହରିୟାଣା ଏବଂ ଉତ୍ତର ପ୍ରଦେଶରେ ଆସନ୍ତା ୫ ଦିନରେ ତାପମାତ୍ରା ୪୪ ଡିଗ୍ରୀ ପାର୍ ହେବ। ସେହିପରି ପଞ୍ଜାବ, ଦିଲ୍ଲୀ, ମହାରାଷ୍ଟ୍ର, ଛତିଶଗଡ଼, ଓଡ଼ିଶା, ତେଲେଙ୍ଗାନାରେ ତାପମାତ୍ରା ୪୦ ରୁ ୪୪ ଡିଗ୍ରୀ ରହିବ। ଅନ୍ୟପଟେ କେରଳରେ ପ୍ରବଳ ବର୍ଷା ଯୋଗୁଁ ୪ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ପାଣିପାଗ ବିଭାଗ ୯ ଜିଲ୍ଲାରେ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ (Orange Alert) ଜାରି କରିଛି। ସେଠାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୧ ରୁ ୨୦ ସେମି ବର୍ଷା ହେବାର ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। କର୍ଣ୍ଣାଟକ ଏବଂ ତାମିଲନାଡୁରେ ବି ପ୍ରବଳ ବର୍ଷା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ(Metrological Department)।


Also Read: Chardham Yatra: ଚାରିଧାମରେ ଏବେ ସୁଦ୍ଧା ୨୧ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ


Also Read: Impact News: ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ ପରେ ଷ୍ଟକ ମାର୍କେଟ କ୍ରାସ, ଭାରତ ଉପରେ...