all party meeting: ଏହି ପ୍ରସ୍ତାବକୁ ଦଳର ନେତା ତଥା ରାଜ୍ୟ ବିରୋଧୀ ଦଳ ନେତାଙ୍କୁ ପ୍ରଦାନ କରାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା କାଲି ଅର୍ଥାତ ନଭେମ୍ବର ୨୬ ତାରିଖରୁ ଏହି ଅଧିବେଶନ ଆରମ୍ଭ ହେବ। ଏହା ଡିସେମ୍ବର ୩୧ ତାରିଖ ଯାଏ ଚାଲିବା ଲାଗି ସମୟ ନିର୍ଘଣ୍ଟ କରାଯାଇଛି। ଏଥିରେ ସମୁଦାୟ ୩୦ଟି କାର୍ଯ୍ୟ ଦିବସ ରହିଛି। ସୂଚନା ଅନୁସାରେ ରାଜ୍ୟ ସରକାର ପ୍ରଥମ ଦିନ ହିଁ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ଏହା ସରକାରଙ୍କ ପ୍ରଥମ ଅତିରିକ୍ତ ବଜେଟ ହେବ। ଏହା ପୂର୍ବରୁ ସରକାର ଗଠନ ପରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ ସରକାର।
Trending Photos
ଭୁବନେଶ୍ଵର: ଆସନ୍ତାକାଲିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି। ଏଥିପାଇଁ ଆଜି ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି। ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ କଂଗ୍ରେସ ବିଧାୟକ ଦଳ ନେତା ଯୋଗ ଦେଇଛନ୍ତି। ଏହି ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ଲାଗି ବାଚସ୍ପତି ସମସ୍ତଙ୍କର ସହଯୋଗ ଲୋଡ଼ିଛନ୍ତି।
ଅନ୍ୟପଟେ ବିଧାନସଭାରେ ଶୀତକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି। ଉଭୟ ସରକାରୀ ଓ ସମସ୍ତ ବିରୋଧୀ ଦଳ ଏଥିରେ ଯୋଗ ଦେଇଛନ୍ତି। ଏହି ସମୟରେ ଗୃହରେ ସରକାରୀ କାର୍ଯ୍ୟକ୍ରମ ବାବଦରେ ସବୁ ବିେରାଧୀ ଦଳର ନେତାଙ୍କୁ ଅବଗତ କରାଯାଇଛି। ଏହାର ଗୁରୁତ୍ୱ ଏବଂ ବିଧାୟକ ପାରିତ ହେବାର ଆବଶ୍ୟକତା ସମ୍ପର୍କରେ ମଧ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ବାଚସ୍ପତି ଓ ସମସ୍ତ ସଦସ୍ୟଙ୍କୁ ଜଣାଇଛନ୍ତି। ବାଚସ୍ପତି ଏହାର ଅଧ୍ୟକ୍ଷତା କରିଛନ୍ତି।
ଏହି ବୈଠକ ଆଜି ଦିନ ସାଢ଼େ ୧୦ଟା ବେଳେ ଡକାଯାଇଥିଲା। ବୈଠକ ପୂର୍ବରୁ ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ମଧ୍ୟ ଦଳୀୟ ଆଲୋଚନା ହୋଇଛନ୍ତି। ଗୋଟିଏ ପ୍ରମୁଖ ବିରୋଧୀ ଦଳର ଭୂମିକା ନିର୍ବାହ କରିବା ଲାଗି କ’ଣ ରଣନୀତି ରହିବ ସେ ସମ୍ପର୍କରେ ବିଜେଡିର ବରିଷ୍ଠ ନେତାମାନେ ଆଲୋଚନା କରିଛନ୍ତି। ଏହି ପ୍ରସ୍ତାବକୁ ଦଳର ନେତା ତଥା ରାଜ୍ୟ ବିରୋଧୀ ଦଳ ନେତାଙ୍କୁ ପ୍ରଦାନ କରାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା କାଲି ଅର୍ଥାତ ନଭେମ୍ବର ୨୬ ତାରିଖରୁ ଏହି ଅଧିବେଶନ ଆରମ୍ଭ ହେବ। ଏହା ଡିସେମ୍ବର ୩୧ ତାରିଖ ଯାଏ ଚାଲିବା ଲାଗି ସମୟ ନିର୍ଘଣ୍ଟ କରାଯାଇଛି। ଏଥିରେ ସମୁଦାୟ ୩୦ଟି କାର୍ଯ୍ୟ ଦିବସ ରହିଛି। ସୂଚନା ଅନୁସାରେ ରାଜ୍ୟ ସରକାର ପ୍ରଥମ ଦିନ ହିଁ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ଏହା ସରକାରଙ୍କ ପ୍ରଥମ ଅତିରିକ୍ତ ବଜେଟ ହେବ। ଏହା ପୂର୍ବରୁ ସରକାର ଗଠନ ପରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ ସରକାର।