Jammu And Kashmir: ଜାମ୍ମୁ କାଶ୍ମୀରରେ ଗୁଲମର୍ଗ ଭାରତୀୟ ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୫ ସୈନିକ ଆହତ ହୋଇଛନ୍ତି। ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଅଞ୍ଚଳକୁ ସିଲ୍ କରାଯାଇଛି। ସେନା ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଗତ ଚାରି ଦିନ ମଧ୍ୟରେ ଜମ୍ମୁ କାଶ୍ମୀରରେ ଏହା ହେଉଛି ତୃତୀୟ ବଡ଼ ଆକ୍ରମଣ। ଏହାପୂର୍ବରୁ ଅକ୍ଟୋବର ୨୦ ରେ, ଗାଣ୍ଡରବାଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ଡାକ୍ତରଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଥିଲା। ଗୁରୁବାର ଦିନ ସକାଳେ ମଧ୍ୟ ଜଣେ ପ୍ରବାସୀ ଶ୍ରମିକ ଆତଙ୍କବାଦୀଙ୍କ ଦ୍ୱାରା ଗୁଳି ପ୍ରାଣ ହରାଇଥିଲେ।


COMMERCIAL BREAK
SCROLL TO CONTINUE READING

ଗୁଲମର୍ଗରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସେନା ଅଧିକାରୀମାନେ ପିଟିଆଇକୁ ସୂଚନା ଦେଇଛନ୍ତି ଯେ ବାରାମୁଲ୍ଲା ଜିଲ୍ଲାର ବୋଟାପଥ୍ରିରେ ଆତଙ୍କବାଦୀମାନେ ଗାଡି ଉପରକୁ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ଆହତ ହୋଇଥିବା ସୈନିକମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।


ଗୁଲମର୍ଗରେ ଏକ ସେନା ଗାଡି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର କିଛି ଘଣ୍ଟା ପୂର୍ବରୁ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ସ୍ଥାନୀୟ ଶ୍ରମିକ ଆହତ ହୋଇଥିଲେ। ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀ ଗୁଳିରେ ଆହତ ଶ୍ରମିକ ଉତ୍ତରପ୍ରଦେଶର ବାସିନ୍ଦା ଶୁଭମ୍ କୁମାର ବୋଲି ଜଣାପଡିଛି। ଆଜି ସକାଳେ ତାଙ୍କ ଉପରେ ବାଟାଗୁଣ୍ଡ ଗାଁରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଗୁଳିଟି ତାଙ୍କ ହାତରେ ବାଜିଥିଲା। ତାଙ୍କୁ ହସ୍ପିଚଟାଲରେ ଭର୍ତ୍ତି କରାଯାଇଛି।