First Test tube baby in India: ବର୍ତ୍ତମାନ ଯୁଗରେ ଟେଷ୍ଟ ଟ୍ୟୁବ୍‍ ବେବି (Test tube baby) କୋଟି କୋଟି ସନ୍ତାନହୀନ ପିତାମାତାଙ୍କ ପାଇଁ ଆଶୀର୍ବାଦ ପାଲଟିଛି । ୧୯୭୮ ମସିହା ଆଜିର ଦିନରେ ଟେଷ୍ଟ ଟ୍ୟୁବ୍‍ ସାରା ଦେଶ ପାଇଁ ଚର୍ଚ୍ଚାର ବିଷୟ ପାଲଟିଥିଲା । କାରଣ ଜଣେ ଭାରତୀୟ ଦମ୍ପତ୍ତି ନିଜ ପାଇଁ ସନ୍ତାନଟିଏ ପାଇପାରିଥିଲେ, ତାହା ପୁଣି ଇନ୍‍ଭିର୍ଟୋ ଫର୍ଟିଲାଇଜେସନ୍‍ ମାଧ୍ୟମରେ। ତେବେ ଆସିବା ଦେଶର ପ୍ରଥମ ଟେଷ୍ଟ ଟ୍ୟୁବ୍‍ ବିଷୟରେ ।


COMMERCIAL BREAK
SCROLL TO CONTINUE READING

ଏହି  ଟେଷ୍ଟଟ୍ୟୁବ୍‍ ବେବି ହେଉଛନ୍ତି କାନୁପ୍ରିୟା ଅଗ୍ରଓ୍ୱାଲ୍‍ (Kanupriya Agarwal )। ପ୍ରଥମ ଟେଷ୍ଟ ଟ୍ୟୁବ୍‍ ବେବିଙ୍କୁ ସଫଳତାର ସହ ଜନ୍ମ ଦେଇଥିଲେ ଡଃ. ସୁଭାଷ ଚନ୍ଦ୍ର ମୁଖାର୍ଜୀ (Dr Subhash Mukherjee) । ସେ ଭାରତର ପ୍ରଥମ ତଥା ବିଶ୍ୱର ଦ୍ୱିତୀୟ ସଫଳ ଟେ ଷ୍ଟଟ୍ୟୁବ୍‍ ବେବି ଜନକ ଭାବେ ଜଣାଶୁଣା। ଡଃ. ସୁଭାଷ ନିଜର କୋଲକତା ସ୍ଥିତ ହସ୍‍ପିଟାଲ୍‍ରେ କାନୁପ୍ରିୟାଙ୍କୁ ସଫଳତାର ସହ ଜନ୍ମ ଦେଇଥିଲେ। କାନୁପ୍ରିୟାଙ୍କୁ ଏବେ ୪୫ ବର୍ଷ । ସେ ମୁମ୍ବାଇରେ ନିଜ ପରିବାର ସହ ରହୁଛନ୍ତି। ସ୍ୱଭାବିକ ଉପାୟରେ ସେ  ୨ଟି ଛୁଆର ମା’ ହୋଇଛନ୍ତି।  ଆଜି ଟେଷ୍ଟଟ୍ୟୁବ୍‍ ବେବି ବା ଆଇଭିଏଫ୍‍ ମାଧ୍ୟମରେ ମା’ ହେବା ଏକ ସୌଖିନ ଭାବେ ପରିଚିତ ହୋଇଗଲାଣି। ଏପରିକି ବିଳମ୍ବରେ ବିବାହ କରୁଥିବା ଦମ୍ପତ୍ତିଙ୍କ ପାଇଁ ଏହା ଆଶାର କିରଣ ପାଲଟିଛି । କିନ୍ତୁ ସେତବେଳେ, ଏହା ଏକ ବିରଳ ପ୍ରକ୍ରିୟା ଥିଲା । ସାରା ପୃଥିବୀ ପାଇଁ ଏହା ନୂଆ ଥିଲା। ହେଲେ ଡଃ. ସୁଭାଷ ନିଜର ଅଧ୍ୟବସାୟ ଓ ନିଷ୍ଠା ତଥା ପ୍ରତିବଦ୍ଧତା ଦ୍ୱାରା ଏହାକୁ ହାସଲ କରିପାରିଥିଲେ। ସେଥିଲାଗି ଆଜି ଭାରତରେ ପ୍ରଥମ ଟେଷ୍ଟଟ୍ୟୁବ୍‍ ବେବି (Test tube baby) ଜନ୍ମ ଦିବସକୁ ମଧ୍ୟ ପାଳନ କରାଯାଏ।


Also Read-Today in History: ଆଜିର ଦିନରେ ଗିରଫ ହେଇଥିଲେ ଇନ୍ଦିରା ଗାନ୍ଧି, କ’ଣ ଥିଲା ସେ ‘ଜିପ୍‍ ସ୍କାମ୍‍’ ଜାଣନ୍ତୁ ଏଇଠି


ତେବେ ଏହି ଟେଷ୍ଟ ଟ୍ୟୁବ୍‍ ବେବି ମାଧ୍ୟମରେ କେବଳ ମଣିଷ ହିଁ ପିଲା ଜନ୍ମ କରିପାରିବେ ତାହା ନୁହେଁ । ୨୦୨୧ ମସିହାରେ ଭାରତରେ ପ୍ରଥମ ଥର ପାଇଁ କୃତ୍ରିମ ପ୍ରଜନନ (IVF) ଟେକ୍ନୋଲୋଜି ବ୍ୟବହାର କରି ଏକ ଟେଷ୍ଟ୍ ଟ୍ୟୁବ୍ ମଇଁଷି ଛୁଆ ଜନ୍ମ ହୋଇଥିଲା । ଏହି ମଇଁଷିଟି ବନି ପ୍ରଜାତିର ଅଟେ । ପ୍ରଥମ ଟେଷ୍ଟ ଟ୍ୟୁବ୍‌ ଛୁଆ ବନି ପ୍ରଜାତିର ମଇଁଷିର ୬ ଥର ଆଇଭିଏଫ୍‌ ଗର୍ଭଧାନ ପରେ ଜନ୍ମ ନେଇଥିଲା  । ଏହି ପ୍ରକ୍ରିୟା ସୁଶିଳା ଏଗ୍ରୋ ଫାର୍ମ୍ସର କୃଷକ ବିନୟ ଏଲ୍‌, ବାଲାଙ୍କ ଘରକୁ ଯାଇ ପୂରା କରାଯାଇଛି । ଏହି ଫାର୍ମ ଗୁଜରାଟର ସୋମନାଥ ଜିଲ୍ଲାର ଧନେଜ ଗାଁରେ ରହିଛି ।


Also Read-Gold Price Update: ସୁନା ଦରରେ ବୃହତ ପରିବର୍ତ୍ତନ, ଶସ୍ତା ହେଲା ଏତିକି ଟଙ୍କା