କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମାଳ ସୀତାରମଣ,  କ୍ରିପ୍ଟୋକରେନ୍ସୀ ନେଇ  ବିଶ୍ୱକୁ  ସତର୍କ  କରାଇଛନ୍ତି।  ସୋମବାର  ଅନ୍ତର୍ଜାତୀୟ  ମୁଦ୍ରା  କୋଷ  ବୈଠକରେ  ସେ  କହିଛନ୍ତି  କି  ଫାଇନାନସିଆଲ  ଟେକ୍ନୋଲୋଜୀ  ମଧ୍ୟରେ ଏକ  ବଡ଼  ବିପଦ  ରହିଛି  କି  ଏହା  ମନି  ଲଣ୍ଡ୍ରିଂ  ଏବଂ  ଆତଙ୍କବାଦ ଫଣ୍ଡିଂରେ  ବ୍ୟବହାର କରାଯାଇପାରେ।


COMMERCIAL BREAK
SCROLL TO CONTINUE READING

କ୍ରିପ୍ଟୋକୁ ନେଇ ନିୟମ-ଆଇନ ନିର୍ମାଣ ଜରୁରୀ
ଅନ୍ତର୍ଜାତୀୟ  ମୁଦ୍ରା  କୋଷ  (IMF) ସ୍ପ୍ରିଂଗ  ମିଟ୍ ରେ  ଆୟୋଜିତ  ଏକ  ସେମିନାରରେ  ଅର୍ଥମନ୍ତ୍ରୀ  କହିଛନ୍ତି  କି,  ମୋତେ  ଲାଗୁଛି  କି  ଏଠି  ଉପସ୍ଥିତ  ସମସ୍ତ  ଦେଶ  ପାଇଁ  ସବୁଠାରୁ  ବଡ଼  ବିପଦ  ହେଉଛି  ମନି  ଲଣ୍ଡ୍ରିଂ।  ଏଥି ସହ  ଏହି  ମୁଦ୍ରା ର  ବିନିଯୋଗ  ଆତଙ୍କବାଦୀ ଙ୍କ   ଫଣ୍ଡିଂ ରେ  ବ୍ୟବହାର  ହେବାର  ଅନେକ ଆଶଙ୍କା ରହିଛି।  ନିର୍ମଳା  ସୀତାରମଣ  କହିଛନ୍ତି  କି,  ତାଙ୍କୁ  ଲାଗୁଛି  କି  ଟେକ୍ନୋଲୋଜୀର  ଉପଯୋଗ  କରି  କିଛି  ନିୟମ  ପ୍ରଣୟନ  କରିବା ଏକମାତ୍ରା ସମାଧାନ।


ୟୁଏସ ଗସ୍ତରେ ଅଛନ୍ତି ଅର୍ଥମନ୍ତ୍ରୀ
ଅର୍ଥମନ୍ତ୍ରୀ  ନିର୍ମଳା  ସୀତାରମଣ  ସୋମବାର  ୟୁଏସ  ଗସ୍ତ  କରିଛନ୍ତି।  ସେଠାରେ ସେ  ବିଶ୍ୱ  ବ୍ୟାଙ୍କ,  G 20  ଅର୍ଥମନ୍ତ୍ରୀଙ୍କ  ବୈଠକ  ଏବଂ  ସେଣ୍ଟ୍ରାଲ  ବ୍ୟାଙ୍କ  ଗଭର୍ଣ୍ଣର ଙ୍କ  ସହ  ସାକ୍ଷାତ  କରିବେ।  ନିଜ  ପ୍ରଥମ  ଦିନର  ଗସ୍ତରେ  ସେ  IMF ର  ମ୍ୟାନେଜିଂ  ଡାଇରେକ୍ଟର   କ୍ରିସ୍ତଲିନା  ଜୋର୍ଜିବାର  ଅଧ୍ୟକ୍ଷତାରେ ହୋଇଥିବା  ବୈଠକରେ ମନି ଏଟ୍ ଏ କ୍ରସ୍-ରୋଡ୍ ବିଷୟରେ ହୋଇଥିବା ଚର୍ଚ୍ଚାରେ ଭାଗ ନେଇଥିଲେ।


ଡିଜିଟାଲ ଦୁନିଆରେ ଭାରତର ପ୍ରଦର୍ଶନ ସମ୍ପର୍କରେ କହିଲେ
କାର୍ଯ୍ୟକ୍ରମରେ ସୀତାରମଣ, ଡିଜିଟାଲ ଦୁନିଆରେ ଭାରତର ପ୍ରଦର୍ଶନ ଏବଂ ଗତ ଏକ ଦଶନ୍ଧୀରେ ଡିଜିଟାଲ ଭିତ୍ତିଭୂମି ନିର୍ମାଣ ନେଇ ସରକାରଙ୍କ ପ୍ରୟାସ ସମ୍ପର୍କରେ ଅବଗତ କରାଇଲେ।  ସେ  କୋଭିଡ-୧୯  ମହାମାରୀ  ସମୟରେ  ଭାରତରେ  ଡିଜିଟାଲ  ବ୍ୟବହାର  ବୃଦ୍ଧି  ସମ୍ପର୍କରେ  ଆଲୋକପାତ  କରିଥିଲେ।


ଡିଜିଟାଲ ମନି ଏକ ବଡ଼ ଭୂମିକା ତୁଲାଇବ
ଆଇଏମଏଫ୍  ମୁଖ୍ୟ  କହିଛନ୍ତି  କି,  ଆମେ ଏ ମିତି  ମୋଡ ରେ  ଅଛୁ  ଯେଉଁଠି  ପ୍ରଶ୍ନ  ଅଛି  କି  କେତେ  ଶୀଘ୍ର  ଏବଂ  କେତେ ଦୂର  ଯାଏ  ବୃଦ୍ଧି  ହେବ, ହେଲେ  ମୋତେ  ଲାଗୁଛି  କି  ଏହା  ଏକ  ସିଧା  ରାସ୍ତା,  ଯାହାକୁ  ଦେଖି  ସ୍ପଷ୍ଟ  କି  ଡିଜିଟାଲ  ମୁଦ୍ରା, ଏକ  ବଡ଼  ଭୂମିକା  ତୁ ଲାଇବ।