ନୂଆଦିଲ୍ଲୀ: ପତିଙ୍କ ସହ ଶ୍ରୀ ଗୁରୁ ନାନକ ଦେବ ଜୀଙ୍କର ପ୍ରକାଶ ପର୍ବ ପାଳନ କରିବାକୁ ଲାହୋରକୁ ଯାଇଥିଲେ ଜଣେ ମହିଳା । କିନ୍ତୁ ସେ ପାକିସ୍ତାନର ମୁଲତାନର ଜଣେ ପାକିସ୍ତାନୀ ପୁରୁଷ ସହିତ ଲାହୋରରେ ମୁସଲିମ ରୀତିନୀତିରେ ନିକାହ ବା ବିବାହ କରିନେଇଛନ୍ତି । ମହିଳା ଜଣକ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ନିବାସୀ ।


COMMERCIAL BREAK
SCROLL TO CONTINUE READING

ଭାରତୀୟ ମୂଳର ଜଣେ ମୂକ ଓ ବଧିର ମହିଳା ନଭେମ୍ବର ୧୭ରେ ଶ୍ରୀ ଗୁରୁ ନାନକ ଦେବ ଜୀଙ୍କର ଜନ୍ମ ବାର୍ଷିକୀ ପାଳନ କରିବାକୁ ପାକିସ୍ତାନ ଯାଇଥିଲେ । ପରେ ଲାହୋରର ଏକ ମସଜିଦରେ ସେ ମୁସଲମାନ ରୀତିନୀତି ଅନୁଯାୟୀ ବିବାହ କରିଥିଲେ ।


ଶିଖ ଧର୍ମ ଛାଡି ଗ୍ରହଣ କଲେ ଇସଲାମ


ପରମଜିତ୍ ସେଠାରେ ଇସଲାମ ଗ୍ରହଣ କରିଛନ୍ତି । ତେବେ ପରମଜିତ କୌର ଭାରତରୁ ଦିଲ୍ଲୀର ଭିସା ନେଇ ପାକିସ୍ତାନ ଯାଇଥିଲେ । ଫଳରେ ପୋଲିସ ସେଠାରେ ରହିବାକୁ ଅନୁମତି ଦେଇ ନଥିଲେ । ମହିଳା ଜଣକ ସୋସିଆଲ ମିଡିଆ ମାଧ୍ୟମରେ ଜଣେ ପାକିସ୍ତାନୀ ପୁରୁଷଙ୍କ ସମ୍ପର୍କରେ ଆସିଥିଲେ ।


ସୂଚନାନୁସାରେ, ଭାରତରୁ ଦିଲ୍ଲୀ ଭିସା ପାଇବା ପରେ ପାକିସ୍ତାନ ଯାଇଥିବା ୪୦ ବର୍ଷୀୟ ପରମଜିତ୍ କୌର ଗତ ଦୁଇ ବର୍ଷ ଧରି ସୋସିଆଲ ମିଡିଆ ମାଧ୍ୟମରେ ପାକିସ୍ତାନୀ ବ୍ୟକ୍ତିଙ୍କ ସହ ସମ୍ପର୍କରେ ଥିଲେ । ପରମଜିତ୍ କୌର କୋଲକାତାରେ ରହୁଥିଲେ ।


ପୂର୍ବରୁ ଘଟିସାରିଛି ଏପରି ବିବାହ 


ଏହା ପ୍ରଥମ ଘଟଣା ନୁହେଁ, ଯେତେବେଳେ ଶ୍ରଦ୍ଧାଳୁଙ୍କ ଦଳରେ ସାମିଲ ମହିଳାମାନେ ଜଣେ ପାକିସ୍ତାନୀ ପୁରୁଷଙ୍କୁ ବିବାହ କରିଛନ୍ତି । ଏହାପୂର୍ବରୁ ଭାରତୀୟ ମହିଳା ପଞ୍ଜାବର ବାଲାଚୌର ସହରର ବାସିନ୍ଦା କିରଣ ବାଲା ପାକିସ୍ତାନର ଜଣେ ମୁସଲମାନ ଯୁବକଙ୍କୁ ବିବାହ କରିଥିଲେ ।


ଏହା ବି ପଢ଼ନ୍ତୁ:-ଭାରତୀୟ ବଂଶୋଦ୍ଭବ ଏହି ୨ ଖେଳାଳି ଭାଙ୍ଗିଲେ ଟିମ୍ ଇଣ୍ଡିଆର ସ୍ୱପ୍ନ, ଶେଷ ୫୨ ବଲ୍ ପର୍ଯ୍ୟନ୍ତ ଚାଲିଥିଲା ସଂଘର୍ଷ


ଏହା ବି ପଢ଼ନ୍ତୁ:-୩୦ ବର୍ଷ ପରେ କଂଗ୍ରେସରେ ଦେଖିବାକୁ ମିଳୁଛି 'ଖୁସି', କିନ୍ତୁ ୟୁପି ଜିତିବା ପାଇଁ ଦଳ ସାମ୍ନାରେ ରହିଛି ଏସବୁ ଚ୍ୟାଲେଞ୍ଜ


ଏହା ବି ପଢ଼ନ୍ତୁ:-ଚୀନର ଋଣ ଜାଲରେ ଫସିଲା ଆଉ ଏକ ଦେଶ, 'ଡ୍ରାଗନ'କୁ ହସ୍ତାନ୍ତର କରିବାକୁ ବାଧ୍ୟ ହେଲା ଦେଶର ଏକମାତ୍ର ଅନ୍ତର୍ଜାତୀୟ ବିମାନବନ୍ଦର


ଏହା ବି ପଢ଼ନ୍ତୁ:-ପୁଣି ଟେନସନ୍ ବଢ଼ାଇଲା ଚୀନ; ପୂର୍ବ ଲଦାଖ ନିକଟରେ ରାଜପଥ ନିର୍ମାଣ କରୁଛି ଡ୍ରାଗନ୍, LAC ରେ ମିସାଇଲ୍ ରେଜିମେଣ୍ଟ ମଧ୍ୟ କଲା ମୁତୟନ