2023 Future: ପ୍ରତିଟି ମଣିଷର ଭାଗ୍ୟ ତା ରାଶି ସହ ଜଡ଼ିତ। ସେଥିପାଇଁ ଜଣେ ମଣିଷ ତାର ଭାଗ୍ୟକୁ ନେଇ ସର୍ବଦା ଚିନ୍ତାରେ ଥାଏ । କେତେବେଳେ ଯେ, କଣ ହେବ ତାହା ଭାଗ୍ୟ ହାତରେ ଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସବୁ ଗ୍ରହ ମାନଙ୍କ ମଧ୍ୟରୁ ଶନି ଗ୍ରହ ସବୁଠାରୁ ଧିର ଚଳନ ଗ୍ରହ ବୋଲି ବିବେଚନା କରାଯାଏ। ବର୍ଷ ୨୦୨୩ ର ପ୍ରାରମ୍ଭରୁ ଶନିଗ୍ରହ ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଶାସ୍ତ୍ର ଅନୁସାରେ, ୧୭ ଜାନୁଆରୀ ୨୦୨୩ ରୁ ଶନି ରାଶି ପରିବର୍ତ୍ତନ କରି କୁମ୍ଭ ରାଶିରେ ପ୍ରବେଶ କରିବେ। ଏମିତିରେ କୁମ୍ଭ ରାଶିଙ୍କ ଉପରେ ଶନିଙ୍କ ମହାଦଶା ସମାପ୍ତ ହୋଇଯିବ । କିଛି ଲୋକଙ୍କୁ ଏହି ମହାସଙ୍କଟରୁ ମୁକ୍ତି ମିଳିଯିବ।


COMMERCIAL BREAK
SCROLL TO CONTINUE READING

ଧନୁ; (Sagittarius) ଏଠାରେ କହିରଖୁଛୁ ଯେ, ଏହି ରାଶିର ତୃତୀୟ ପାଦରେ ଶନିଗୋଚର ରହିଛି । ଏହି ରାଶି ଗୁଡିକରେ ଗତ ସାଢେ ସାତ ବର୍ଷ ହେଲା ଶନିଙ୍କ ସାଢେସାତି ଦଶା ଚାଲିଛି । ଏହି କାରଣରୁ ଏହି ରାଶିର ବ୍ୟକ୍ତିତ୍ୱଙ୍କ ଉପରୁ ମାନସିକ ଓ ଶାରୀରିକ ସ୍ତରରେ ମୁକ୍ତି ମିଳିଯାଇପାରେ। ଜୀବନରେ ଆସିଥିବା ଅନେକ ସମସ୍ୟାରୁ ଏମାନଙ୍କୁ ମୁକ୍ତି ମିଳିବାକୁ ଯାଉଛି। ଏହି ରାଶି ଗୁଡିକ ଅର୍ଥନୈତିକ ସଙ୍କଟରୁ ମୁକ୍ତି ପାଇବେ । ଚାକିରିରେ ମଧ୍ୟ ପଦୋନ୍ନତି ମିଳିବାକୁ ଯାଉଛି । ବହୁ ସମୟ ଧରି ଯେଉଁ କାମ କରିବାକୁ ଭାବୁଛନ୍ତି ସେଥିରେ ବି ସଫଳ ହେବେ।


Also Read: Earthquake: ଶକ୍ତିଶାଳୀ ଭୂକମ୍ପରେ ଥରିଉଠିଲା ଇଣ୍ଡୋନେସିଆ; ୨୦ ମୃତ, ୩ ଶହରୁ ଅଧିକ ଆହତ


ତୁଳା: (Libra)ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନି ପଞ୍ଚମ ଘରକୁ ଗୋଚର କରିବାକୁ ଯାଉଛନ୍ତି। ଏହା ସହିତ ସେ ଶନିଦଶାରୁ ମଧ୍ୟ ମୁକ୍ତି ମିଳିଯାଇପାରିବ । ଯେଉଁ କାମ ପାଇଁ ଆପଣ ଦୀର୍ଘ ସମୟ ଧରି କଠିନ ପରିଶ୍ରମ କରୁଛନ୍ତି, ତାହା ବର୍ତ୍ତମାନ ସଫଳତା ପାଇପାରିବେ । ପାରିବାରିକ ଜୀବନରେ ଭଲ ସମନ୍ୱୟ ରହିବ । ଚାକିରି ଏବଂ ବ୍ୟବସାୟରେ ମଧ୍ୟ ଅପାର ସଫଳତା ମିଳିବାକୁ ଯାଉଛି। ଯଦି ଆପଣ କାହା ସହ ସହଭାଗିତାରେ କାମ କରିବାକୁ ଚିନ୍ତା କରୁଛନ୍ତି, ତେବେ ଏହି ସମୟରେ ପରିସ୍ଥିତି ଅନୁକୂଳ ଅଟେ।


Also Read: Free Gas Cylinder:ହୋଲିରେ ମିଳିବ ଦୁଇଟି ଫ୍ରି ସିଲିଣ୍ଡର, ଜାଣନ୍ତୁ ସମସ୍ତ ପ୍ରକ୍ରିୟା


ମିଥୁନ: (Gemini)ଶନି ଏହି ରାଶିର ଭାଗ୍ୟ ସ୍ଥାନ ଉପରେ ଗୋଚର କରିବାକୁ ଯାଉଛନ୍ତି । ଏଠାରେ କହିରଖୁଛୁ ଯେ, ୨୦୨୦ ମସିହାରୁ ଏହି ମିଥୁନ ରାଶି ଉପରେ ଶନିଙ୍କ ରୋଷ ଜାରି ରହିଛି । ମାତ୍ର ଏହି ଗୋଚରରୁ ସେମାନଙ୍କୁ ମୁକ୍ତି ମିଳିପାରିବ। ଶନିଙ୍କର କୁମ୍ଭ ରାଶିରେ ଗୋଚର କାରଣରୁ ଏହି ରାଶିର ଲୋକଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବାକୁ ଯାଉଛି। ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଏହି ରାଶିଙ୍କୁ ଅପାର ସଫଳତା ହାସଲ କରିପାରିବେ। କେବଳ ଏତିକି ନୁହେଁ, ପରିବାର ମଧ୍ୟରେ ଲାଗିରହିଥିବା ସମସ୍ୟା ଓ ବିବାଦ ମଧ୍ୟ ଧିରେ ଧିରେ କମିବାରେ ଲାଗିବ। 


Also Read: Google Fake Customer Card: Google ଦେଲା କି ଧୋକା ! ଗୋଟିଏ କ୍ଲିକରେ ହେଲେ ପୁରା କାଙ୍ଗାଳ


ବୃଷ:(Taurus) ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଏହି ରାଶିର ଦଶମ ପାଦରେ ଗୋଚର କରିବାକୁ ଯାଉଛନ୍ତି। ଏହାଦ୍ୱାରା ଏହି ରାଶିର ଲୋକଙ୍କ ଭଲ ଦିନ ଆରମ୍ଭ ହେବାକୁ ଯାଉଛି । ଶନି ଏହି ରାଶିର ରାଶିଫଳରେ ଭାଗ୍ୟର ସ୍ଥାନକୁ ପ୍ରଭାବିତ କରୁଥିଲେ। କିନ୍ତୁ ଜାନୁଆରୀରେ କୁମ୍ଭରେ ଶନିଙ୍କ ଗୋଚର ହେତୁ ଶନି ଦେବଙ୍କ କ୍ରୋଧ ସମାପ୍ତ ହେବ। ଏପରି ପରିସ୍ଥିତିରେ, ଏହି ରାଶିର ଲୋକମାନେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ । ବ୍ୟବସାୟରେ ମଧ୍ୟ ଅପାର ସଫଳତା ହାସଲ କରିବେ ଏହି ରାଶି । ଏହି ସମୟରେ ବିଦେଶ ଯାତ୍ରା ପାଇଁ ଶୁଭ ସମ୍ଭାବନା ସୃଷ୍ଟି ହେଉଛି । ଶନିଙ୍କ ଗୋଚର ସହିତ, ଏହି ରାଶିର ବ୍ୟକ୍ତିତ୍ୱଙ୍କ ଆର୍ଥିକ କାର୍ଯ୍ୟରେ ଶକ୍ତି ରହିବ । ପୂର୍ବରୁ କିଛି ସମୟ ଧରି ଚାଲୁଥିବା ସମସ୍ୟାରୁ ଏହି ବର୍ଷରୁ ଆପଣ ମୁକ୍ତି ପାଇ ପାରିବେ ।