ଦେବ ଜ୍ୟୋତି ମିଶ୍ର,ନୂଆଦିଲ୍ଲୀ: ୟୁକ୍ରେନ ପକ୍ଷରୁ ଋଷିଆକୁ ବଡ଼ ଝଟକା। ୟୁକ୍ରେନ ବିରୋଧି ସାମରିକ ଅଭିଯାନ ବେଳେ ଋଷୀୟ ମିସାଇଲ ଗାଇଡେଡ କ୍ରୁଜ ମୋସ୍କଭା ଯୁଦ୍ଧ ଜାହାଜ ବ୍ଲାକ ସି ଅର୍ଥାତ କୃଷ୍ଣ ସାଗରରେ ବୁଡ଼ି ଯାଇଛି। ଯୁଦ୍ଧ ସମୟରେ ଜାହାଜଟି କ୍ଷତି ଗ୍ରସ୍ତ ହୋଇଥିଲା। ଫଳରେ ଏହା ସମୁଦ୍ରରେ ବୁଡ଼ି ଯାଇଥିବା ଋଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଏନେଇ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି କି ଯୁଦ୍ଧ ସମୟରେ ଲକ୍ଷ୍ୟସ୍ଥଳରେ ଥିବା ପୋର୍ଟକୁ ଯାଉଥିବା ବେଳେ ଏହି ଯୁଦ୍ଧ ଜାହାଜ ନିୟନ୍ତ୍ରଣ ହରାଇଥିଲା। ଗୁଳିଗୋଳା ବିସ୍ଫୋରଣ ଯୋଗୁ ଜାହାଜରେ ନିଆଁ ଲାଗି ଯିବା ସହ ଏହା କ୍ଷତିଗ୍ରସ୍ତ ହୋଇଥିଲା।


COMMERCIAL BREAK
SCROLL TO CONTINUE READING

ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଜାହାଜ ସମୁଦ୍ରରେ ବୁଡ଼ି ଯାଇଥିବା ସୂଚନା ଦେଇଛି ମନ୍ତ୍ରଣାଳୟ। ଯୁଦ୍ଧ ଜାହାଜ ୟୁକ୍ରେନ ମିସାଇଲ ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିବା କିଛି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ହେଲେ ଏ ସମ୍ପର୍କରେ ଋଷିଆ କୌଣସି ପ୍ରକାର ପ୍ରତିକ୍ରିୟା ରଖିନାହିଁ। ଋଷ ଯୁଦ୍ଧ ଜାହାଜ ୟୁକ୍ରେନ ମିସାଇଲ ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିବା ଖବର ୟୁକ୍ରେନ ପକ୍ଷରୁ ଦିଆଯାଇଥିଲା। ଏହି ସମୟରେ ଋଷିଆ କ୍ରୁଜ ମୋସ୍କଭା ଯୁଦ୍ଧ ଜାହାଜରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରାଯାଇଛି ଓ ଏହା କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସମୁଦ୍ରରେ ଭାସିବାର କ୍ଷମତା ରଖିଛି ବୋଲି ଋଷ ପକ୍ଷରୁ ସୂଚନା ଦିଆଯାଇଥିଲା। ବର୍ତ୍ତମାନ ଜାହାଜରେ କେମିତି ନିଆଁ ଲାଗିଲା ତାହାର ତଦନ୍ତ କରାଯାଉଛି। ସେହିପରି କ୍ଷତିଗ୍ରସ୍ତ ଜାହାଜରେ ଥିବା ଶତାଧିକ ଚାଳକ ଦଳ ସଦସ୍ୟଙ୍କୁ ସୁରକ୍ଷିତ କୃଷ୍ଣ ସାଗର ଅର୍ଥାତ ବ୍ଲାକ୍ ସି (Black Sea) ଠାରେ ଥିବା ଆଉ ଗୋଟିଏ ଜାହାଜକୁ ଅଣାଯାଇଛି ବୋଲି ମସ୍କୋ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। 


ଜାହାଜ ବୁଡ଼ି ଯିବା ଘଟଣାରେ ଋଷିଆ ମିଛ କହୁଥିବା ୟୁକ୍ରେନ କହିଛି। ବୁଡ଼ି ଯାଇଥିବା ଜାହାଜରେ ଋଷୀୟ ସୈନ୍ୟଙ୍କ ସହ ଚାଳକ ଦଳ ସଦସ୍ୟ ଥିଲେ କି ନାହିଁ ତାହା ଜଣାପଡ଼ିନି। ଅନ୍ୟପକ୍ଷରେ ୟୁକ୍ରେନ କହିଛି ଯେ ଋଷିଆ ଯୁଦ୍ଧ ଜାହାଜ ଓଡେଶା ଅଭିମୁଖେ ଆସୁଥିବା ବେଳେ ରକେଟ ଆକ୍ରମଣର ଶିକାର ହୋଇଥିଲା। ଫଳରେ ଏହା ଦ୍ୱାରା ଋଷିଆ ବ୍ୟାପକ କ୍ଷତି ସହିଛି। ଏନେଇ ଋଷିଆ କହିଥିଲା ଯେ ଜାହାଜରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରାଯାଇଛି, ଯଦିଓ ଏହା କ୍ଷତିଗ୍ରସ୍ତ ହୋଇଛି ହେଲେ ସମୁଦ୍ରରେ ଭାସିବାର କ୍ଷମତା ରଖିଛି । ବର୍ତ୍ତମାନ ଜାହାଜରେ କେମିତି ନିଆଁ ଲାଗିଲା ତାହାର ତଦନ୍ତ କରାଯାଉଛି। ଅନ୍ୟପଟରେ ଋଷିଆର ଡୋନବାସ ଅଧିକାର ଅଭିଯାନକୁ ଜୋରଦାର ଝଟକା ଲାଗିଛି। ବେଶ ସତର୍କତାର ସହ ଋଷିଆ ସେନାର ମୁକାବିଲା କରୁଛି ୟୁକ୍ରେନ ସେନା। ପ୍ରାୟ ୯ ମାଇଲ ବିଶିଷ୍ଟ ରୁଷିଆ ସେନାର ପଟୁଆରକୁ ଅଟକାଇବାରେ ସମର୍ଥ ହୋଇଛି ୟୁକ୍ରେନ। 


ସେନା କନଭୟ ଉପରେ ଆକ୍ରମଣ କରି ଏହାକୁ ଛାରଖାର କରିଦେଇଛି ୟୁକ୍ରେନ ସେନା। ପୂର୍ବ ପ୍ରସ୍ତୁତି ଅନୁସାରେ ଏକ ପୋଲରେ ବୋମା ଖଂଜି ଏହାକୁ ଉଡାଇ ଦେଇଥିଲା ୟୁକ୍ରେନ। ଫଳରେ ରୁଷର ଡୋନବାସ ଅଭିଯାନ ଅଧାରେ ଅଟକି ଯାଇଥିଲା । ଏହାପରେ ଆମ୍ବୁଶ କରି ଗୋଟିଏ ପରେ ଗୋଟିଏ ସେନା ଗାଡିକୁ ବିସ୍ଫୋରଣରେ ଉଡାଇ ଦେଇଛି ୟୁକ୍ରେନ ସେନା। ରାସ୍ତାସାରା ବୋମା ଖଞ୍ଜା ଯାଇଥିଲା। ଋଷୀୟ ସେନା ଗାଡି ଏହି ରାସ୍ତା ଦେଇ ଗଲାବେଳେ ବୋମା ବିସ୍ଫୋରଣ ହୋଇଥିଲା। ଏ ସମ୍ପର୍କିତ ଏକାଧିକ ଫଟୋ ଜାରି କରିଛି ୟୁକ୍ରେନ ସ୍ଥଳସେନା। ଏହି ଫଟୋରେ ଅନେକ ସଂଖ୍ୟାରେ  ଋଷ ଟ୍ୟାଙ୍କ ଓ ଅନ୍ୟାନ୍ୟ ଯୁଦ୍ଧସ୍ତ୍ର ଖଞ୍ଜାଯାଇଥିବା ଗାଡିସବୁ ଭାଙ୍ଗି ଚୁରମାର ହୋଇଯାଇଥିବା ଦେଖାଯାଉଛି। ଟ୍ୟାଙ୍କ ବୋଝେଇ ଅନେକ ଗାଡି ୟୁକ୍ରେନର ଖାରକିଭରୁ ଇଜିଅମ ମୁହାଁ ହୋଇଥିଲା। ଇଜିୟମ ସହିତ ସ୍ଲୋଭ୍ୟାଂସ ଓ ଡୋନବାସ ଉପରେ ଆକ୍ରମଣ ପାଇଁ ଏହି ବିରାଟ ପଟୁଆର ଆଗକୁ ବଢୁଥିଲା। ହେଲେ ୟୁକ୍ରେନର ଜୋରଦାର ଆକ୍ରମଣ ପରେ ରୁଷିଆକୁ ବିରାଟ ଧକ୍କା ଲାଗିଛି।