Owaisi On Gyanvapi: ସୋମବାର ଜ୍ଞାନବ୍ୟାପୀ ମସଜିଦର (Gyanvapi Masjid Hearing) ଶୁଣାଣୀ ଆସିଛି। ଏହାକୁ ନେଇ AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସି (AIMIM Chief Asaduddin Owaisi)ଙ୍କ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସୋମବାର (Monday) ସେ କହିଛନ୍ତି ଯେ, ଜ୍ଞାନବ୍ୟାପୀ ମସଜିଦ-ଶୃଙ୍ଗର ଗୌରୀ ବିବାଦରେ ଦିଆଯାଇଥିବା ଆଦେଶରେ ଅସ୍ଥିରତାର ପ୍ରଭାବ ପଡିବ। ସେ କହିଛନ୍ତି ଯେ, ବାବ୍ରି ମସଜିଦ ମାମଲା ପରି ଏହି ମାମଲା ଚାଲିଛି। ଓୱେସି କହିଛନ୍ତି ଯେ, ଯେତେବେଳେ ବାବ୍ରି ମସଜିଦ ଉପରେ ନିଷ୍ପତ୍ତି ଆସିଲା ମୁଁ ସମସ୍ତଙ୍କୁ ଚେତାବନୀ ଦେଇଥିଲି ଯେ, ଆସ୍ଥା ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିବାରୁ ଏହା ଦେଶରେ ସମସ୍ୟା ସୃଷ୍ଟି କରିବ।


COMMERCIAL BREAK
SCROLL TO CONTINUE READING

ଓୱେସି କହିଛନ୍ତି, ମୋର ବିଶ୍ୱାସ ରହିଛି ଯେ, ଏହି ଆଦେଶ ପରେ ପ୍ଲେସେସ୍ ଅଫ୍ ଓ୍ବର୍ସିପ ଆକ୍ଟ-୧୯୯୧ର ଉଦ୍ଦେଶ୍ୟକୁ ପ୍ରତିହତ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଅଧିନିୟମ ଏଥିପାଇଁ ଅଣାଯାଇଥିଲା, ଯାହାଦ୍ବାରା ଦେଶରେ ଧାର୍ମିକ ସ୍ଥାନ ଗୁଡିକରେ ଥିବା ବିବାଦ ସମାପ୍ତ ହେବ। କିନ୍ତୁ ଏହି ମାମଲାରେ ନ୍ୟାୟାଳୟ ଆମକୁ ଭାବିବାକୁ ବାଧ୍ୟ କରିଦେଲା ଯେ, କଣ ଆମେ ପୁନଶ୍ଚ ୮୦-୯୦ ଦଶକକୁ ଫେରୁଛୁ? ଏହାପରେ ଦେଶରେ ଅନେକ ନୂଆ ଘଟଣା ଆରମ୍ଭ ହେବ। ଏବେ ଆମେ ମାମଲାରେ କୌଣସି ନା କୌଣସି କୋର୍ଟରେ ପହଞ୍ଚିବୁ ଏବଂ ଦାବି କରିବୁ ଯେ, ସ୍ୱାଧୀନତା ପୂର୍ବରୁ ଆମେ ଏଠାରେ ଏହିଭଳି ଥିଲୁ। ସେ କହିଛନ୍ତି, 'ହାଇକୋର୍ଟରେ ଏହି ଆଦେଶ ବିରୋଧରେ ଏକ ଆବେଦନ ହେବା ଉଚିତ୍। ମୁଁ ଆଶା କରୁଛି ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ କମିଟି ଏହି ଆଦେଶ ବିରୋଧରେ ଆବେଦନ କରିବେ।'


ଏହା ବି ପଢନ୍ତୁ: Gyanvapi Mosque Case: କୋର୍ଟ ନିଷ୍ପତ୍ତି ଆସିବା ପରେ ପ୍ରତିକ୍ରିୟା ରଖିଲା ମୁସଲିମ ପକ୍ଷ


ଏହାପୂର୍ବରୁ ସୋମବାର ଦିନ ବାରାଣାସୀର ଜିଲ୍ଲା କୋର୍ଟ ଜ୍ଞାନବ୍ୟାପୀ ମସଜିଦ-ଶୃଙ୍ଗର ଗୌରୀ ମାମଲାରେ କହିଥିଲେ ଯେ, ପୂଜାପାଠ କରିବାର ଅଧିକାରକୁ ନେଇ କରାଯାଇଥିବା ଆବେଦନ ଉପରେ ଶୁଣାଣି ଜାରି ରଖିବେ। ମୁସଲିମ ପକ୍ଷର ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ହିନ୍ଦୁ ଦଳର ଓକିଲ ବିଷ୍ଣୁ ଜୈନ କହିଛନ୍ତି ଯେ, ଜିଲ୍ଲା ଜଜ୍ ଏ.କେ ବିଶ୍ୱେଶ ଏହି ମାମଲାର ସ୍ଥାୟୀତ୍ବତା ଉପରେ ପ୍ରଶ୍ନ ଉଠାଇ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ଏବଂ ଶୁଣାଣି ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି।


ଏଠାରେ କହିରଖୁଛି ଯେ, ଆଜି ଜ୍ଞାନବ୍ୟାପୀ ମସଜିଦ-ଶୃଙ୍ଗର ଗୌରୀ ମାମଲାରେ ମୁସଲିମ ପକ୍ଷର ଆବେଦନକୁ ଖାରଜ କରିଦେଇଛନ୍ତି। ପୂଜାପାଠ କରିବାର ଅଧିକାର ପ୍ରଦାନ କରିବାକୁ କରାଯାଇଥିବା ଆବେଦନ ଉପରେ ଶୁଣାଣି ଜାରି ରହିବ ବୋଲି କୋର୍ଟ କହିଛନ୍ତି। ଏହି ମାମଲାରେ କୋର୍ଟ ହିନ୍ଦୁ ପକ୍ଷ ସପକ୍ଷରେ ରାୟ ଶୁଣାଇଛନ୍ତି। ଏନେଇ ପ୍ରତିକ୍ରିୟା ରଖି ହିନ୍ଦୁ ପକ୍ଷ ଓକିଲ ବିଷ୍ଣୁ ଜୈନ କହିଛନ୍ତି ଯେ, ଏହା ଏକ ବିଚାରଯୋଗ୍ୟ ମାମଲା ନା ନୁହେଁ ସେ ନେଇ କରାଯାଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି କୋର୍ଟ। ଏହି ମାମଲାରେ ୫ ଜଣ ମହିଳା ପ୍ରତିଦିନ ହିନ୍ଦୁ ଦେବା ଦେବୀଙ୍କ ପୂଜାପାଠ ପାଇଁ ଅନୁମତି ମାଗିଥିଲେ। ଏହି ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ଜ୍ଞାନବ୍ୟାପୀ ମସଜିଦ ବାହ୍ୟ କାନ୍ଥରେ ରହିଛି।