ଜାନୁଆରୀ ୧ରୁ ଆପଣଙ୍କର ଡେବିଟ୍-କ୍ରେଡିଟ୍ କାର୍ଡ ସହ ଜଡିତ ବଦଳିବ ଏହି ନିୟମ
RuPay ଦ୍ୱାରା ଚାଳିତ ଏହି କାର୍ଡକୁ ନ୍ୟାସନାଲ କମନ୍ ମୋବିଲିଟି କାର୍ଡ ଭାବରେ ବ୍ୟବହାର କରାଯାଇପାରିବ । ଏହି କାର୍ଡ ଏକ ପ୍ରକାର ସ୍ମାର୍ଟ କାର୍ଡ ।
ନୂଆଦିଲ୍ଲୀ: ନୂତନ ବର୍ଷର ଆରମ୍ଭ ସହିତ ଡେବିଟ୍ ଓ କ୍ରେଡିଟ୍ କାର୍ଡ ସହିତ ଦେୟ ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ମାସ ଆରମ୍ଭରେ ଏହାର ସୂଚନା ଦେଇଛନ୍ତି । ଯାହା ଅନ୍ତର୍ଗତ ଆପଣ ବର୍ତ୍ତମାନ କଣ୍ଟାକ୍ଟଲେସ୍ ଡେବିଟ ଓ କ୍ରେଡିଟ୍ କାର୍ଡରୁ ଅଧିକତମ ୫୦୦୦ ଟଙ୍କା ଯାଏ ପେମେଣ୍ଟ ବିନା କୌଣସି ପିନରେ ସହଜରେ କରିପାରିବେ । ଏହି ସୁବିଧା ଜାନୁୟାରୀ ୧, ୨୦୨୧ରୁ ସାରା ଦେଶରେ ଲାଗୁ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ କଣ୍ଟାକ୍ଟଲେସ ଡେବିଟ ଓ କ୍ରେଡିଟ କାର୍ଡରୁ ଅଧିକତମ କେବଳ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ ବିନା ପିନରେ ହୋଇପାରୁଥିଲା । ୱାନ୍ ନେସନ୍ ୱାନ୍ କାର୍ଡ ସ୍କିମ୍ (One Nation One Card) ଅଧୀନରେ ଭାରତୀୟ କମ୍ପାନୀ ରୂପେ (RuPay) କଣ୍ଟାକ୍ଟଲେସ୍ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ଜାରି କରିଥିଲା । ଏହି କାର୍ଡଗୁଡ଼ିକର ସାହାଯ୍ୟରେ ଆପଣ ସାଧାରଣ ପରିବହନ ଠାରୁ ସପିଂ ମଲ୍ ପର୍ଯ୍ୟନ୍ତ ସହଜରେ ପେମେଣ୍ଟ କରିପାରିବେ ।
ଅଧିକ ପଢ଼ନ୍ତୁ:-ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଡ୍ରାଫ୍ଟ ଜାରି କରି ରାଜ୍ୟମାନଙ୍କୁ କହିଲା ଟୀକାକରଣର ଯୋଜନା, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା
RuPay ଦ୍ୱାରା ଚାଳିତ ଏହି କାର୍ଡକୁ ନ୍ୟାସନାଲ କମନ୍ ମୋବିଲିଟି କାର୍ଡ ଭାବରେ ବ୍ୟବହାର କରାଯାଇପାରିବ । ଏହି କାର୍ଡ ଏକ ପ୍ରକାର ସ୍ମାର୍ଟ କାର୍ଡ । ସେହିଭଳି ଏକ କାର୍ଡ ଦିଲ୍ଲୀ ମେଟ୍ରୋରେ ଚାଲିଥାଏ, ଯାହାକୁ ଆପଣ ରିଚାର୍ଜ କରି ମେଟ୍ରୋରେ ଯାତ୍ରା କରିପାରିବେ । ବର୍ତ୍ତମାନ ଦେଶର ସମସ୍ତ ବ୍ୟାଙ୍କ RuPay ର ନୂତନ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ଜାରି କରିବେ, ଯେଉଁଥିରେ ନ୍ୟାସନାଲ୍ କମନ୍ ମୋବିଲିଟି କାର୍ଡ ଫିଚର ରହିବ । ଏହା ଅନ୍ୟ ୱାଲେଟ୍ ପରି କାମ କରିବ ।
ଏହି ଟେକ୍ନୋଲୋଜିର ସାହାଯ୍ୟରେ କାର୍ଡ ଧାରକଙ୍କୁ କାରବାର ପାଇଁ ସ୍ୱାଇପ୍ କରିବାର ଆବଶ୍ୟକତା ନାହିଁ । ପଏଣ୍ଟ ଅଫ୍ ସେଲ୍ (POS) ମେସିନ ସହ କାର୍ଡକୁ ସଂଲଗ୍ନ କଲେ ପେମେଣ୍ଟ ହୋଇଯାଇଥାଏ । କଣ୍ଟାକ୍ଟଲେସ୍ କ୍ରେଡିଟ୍ କାର୍ଡରେ ଦୁଇଟି କୌଶଳ ବ୍ୟବହୃତ ହୁଏ - 'ନିୟର ଫିଲ୍ଡ କମ୍ୟୁନିକେଶନ' ଅର୍ଥାତ୍ NFC ଏବଂ 'ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍' (RFID) । ଯେତେବେଳେ ଏହି କାର୍ଡ ଏହି ଟେକ୍ନୋଲୋଜି ସହିତ ସଜ୍ଜିତ ଏକ କାର୍ଡ ମେସିନ ପାଖକୁ ଅଣାଯାଏ, ଦେୟ ସ୍ୱୟଂଚାଳିତ ଭାବରେ ହୋଇଯାଏ ।
ଯଦି କାର୍ଡକୁ ୨ରୁ ୫ ସେଣ୍ଟିମିଟର ପରିସର ମଧ୍ୟରେ ରଖାଯାଏ, ତେବେ ପେମେଣ୍ଟ ହୋଇପାରିବ । ଏହାକୁ ମେସିନରେ ଭର୍ତ୍ତି କରିବା କିମ୍ବା ସ୍ୱାଇପ୍ କରିବାର ଆବଶ୍ୟକତା ନାହିଁ । ନା PIN କିମ୍ବା OTP ର ଆବଶ୍ୟକତା ରହିଛି । କଣ୍ଟାକ୍ଟଲେସ୍ ଦେୟ ପାଇଁ ସର୍ବାଧିକ ସୀମା ହେଉଛି ୨,୦୦୦ ଟଙ୍କା, ଯାହା ବର୍ତ୍ତମାନ ୫,୦୦୦ ଟଙ୍କାକୁ ବୃଦ୍ଧି କରାଯିବ । ଗୋଟିଏ ଦିନରେ ପାଞ୍ଚଟି କଣ୍ଟାକ୍ଟଲେସ କାରବାର କରାଯାଇପାରିବ । ଏହି ରାଶିଠାରୁ ଅଧିକ ଦେୟ ପାଇଁ, PIN କିମ୍ବା OTP ଆବଶ୍ୟକ ହେବ ।
ଅଧିକ ପଢ଼ନ୍ତୁ:-'ସୋନିଆ ଗାନ୍ଧୀ ଓ ମନମୋହନ ସିଂଙ୍କ ଯୋଗୁଁ ୨୦୧୪ରେ ମୋଦିଙ୍କଠୁ ହାରି ଥିଲା କଂଗ୍ରେସ'
ଏହି କାର୍ଡ ପାଇବା ପାଇଁ ଆପଣ ବ୍ୟାଙ୍କ ସହିତ ଯୋଗାଯୋଗ କରିବାକୁ ପଡିବ । ଏହା ବ୍ୟତୀତ ୨୫ଟି ବ୍ୟାଙ୍କରେ ଉପଲବ୍ଧ, ଏହି କାର୍ଡ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଦ୍ୱାରା ମଧ୍ୟ ପ୍ରଦାନ କରାଯାଇଛି । ଏହି କାର୍ଡ ଏଟିଏମରେ ବ୍ୟବହାର ଉପରେ ୫ ପ୍ରତିଶତ କ୍ୟାସବ୍ୟାକ୍ ଏବଂ ବିଦେଶ ଭ୍ରମଣ ସମୟରେ ମର୍ଚେଣ୍ଟ ଆଉଟଲେଟରେ ପେମେଣ୍ଟ ଉପରେ ୧୦ ପ୍ରତିଶତ କ୍ୟାସବ୍ୟାକ୍ ମିଳିଥାଏ । ଡିସ୍କଭର୍ ଏବଂ ଡିନର୍ସ କ୍ଲବ୍ ଇଣ୍ଟରନ୍ୟାସନାଲ୍ ମର୍ଚେଣ୍ଟମାନଙ୍କ ବ୍ୟତୀତ, RuPay ର ଏହି କାର୍ଡ ବିଦେଶର ଏଟିଏମ୍ ଗୁଡିକରେ ମଧ୍ୟ ସ୍ୱୀକାର କରାଯାଇଥାଏ । ଏହି କାର୍ଡ SBI, PNB ସମେତ ସମଗ୍ର ଦେଶରେ ୨୫ଟି ବ୍ୟାଙ୍କ ଯୋଗାଏ ।