'ସୋନିଆ ଗାନ୍ଧୀ ଓ ମନମୋହନ ସିଂଙ୍କ ଯୋଗୁଁ ୨୦୧୪ରେ ମୋଦିଙ୍କଠୁ ହାରି ଥିଲା କଂଗ୍ରେସ'
Advertisement

'ସୋନିଆ ଗାନ୍ଧୀ ଓ ମନମୋହନ ସିଂଙ୍କ ଯୋଗୁଁ ୨୦୧୪ରେ ମୋଦିଙ୍କଠୁ ହାରି ଥିଲା କଂଗ୍ରେସ'

ପ୍ରଣବ ଦା ତାଙ୍କ ପୁସ୍ତକ 'ଦ ପ୍ରେସିଡେଣ୍ଟଶିୟଲ ଇୟର୍ସ' (The Presidential Years) ରେ ଲେଖିଛନ୍ତି ଯେ ମୁଁ ରାଷ୍ଟ୍ରପତି ହେବା ପରେ କଂଗ୍ରେସ ଦିଗ ହରାଇଥିଲା ।

'ସୋନିଆ ଗାନ୍ଧୀ ଓ ମନମୋହନ ସିଂଙ୍କ ଯୋଗୁଁ ୨୦୧୪ରେ ମୋଦିଙ୍କଠୁ ହାରି ଥିଲା କଂଗ୍ରେସ'

ନୂଆଦିଲ୍ଲୀ: ସ୍ୱର୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ (Pranab Mukherjee) ଙ୍କ ଏକ ପୁସ୍ତକ ଖୁବ୍ ଶୀଘ୍ର ଆସିବ । ଏଥିରେ ସେ କଂଗ୍ରେସ (Congress) ର ପରାଜୟର କାରଣ ଉଲ୍ଲେଖ କରିଛନ୍ତି । ୨୦୧୪ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପାଇଁ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ (Dr Manmohan Singh) ଏବଂ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi) ଙ୍କୁ ଦାୟୀ କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ କିଛି କଂଗ୍ରେସ ସଦସ୍ୟ ବିଶ୍ୱାସ କରୁଥିଲେ ଯେ ଯଦି ସେ ନିଜେ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ, ତେବେ ଦଳକୁ କ୍ଷମତା ହରାଇବାକୁ ପଡ଼ି ନଥାନ୍ତା ।

ଅଧିକ ପଢ଼ନ୍ତୁ:-ସୋନିଆ ଗାନ୍ଧୀଙ୍କ ସ୍ଥାନ ନେବେ ଶରଦ ପାୱାର!

ପ୍ରଣବ ଦା ତାଙ୍କ ପୁସ୍ତକ 'ଦ ପ୍ରେସିଡେଣ୍ଟଶିୟଲ ଇୟର୍ସ' (The Presidential Years) ରେ ଲେଖିଛନ୍ତି ଯେ ମୁଁ ରାଷ୍ଟ୍ରପତି ହେବା ପରେ କଂଗ୍ରେସ ଦିଗ ହରାଇଥିଲା । ଅନ୍ୟପକ୍ଷେ ସୋନିଆ ଗାନ୍ଧୀ ଦଳର କାର୍ଯ୍ୟ ସମ୍ଭାଳି ପାରୁ ନଥିଲେ । ଜାନୁୟାରୀ ୨୦୨୧ରେ ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକ ପ୍ରକାଶିତ ହେବାର କାର୍ଯ୍ୟକ୍ରମ ରହିଛି । ପ୍ରଣବ ମୁଖାର୍ଜୀ ଏହି ପୁସ୍ତକ ନିଜ ରାଷ୍ଟ୍ରପତି କାର୍ଯ୍ୟକାଳ ସମୟର ଅନୁଭୂତି ଉପରେ ଲେଖିଥିଲେ ।

ଅଧିକ ପଢ଼ନ୍ତୁ:-୨୫ ବର୍ଷର ଜଣେ ଯୁବକ ଏକାସାଙ୍ଗରେ ଖାଇଲେ ଭାଏଗ୍ରାର ୧୦ଟି ବଟିକା, ଜାଣନ୍ତୁ ତା'ପରେ କ'ଣ ହେଲା?

ପ୍ରଣବ ମୁଖାର୍ଜୀଙ୍କ ନୂତନ ପୁସ୍ତକରେ ଭାରତର ପ୍ରଥମ ନାଗରିକ ରୂପେ ବଙ୍ଗଳାର ଏକ ସୁଦୂର ଗାଁରେ ଦୀପା ତଳେ ଅଧ୍ୟୟନ କରିବା ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଭବନର ପ୍ରାଚୀର ପର୍ଯ୍ୟନ୍ତ ପହଞ୍ଚିବା ପର୍ଯ୍ୟନ୍ତ ଆକର୍ଷଣୀୟ ଯାତ୍ରା ବର୍ଣ୍ଣନା କରାଯିବ । 'ଦ ପ୍ରେସିଡେଣ୍ଟଶିୟଲ ଇୟର୍ସ' ଶୀର୍ଷକ ଏହି ପୁସ୍ତକ ଜାନୁଆରୀ ୨୦୨୧ରେ ସର୍ବଭାରତୀୟ ସ୍ତରରେ ପ୍ରକାଶିତ ହେବ । ପ୍ରକାଶକ ରୁପା ବୁକ୍ ଶୁକ୍ରବାର ଏହି ଘୋଷଣା କରିଛି । ମୁଖାର୍ଜୀଙ୍କ ସ୍ମୃତିର ଚତୁର୍ଥ ଭଲ୍ୟୁମରେ ରାଷ୍ଟ୍ରପତି ଭାବରେ ସେ ସମ୍ମୁଖୀନ ହୋଇଥିବା ଆହ୍ୱାନଗୁଡିକ ବର୍ଣ୍ଣନା କରାଯାଇଛି, ଯେଉଁଥିରେ ରାଷ୍ଟ୍ରପତି ଭାବେ ନିଆଯାଇଥିବା କଠୋର ନିଷ୍ପତ୍ତି ଏବଂ ସେ ଗ୍ରହଣ କରିଥିବା କଠୋର ପଦକ୍ଷେପ ସାମିଲ ରହିଛି । ଯେଉଁଥିରେ ଏହା ସୁନିଶ୍ଚିତ କରିବାର ଥିଲା ଯେ ସାମ୍ବିଧାନିକ ଯଥାର୍ଥତା ଏବଂ ତାଙ୍କ ମତ ଉଭୟକୁ ଧ୍ୟାନରେ ରଖାଯିବ ।