Taliban down Black Hawk, କାବୁଲ: ତାଲିବାନ ପାଇଁ ଅଳ୍ପ ଜ୍ଞାନ ଭୟଙ୍କର ସାବ୍ୟସ୍ତ ହୋଇଛି। ଶନିବାର ଏକ ଆମେରେକୀୟ ବ୍ଲାକ ହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ତିନି ଜଣ ତାଲିବାନୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ହୋଇଛନ୍ତି। ଆଫଗାନୀସ୍ତାନର ରାଜଧାନୀ କାବୁଲରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ହେଲିକପ୍ଟର ଦୁର୍ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। ସେପଟେ ଟ୍ରେନିଂ ବେଳେ ହେଲିକପ୍ଟର ଖସିଛି ବୋଲି ଆଫଗାନ୍ ପ୍ରତିରକ୍ଷା ମନ୍ତ୍ରାଳୟ ସଫେଇ ଦେଇଛି।


COMMERCIAL BREAK
SCROLL TO CONTINUE READING

ତାଲିବାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଶନିବାର କାବୁଲରେ ଏକ ବ୍ଲାକ୍ ହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ତିନି ଜଣ ଆଫଗାନିସ୍ତାନ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ପାଞ୍ଚ ଜଣ ଆହତ ହୋଇଛନ୍ତି। ତେବେ ଦୁର୍ଘଟଣାଗ୍ରସ୍ତ ବ୍ଲାକ୍ ହକକୁ ଟ୍ରେନିଂ ଫ୍ଲାଇଟ୍ ବୋଲି ତାଲିବାନ କହିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଏନାତୁଲ୍ଲା ଖୋଭ୍ରାଜମୀ କହିଛନ୍ତି ଯେ, ଟ୍ରେନିଂ ପାଇଁ ଉଡାଯାଇଥିବା ଏକ ଆମେରିକୀୟ ବ୍ଲାକ୍ ହକ୍ ହେଲିକପ୍ଟର ବୈଷୟିକ ତୃଟି ହେତୁ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜାତୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ ପରିସରରେ ଏହି ଦୁର୍ଘଟଣା ଘଟିଛି।


Also Read: Queen Elizabeth II: ଦିନେ ଭାରତରେ ମୁଣ୍ଡ ନୁଆଁଇଥିଲେ କ୍ୱିନ ଏଲିଜାବେଥ


ସୋସିଆଲ ମିଡିଆରେ ବ୍ଲାକ୍ ହକ୍ ଦୁର୍ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଭିଡିଓର ସତ୍ୟତା ଜଣାପଡିନାହିଁ। ଭିଡିଓରେ ଦେଖିବାକୁ ମିଳୁଛି ଯେ, ହେଲିକପ୍ଟରଟି କମ୍ ଉଚ୍ଚତାରେ ଉଡୁଥିଲା। ହଠାତ ହେଲିକପ୍ଟରର ନୋଜ୍ ତଳକୁ ହୋଇଗଲା, ଆଉ ନିୟନ୍ତ୍ରଣ ହରାଇ ତାହା ଭୁଇଁରେ ପିଡିହେଲା। ଫଳରେ ବ୍ଲାକ ହକ୍ ଖଣ୍ଡ ବିଖଣ୍ଡିତ ହୋଇଗଲା। ଅଳ୍ପ ଉଚ୍ଚତାରୁ ହେଲିକପ୍ଟର ଖସିଥିଲା। ଜନଶୂନ୍ୟ ଅଞ୍ଚଳରେ ହେଲିକପ୍ଟର ଖସିଥିବାକୁ ଅଧିକ କ୍ଷୟକ୍ଷତି ହୋଇନାହିଁ। ତେବେ ବିମାନକୁ ଅଭଜ୍ଞ ପାଇଲଟ ଉଡାଉଥିଲେ ନା ନାହିଁ ସେନାଇ ତାଲିବାନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।


 



ସୂଚନାଯୋଗ୍ୟ, ତାଲିବାନ କ୍ଷମତା ଦଖଲ କଲାବେଳେ ଆମେରିକୀୟ ସେନା ସେଠାରେ ଅନେକ ସାମରିକ ଉପକରଣ ଛାଡି ଦେଇଥିଲା। ଏଥିରେ ବିମାନ, ହ୍ୟାଲିକପ୍ଟର, ଟ୍ୟାଙ୍କର ବି ସାମିଲ ଅଛି। କିନ୍ତୁ ଆମେରିକା ସେନା ଆଫଗାନ ଛାଡିବା ପୂର୍ବରୁ ସେହି ଉପକରଣ ଗୁଡିକୁ ଲକ୍ କରିଦେଇଥିଲେ। ଆଫଗାନର ସ୍ୱତନ୍ତ୍ର ଇନ୍ସପେକ୍ଟର ଜେନେରାଲଙ୍କ କହିବାନୁସାରେ, ୨୦୦୨ରୁ ୨୦୧୭ମଧ୍ୟରେ ଆମେରିକା ଆଫଗାନିସ୍ତାନ ସରକାରଙ୍କୁ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ, ଯାନବାହାନ, ନାଇଟ୍ ଭିଜନ ଉପକରଣ, ବିମାନ ଏବଂ ସର୍ଭିଲାନ୍ସ ସିଷ୍ଟମ ସହିତ ୨୮ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ ହସ୍ତାନ୍ତର କରିଥିଲା।


Also Read: ଋଷ ସହ ମିଶି ଚୀନର ସ୍ୱପ୍ନକୁ ଭାଙ୍ଗିବ ଭାରତ, ଜାଣନ୍ତୁ କ'ଣ ରହିଛି ପ୍ଲାନ୍


ଗତ ବର୍ଷ ଅଗଷ୍ଟରେ ଆମେରିକା ସମର୍ଥିତ ଘାନୀ ସରକାରକୁ ହଟାଇ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିଥିଲା। କାବୁଲ ବିମାନ ବନ୍ଦରରୁ ବିମାନ ଉଡ଼ାଣ ପୂର୍ବରୁ ଆମେରିକାର ସୈନ୍ୟମାନେ ୭୦ରୁ ଅଧିକ ବିମାନ ଏବଂ ଦଶହଜାର ସଶସ୍ତ୍ର ଯାନ ଏବଂ ଏୟାର ଡିଫେନ୍ସ ସିଷ୍ଟମକୁ ନଷ୍ଟ କରିଦେଇଥିଲେ। ସେହି ବିମାନର କିଛି ମରାମତି କରିଥିବା ତାଲିବାନ ଦାବି କରିଛି। ଅନେକ ଆଫଗାନିସ୍ତାନ ବାୟୁସେନା ପାଇଲଟ୍, ଆମେରିକୀୟଙ୍କ ସହ ତାଲିମ ନେଇଥିଲେ ଏବଂ ଯୁଦ୍ଧ କରିଥିଲେ। ଏବେ ପୂର୍ବତନ ଆଫଗାନିସ୍ତାନ ସେନାର କିଛି ପାଇଲଟ୍, ମେକାନିକ୍ ଏବଂ ଅନ୍ୟ ବିଶେଷଜ୍ଞମାନେ ତାଲିବାନର ସୁରକ୍ଷା ବାହିନୀରେ ସାମିଲ ହୋଇଛନ୍ତି।