Tiger Entered in Kuno Forest: ନୂଆଦିଲ୍ଲୀ: ନାମିବିଆରୁ ଆଣି କୁନୋ ଜଙ୍ଗଲରେ ଛଡ଼ା ଯାଇଥିବା ଚିତାଙ୍କୁ ନେଇ ସବୁବେଳେ କିଛି ନା କିଛି ଖବର ସାମ୍ନାକୁ ଆସିବାରେ ଲାଗିଛି। ତେବେ ସଦ୍ୟ ସୂଚନା ଅନୁଯାୟୀ ଯେଉଁ ଖବର ସାମ୍ନାକୁ ଆସିଛି ତାହାକୁ ନେଇ ବନବିଭାଗ ଓ କୁନୋ ଅଭୟାରଣ୍ୟର କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇଦେଇଛି। ଶୁଣିବାକୁ ମିଳୁଛି ଯେ ରାଜସ୍ଥାନର ରନ୍ଥାମ୍ଭୋରରୁ ଏକ ମହାବଳ ବାଘ ଖସି ଆସି କୁନୋ ଅଭୟାରଣ୍ୟରେ ପ୍ରବେଶ କରିଛି। ରନ୍ଥାମ୍ଭୋରରୁ ଖସି ଆସିଥିବା T-136 ନମ୍ବର ବିଶିଷ୍ଟ ବାଘଟି ଏବେ ମଧ୍ୟପ୍ରଦେଶର ଜଙ୍ଗଲରେ ବୁଲୁଛି। କୁହାଯାଉଛି କି ଏହି ବାଘଟି ଏବେ କୁନୋ ଅଭ୍ୟାରଣ୍ୟର ନିକଟବର୍ତ୍ତି ଜଙ୍ଗଲରେ ରହିଛି। ଖୁବ ଶୀଘ୍ର ଏହି ବାଘଟିକ କୁନୋ ଅଭୟାରଣ୍ୟରେ ପ୍ରବେଶ କରିପାରେ। ତେବେ ଏହି ବାଘ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଚି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ବାଘଟି ନିକଟସ୍ଥ ଏକ ଗାଁରେ ପ୍ରବେଶ କରିଥିବା ଜଣାପଡ଼ିଛି। ସେପଟେ ବନ ବିଭାଗ ଉକ୍ତ ବାଘକୁ ଉଦ୍ଧାର କରିବା ପାଇଁ ଉଦ୍ଧାର ଅଭିଯାନ  ଜାରି ରଖିଛି।


COMMERCIAL BREAK
SCROLL TO CONTINUE READING

ଚମ୍ବଲ ବନ୍ୟଜନ୍ତୁ ଅଭୟାରଣର ଡିଭିଜନାଲ ଫରେଷ୍ଟ ଅଫିସର ଅକ୍ଟୋବର ୨୨ ତାରିଖରେ ବାଘକୁ ନରସିହପୁରା ଅଞ୍ଚଳରେ ଦେଖାଯାଇଥିବା ନେଇ ସୂଚନା ଦେଇଛନ୍ତି। ଏହି ଗାଁରେ ଜଣେ ଯୁବକ ବାଘ ଆକ୍ରମଣରେ ଗୁରୁତର ହୋଇ ପଡ଼ିଥିଲେ। ଏହା ବ୍ୟତୀତ ଗ୍ରାମର ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କ ଉପରକୁ ମଧ୍ୟ ଆକ୍ରମଣ କରିଥିବା ଦେଖିବାକୁ ମିଳିଥିଲା। ଏହା ପରେ ଗୁରୁବାର ଗ୍ରାମରେ ବାଘର ପାଦଚିହ୍ନ ପଡ଼ିଥିବା ଦେଖିବାକୁ ମିଳିଥିଲା। କୁନୋ ଓ ମାଧମ ଜାତୀୟ ଅଭୟାରଣ୍ୟର ଟିମ ବାଘର ଗତିବିଧି ଉପରେ ନଜର ରଖିବାକୁ ଆସୁଛନ୍ତି। 


ମିଳିଥିବା ସୂଚନା ମୁତାବକ ମୁରୈନା ଜିଲ୍ଲୀର ରୁନିପୁରା ଗ୍ରାମରେ ଆଜି ସକାଳୁ କିଛି ଗ୍ରାମବାସୀ ଏକ ଜଙ୍ଗଲୀ ପଶୁ ଗାଁରେ ପଶିଥିବା ଦେଖିବାକୁ ପାଇଥିଲେ। ତେବେ ଧ୍ୟାନର ସହ ଦେଖିବା ପରେ ଉକ୍ତ ପଶୁଟି ବାଘ ବୋଲି ଜାଣିବାକୁ ପାଇଥିଲେ। ବାଘକୁ ଦେଖିବା ପରେ ଗ୍ରାମରେ ଭୟର ମାହୋଲ ଖେଳିଯାଇଛି।  ଗାଁରେ ବାଘ ପଶିବା ପରେ ଗ୍ରାମବାସୀମାନେ ଏକତ୍ରିତ ହୋଇଛନ୍ତି। ସେମାନେ ଏହି ସୂଚନା ବନବିଭାଗକୁ ଦେଇଛନ୍ତି। ନିଜର ପରିବାର ସଦସ୍ୟ ତଥା ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ସେମାନେ ଅଣ୍ଟା ଭିଡ଼ିଛନ୍ତି। ସେପଟେ ସୂଚନା ପାଇବା ପରେ କିଛି ସମୟ ମଧ୍ୟରେ ବନବିଭାଗ ଗାଁରେ ପହଞ୍ଚିଛି। ବନ କର୍ମଚାରୀମାନେ ବାଘକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ଏହି ସମୟରେ ଜଣେ ଯୁବକ ବାଘର ଫଟୋ ଉଠାଉଥିବା ବେଳେ ବାଘ ଆକ୍ରମଣ କରିଥିଲା। ଫଳରେ ଉକ୍ତ ଯୁବକ ଜଣକ ଗୁରୁତର ହୋଇ ପଡ଼ିଥିଲା। 


ସେପଟେ ବନ କର୍ମଚାରୀମାନେ ବାଘକୁ ଚିହ୍ନଟ କରିଛନ୍ତି। ବାଘର ନାମ ମୋହନ ବୋଲି ସୂଚନା ଦେଇଛି ବନବିଭାଗ। ବାଘଟି ଉକ୍ତ ଯୁବକଙ୍କୁ ଆକ୍ରମଣ କରି ନିକଟରେ ଏକ ଛପର କୁଡ଼ିଆ ମଧ୍ୟରେ ପଶି ଯାଇଥିଲା। ଏହି ଖବର ପାଇବା ପରେ ଜୌରା ଥାନା ପ୍ରଭାରୀ ଦଳବଳ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ଆହତ ଯୁବକଙ୍କୁ ଧରି ଢାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆହତ ହୋଇଥିବା ଯୁବକଙ୍କ ନାଁ ଦିନେଶ ଜୈନ ବୋଲି ସୂଚନା ରହିଛି।