ନୂଆଦିଲ୍ଲୀ: Tokyo Paralympic 2020: ଆଜି ଟୋକିଓ ପାରାଲିମ୍ପିକ୍ସରେ ଭାରତ ଦିନର ପ୍ରାରମ୍ଭରୁ ୪ଟି ପଦକ ଜିତିଛି । ଜାଭେଲିନ୍ ଥ୍ରୋରରେ ଦେବେନ୍ଦ୍ର ଝାଝାରିଆ (Devendra Jhajharia) ଓ ସୁନ୍ଦର ଗୁର୍ଜର (Sundar Gurjar) ଭାରତକୁ ଡବଲ ସଫଳତା ପ୍ରଦାନ କରିଛନ୍ତି । ଝାଝରିଆ ଜାଭେଲିନ୍ ଥ୍ରୋର (Javelin Throw) ର F46 ବର୍ଗରେ  ୬୪.୩୫ ମିଟର  ଦୂର ଯାଏ ଜାଭେଲିନ୍ ଫିଙ୍ଗି ରୌପ୍ୟ ପଦକ (Silver Medal)  ଜିତିଛନ୍ତି । ଏହା ମଧ୍ୟ ଝାଝରିଆଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ସ୍କୋର ଥିଲା । ପାରାଲିମ୍ପିକ୍ ଗେମ୍ସରେ ଏହା ହେଉଛି ଝାଝରିଆଙ୍କ ତୃତୀୟ ପଦକ । ଏହାପୂର୍ବରୁ ସେ ୨୦୪ ଏଥେନ୍ସ ପାରାଲିମ୍ପିକ୍ସ ଓ ୨୦୧୬ ରିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।


COMMERCIAL BREAK
SCROLL TO CONTINUE READING

ଅନ୍ୟପକ୍ଷରେ ସୁନ୍ଦର ଗୁର୍ଜର ସମାନ ବର୍ଗରେ ୬୪.୦୧ ଦୂର ଯାଏ ଜାଭେଲିନ୍ ଫିଙ୍ଗି ବ୍ରୋଞ୍ଜ ପଦକ (Bronze Medal) ନିଜ ନାଁରେ କରିଛନ୍ତି । ଏହାପୂର୍ବରୁ ଆଜି ସକାଳେ ପାରା ସୁଟର ଅବନୀ ଲେଖରା (vani Lekhara) ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଯୋଗେଶ କାଠୁନିଆ ଡିସ୍କସ୍ ଥ୍ରୋରେ ରୌପ୍ୟ ପଦକ ଜିତିଛନ୍ତି । ଗତକାଲି ଭାରତର ପାରା ଆଥଲେଟିକ୍ସମାନେ ଦୁଇଟି ରୌପ୍ୟ ପଦକ ଜିତିଥିଲେ । 


୪୦ ବର୍ଷୀୟ ଦେବେନ୍ଦ୍ର ଝାଝରିଆ ନିଜର ପ୍ରଥମ ପ୍ରୟାସରେ ୬୦.୨୮ ମିଟର ଦୂର ଯାଏ ଜାଭେଲିନ୍ ଫିଙ୍ଗିଥିଲେ । ଏହା ପରେ ସେ ଦ୍ୱିତୀୟ ପ୍ରୟାସରେ ୬୦.୬୨ ମିଟର ଓ ତୃତୀୟ ପ୍ରୟାସରେ ୬୪.୩୫ ମିଟର ଦୂରତା ପାଇଁ ଜାଭେଲିନ୍ ଫିଙ୍ଗିଥିଲେ । ଶେଷରେ ତାଙ୍କର ଏହି ତୃତୀୟ ପ୍ରୟାସ ରୌପ୍ୟ ପଦକ ଜିତିବା ପାଇଁ ଯଥେଷ୍ଟ ପ୍ରମାଣିତ ହୋଇଥିଲା । ଦେବେନ୍ଦ୍ର ଶ୍ରୀଲଙ୍କା ଖେଳାଳିଙ୍କୁ କଡ଼ା ଟକ୍କର ଦେବାକୁ ଚେଷ୍ଟା କରିଥିଲେ । ତେବେ ତାଙ୍କର ଚତୁର୍ଥ ଓ ପଞ୍ଚମ ପ୍ରୟାସ ବିଫଳ ହୋଇଥିଲା । ତାଙ୍କର ଷଷ୍ଠ ପ୍ରୟାସରେ ଝାଝରିଆ ୬୧.୨୩ ମିଟର ଦୂରତାରେ ଜାଭେଲିନ୍ ଫିଙ୍ଗିଥିଲେ ।


ଅଧିକ ପଢ଼ନ୍ତୁ:-ଟେନସନ୍ ବଢ଼ାଉଛି କୋରୋନା: ଦେଶରେ ପୁଣି ୪୦ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ


ଅନ୍ୟପକ୍ଷରେ ସୁନ୍ଦର ଗୁର୍ଜର ପ୍ରଥମ ଚାରିଟି ଚେଷ୍ଟା ପରେ କେବଳ ୬୨.୨୬ ମିଟର ଦୂର ଯାଏ ଜାଭେଲିନ୍ ଫିଙ୍ଗି ଚତୁର୍ଥ ସ୍ଥାନରେ ରହିଥିଲେ । ତେବେ ପଞ୍ଚମ ପ୍ରୟାସରେ ଗୁରୁଜାର ୬୪.୦୧ ମିଟର ଦୂରତା ଅତିକ୍ରମ କରି ଏହି ଇଭେଣ୍ଟରେ ଭାରତ ପାଇଁ ଡବଲ ସଫଳତା ନିଶ୍ଚିତ କରିଛନ୍ତି ।


ଅଧିକ ପଢ଼ନ୍ତୁ:-Tokyo Paralympics: ଅବନୀ ଲାଖେରା ରଚିଲେ ଇତିହାସ, ପାରାଲିମ୍ପିକ୍ସରେ ହାସଲ କଲେ ସ୍ୱର୍ଣ୍ଣ ପଦକ


ଅଧିକ ପଢ଼ନ୍ତୁ:-ବର୍ତ୍ତମାନ କାହାକୁ ମିଳିବ LPG ସବସିଡି? ସ୍ପଷ୍ଟ କଲା ସରକାର


ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍