Car washed in Dhela river of Ramanagar: ଶୁକ୍ରବାର ଦେବଭୂମୀ ଉତ୍ତରାଖଣ୍ଡର ରାମନଗରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ନଦୀରେ ଏକ ଭର୍ଯ୍ୟଟକ ଭର୍ତ୍ତି କାର ଭାସି ଯିବାରୁ ୯ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ନାବାଳିକାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଗ୍ରସ୍ତ ଗାଡିରେ ୧୦ ଜଣ ଲୋକ ଥିଲେ ବୋଲି କୁହାଯାଉଛି।


COMMERCIAL BREAK
SCROLL TO CONTINUE READING

ବର୍ଷା ଋତୁ ଆରମ୍ଭରୁ ଉତ୍ତରାଖଣ୍ଡରେ ପର୍ଯ୍ୟଟକଙ୍କ ମୁଣ୍ଡ ଗଡୁଛି। ଶୁକ୍ରବାର ସକାଳେ ରାମନଗରସ୍ଥିତ ଢେଲା ନଦୀରେ ଏକ ପର୍ଯ୍ୟଟକ ଭର୍ତ୍ତି କାର ଭସି ଯାଇଛି। ଦୁର୍ଘଟଣା ଖବର ପାଇବା ମାତ୍ରେ ପୋଲିସ, ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଏହି ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି ଏବଂ ୯ ଜଣଙ୍କର ମୃତ୍ୟୁ ହୋଇଛି। ଟ୍ରାକ୍ଟର ସାହାଯ୍ୟରେ ନଦୀରେ ପଡିଥିବା କାରକୁ ଟାଣିବାକୁ ଚେଷ୍ଟା କରାଯାଉଛି। ଏହି ଗାଡିରେ କିଛି ସ୍ଥାନୀୟ ଲୋକ ମଧ୍ୟ ଥିବା କୁହାଯାଉଛି।


Also Read: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ Shinzo Abeଙ୍କୁ ଗୁଳିମାଡ


ଦୁର୍ଘଟଣାରୁ ଉଦ୍ଧାର ଜଣେ ନାବାଳିକାକୁ ରାମନଗର ସରକାରୀ ଡାକ୍ତରଖାନାକୁ ପଠାଯାଇଛି। କୁହାଯାଉଛି ଯେ ଏହି କାରରେ ୪ରୁ ୫ ଜଣ ଝିଅ ଥିଲେ। ଜିମ୍ କରବେଟ୍ ଅଭ୍ୟାୟାରଣ୍ୟ ଆଡକୁ ଯାଉଥିବା ସମୟରେ କାର ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ଏହି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଏହା ପରେ ଜଳ ପ୍ରବାହ ତୀବ୍ର ହେବା ସହ ରାସ୍ତାରେ ପ୍ରବଳ ଜଳ ପ୍ରବାହିତ ହେଉଥିଲା। ଶୁକ୍ରବାର ସକାଳେ ମଧ୍ୟ ବର୍ଷା ହୋଇଥିବା ବେଳେ କାରଟି ପ୍ରବଳ ଜଳ ପ୍ରବାହରେ ଭାସି ଯାଇଛି ବୋଲି କୁମାଓନ୍ ରେଞ୍ଜ ଡିଜି ଆନନ୍ଦ ଭାରାନ୍ ନିଶ୍ଚିତ କରିଛନ୍ତି। 


 



ଅତୀତରେ ପ୍ରଶାସନ ଏବଂ ସରକାର ଏହି ସ୍ଥାନଗୁଡ଼ିକରେ ସେତୁ ନିର୍ମାଣ ବିଷୟରେ ଆଲୋଚନା କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସେତୁ ହୋଇ ନ ଥିବାରୁ ଅତୀତରେ ଅନେକ ବଡ଼ ଦୁର୍ଘଟଣା ଘଟିଛି। ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁସାରେ ସାକାଳ ପ୍ରାୟ ୫ଟାରେ କାର ନଦୀରେ ଭାସି ଯାଇଥିଲା। ନଦୀରେ ପ୍ରବଳ ପ୍ରବାହ ନେଇ ଡ୍ରାଇଭରଙ୍କୁ ସଙ୍କେତ ଦିଆଯାଇଥିଲା, କିନ୍ତ ସେ ଶୁଣିନଥିଲେ। ଗାଡିରେ ଅଧିକାଂଶ ଯାତ୍ରୀ ପଞ୍ଜାବର ଥିବା କୁହାଯାଉଛି।