ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ Shinzo Abeଙ୍କୁ ଗୁଳିମାଡ
Advertisement
Article Detail0/zeeodisha/odisha1248745

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ Shinzo Abeଙ୍କୁ ଗୁଳିମାଡ

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ Shinzo Abeଙ୍କୁ ଗୁଳିମାଡ

 

 

ଫାଇଲ ଫଟୋ

Former Japan Prime Minister Shinzo Abe : ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳିମାଡ ହୋଇଛି। ଶୁକ୍ରବାର ପଶ୍ଚିମ ଜାପାନର ନାରାଠାରେ ସମ୍ବୋଧନ କରୁଥିବା ବେଳେ ସେ ଟଳି ପଡିଥିଲେ। ଆଖପାଖରେ ଗୁଳି ବିନିମୟ ହୋଇଥିବାର ସୂଚନା ମିଳିଛି। ଆବେଙ୍କ ଶରୀର ନିସ୍ତେଜ ବୋଲି ନ୍ୟୁଜ୍ ଏଜେନ୍ସି AFP ସ୍ଥାନୀୟ ଗଣମାଧ୍ୟମକୁ ଦର୍ଶାଇଛି।

ଜାପାନର ପବ୍ଲିକ ବ୍ରଡକାଷ୍ଟର NHK ଅନୁଯାୟୀ, ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରକ୍ତସ୍ରାବ ହୋଇଥିବା ଦେଖାଯାଇଥିଲା ଏବଂ ସେଠାରେ ଉପସ୍ଥିତ ଥିବା ସାମ୍ବାଦିକ 'ଗୁଳି ଫୁଟିବା ଭଳି ଶବ୍ଦ ଶୁଣିଥିଲେ।' ସ୍ଥାନୀୟ ଅଗ୍ନିଶମ ବିଭାଗ କହିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଆବେ ହୃଦଘାତ ବା ଶ୍ୱାସକ୍ରିୟାରେ ଅସୁବିଧା ଅନୁଭବ କରୁଥିବା ଭିଳି ଜଣାପଡିଛି।

 

ପୋଲିସ କହିଛି ଯେ, ସେମାନେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି। ଜାପାନ ଟାଇମ୍ସ ଅନୁଯାୟୀ ଶୁକ୍ରବାର ଦିନ ନାରାର ଏକ ରାସ୍ତାରେ ଭାଷଣ ଦେଉଥିବା ବେଳେ ଆବେଙ୍କୁ ପଛରୁ ଜଣେ ବ୍ୟକ୍ତି ଆକ୍ରମଣ କରିଥିଲେ। ସ୍ଥାନୀୟ ସମୟ ପ୍ରାୟ ସକାଳ ପ୍ରାୟ ସାଢେ ୧୧ଟାରେ ଏହି ଆକ୍ରମଣ ହୋଇଛି।

(This is a developing story…)