Train Accident: ଆଜି  ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ବର୍ଷେ ପୂରିଛି । ସେ କଥା ମନେ ପଡି଼ଲେ ଆଜିବି ଲୋକ ଟାଙ୍କୁରି ଉଠିଛି। କିନ୍ତୁ ଆଜି ସକାଳୁ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି।  ୨ ମାଲବାହୀ ଟ୍ରେନ୍ ମୁହାଁମୁହିଁ ଧକ୍କା ହେବାର ୨ ଟ୍ରେନ୍ ର ଲୋକ ପାଇଲଟ୍ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ୨ ଲୋକପାଇଲଟ ଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ପଞ୍ଜାବ ଫତେଗଡ ସାହିବ ସରୀହିନ୍ଦ ମାଧୋପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ରେଳ ଅଧିକାରୀ ପହଞ୍ଚି ସ୍ଥିତି ପରଖୁଛନ୍ତି। 


COMMERCIAL BREAK
SCROLL TO CONTINUE READING

ALSO READ: Petrol Diesel Price Today: ଜାଣନ୍ତୁ ଭୁବନେଶ୍ବରରେ ଆଜି କେତେ ରହିଛି ପେଟ୍ରୋଲ ଓ ଡିଜେଲର ଦର?



ରେଳ ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ,  ଆଜି ସକାଳେ ସିରହିଣ୍ଡ ରେଳ ଷ୍ଟେସନରେ ଅନ୍ୟ ଏକ ମାଲବାହୀ ଟ୍ରେନ୍ ପଛରୁ ଏକ ମାଲବାନୀ ଟ୍ରେନ୍ ଧକ୍କା ଦେଇଥିଲା।  ଫଳରେ ଟ୍ରାକରେ ଥିବା ଟ୍ରେନର ଗୋଟିଏ ଇଞ୍ଜିନ୍ ଅନ୍ୟ ଟ୍ରାକକୁ ଓଲଟି ପଡିଥିଲା । ​​ଏବଂ ଟ୍ରେନରେ ଜଣେ ଯାତ୍ରୀଙ୍କୁ ଧକ୍କା ହୋଇଥିଲେ। ତେବେ, ଏଥିରେ କେହି ମୃତ୍ୟୁ ବରଣ କରି ନାହାଁନ୍ତି। ଏହି ଦୁର୍ଘଟଣାରେ ଦୁଇଜଣ ଲୋକ ପାଇଲଟ୍ ଆହତ ହୋଇଥିଲେ।


ଆହତ ହୋଇଥିବା ଲୋକୋ ପାଇଲଟ ୨ ଜଣ ହେଲେ ବିକାଶ କୁମାର ଏବଂ ହିମାଂଶୁ କୁମାର ବୋଲି ଜଣାପଡିଛି। ଉଭୟ ଉତ୍ତରପ୍ରଦେଶର ସାହାରନପୁରର ବାସିନ୍ଦା। ଏହି ଦୁର୍ଘଟଣା ପରେ ଅମ୍ବାଲା ଡିଭିଜନର ଡିଆରଏମ୍ ସମେତ ଜିଆରପି ଏବଂ ଆପରିଏଫର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ, ଦୁର୍ଘଟଣା ଯୋଗୁ ସେହି ଲାଇନ୍‌‌ରେ ଟ୍ରେନ ଚଳାଚଳ ବ୍ୟାହତ ହୋଇଥିବା ଜଣାପଡ଼ିଛି। ରେଲୱେ ପକ୍ଷରୁ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଟ୍ରେନ ଲାଇନ ମରାମତି କରି ପୁନଃ କାର୍ଯ୍ୟକ୍ଷମ କରାଯିବାକୁ ଉଦ୍ୟମ ଚାଲିଥିବା ସୂଚନା ମିଳିଛି।


ସେହିପରି, ଠିକ୍ ଆଜିକା ଦିନରେ,  କରମଣ୍ତଳ ଟ୍ରେନ୍ ଦୁର୍ଘଟଣା ବାହାନଗା ଠାରେ ଘଟିଥିଲା। ଏଥିରେ ୨୯୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । କରମଣ୍ତଳ ରେଳ ଦୁର୍ଘଟଣାର (Coromandel Train Accident) ସେହି କଳାରାତି କଥା ମନେ ପଡିଲେ ଟାଙ୍କୁରି ଉଠୁଛି ଲୋମ । ତେବେ, ସେହି କାଳ ରାତିର କଳା କାହାଣୀକୁ ଆଜିବି ଭୁଲି ପାରୁ ନାହାଁନ୍ତି ଲୋକେ। ସୂଚନା ଅନୁସାରେ, ୨୦୨୩, ଜୁନ୍ ୨ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାସ୍ଥିତ ବାହାନଗା ବଜାର ନିକଟରେ ହାଓଡ଼ା-ଚେନ୍ନାଇ ମୁଖ୍ୟ ଲାଇନରେ ଦୁଇଟି ଯାତ୍ରୀବାହୀ ରେଳଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲେ । ଘଟଣାସ୍ଥଳରେ ପ୍ରାୟ ୨୮୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିଲେ।  ଏହି ଘଟଣାର ତଦନ୍ତ ସିବିଆଇ ନେଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସାରା ବିଶ୍ବକୁ ଦୋହଲାଇ ଦେଇଥିଲା।