ନୂଆଦିଲ୍ଲୀ: Train Cancelled List 19 August 2022: ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଦେଇଛି । ଏହା ଲୋକଙ୍କ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇଛି । ଏହି କାରଣରୁ ପରିବହନ ସୁବିଧା ମଧ୍ୟ ପ୍ରଭାବିତ ହୋଇଛି । ଏହାସହ ଟ୍ରେନ୍ ସେବା ମଧ୍ୟ ପ୍ରଭାବିତ ହୋଇଛି । ତେଣୁ ଭାରତୀୟ ରେଳବାଇ (Indian Railways) କୁ ଆଜି ଅର୍ଥାତ ଅଗଷ୍ଟ ୧୯ରେ ମଧ୍ୟ ଅନେକ ଟ୍ରେନ୍ ବାତିଲ କରିବାକୁ ପଡିଛି । ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି । ଏଭଳି ପରିସ୍ଥିତିରେ ଯାତ୍ରାକୁ କରିବା ପୂର୍ବରୁ ଏହା ଜାଣିବା ଜରୁରୀ ଯେ ଆପଣଙ୍କର ଟ୍ରେନ୍ ବାତିଲ ହୋଇଛି କି ଡାଇଭର୍ଟ ହୋଇଛି ନା ରିଶିଡ୍ୟୁଲ କରାଯାଇଛି । ଆଜି ବାତିଲ ହୋଇଥିବା ଟ୍ରେନରେ ଓଡ଼ିଶାରୁ ଅନେକ ଟ୍ରେନ ମଧ୍ୟ ସାମିଲ ରହିଛି ।


COMMERCIAL BREAK
SCROLL TO CONTINUE READING

ଆଜି ଅନେକ ଟ୍ରେନ ଡାଇଭର୍ଟ, ରିଶିଡ୍ୟୁଲ ଏବଂ ବାତିଲ କରାଯାଇଛି । ଏହି ଡାଇଭର୍ଟ, ରିଶିଡ୍ୟୁଲ ଏବଂ ବାତିଲ ଟ୍ରେନ୍ ଗୁଡିକରେ ଏକ୍ସପ୍ରେସ ଟ୍ରେନ୍, ମେଲ୍ ଟ୍ରେନ୍ ଏବଂ ସମସ୍ତ ତିନି ପ୍ରକାରର ପ୍ରିମିୟମ୍ ଟ୍ରେନ୍ ସାମିଲ ରହିଛି । ଆଜି ଅର୍ଥାତ୍ ଅଗଷ୍ଟ ୧୯ରେ ରେଲୱେ ମୋଟ ୧୨୦ ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଏଥି ସହିତ ଅନେକ ଟ୍ରେନ୍ ରିଶିଡ୍ୟୁଲ ଓ ଡାଇଭର୍ଟ ବା ସେମାନଙ୍କର ମାର୍ଗ ପରିବର୍ତ୍ତନ କରାଯାଇଛି । 


ବାତିଲ ହୋଇଥିବା ଟ୍ରେନଗୁଡ଼ିକ ମଧ୍ୟରୁ ଉତ୍ତର ପ୍ରଦେଶ, ଝାରଖଣ୍ଡ, ଛତିଶଗଡ଼, ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଏବଂ ବିହାର ଯାଉଥିବା ଟ୍ରେନ ସାମିଲ ରହିଛି । ବିଗତ କିଛି ଦିନ ଧରି ଓଡିଶା, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଝାଡଖଣ୍ଡ, ପଶ୍ଚିମବଙ୍ଗ ଆଦି ଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଆସୁଛି । ରେଳ ଚଳାଚଳ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଥାଏ । ଏହା ସହିତ ଟ୍ରାଫିକ୍ ବ୍ଲକ୍ ଓ ରେଳ ଟ୍ରାକ୍ ମରାମତି ଯୋଗୁଁ ଟ୍ରେନ୍ ଗୁଡିକ ମଧ୍ୟ ବାତିଲ୍ କରିବାକୁ ପଡିଛି । ପ୍ରତିଦିନ ଶହ ଶହ ଟ୍ରେନ୍ ରେଳ ଟ୍ରାକ୍ ଦେଇ ଯାଇଥାଏ ।


ଏହା ବି ପଢ଼ନ୍ତୁ:-ସର୍ଭେ: ଜାଣନ୍ତୁ ଦେଶର ନମ୍ବର ୧ ଅଭିନେତା କିଏ, ଅମିତାଭ ବଚ୍ଚନ-ଅକ୍ଷୟ କୁମାର-ଶାହରୁଖ ଖାନ; ନା ଅନ୍ୟ କେହି


ଏହା ବି ପଢ଼ନ୍ତୁ:-ଶକ୍ତି ପ୍ରଦର୍ଶନ ପୂର୍ବରୁ ଜେଡିୟୁରେ ବିଦ୍ରୋହ! ଦଳର ବିଧାୟକ ମନ୍ତ୍ରୀଙ୍କ ବିରୋଧୀରେ ଆଣିଲେ ଦାଦାବଟି ଆଦାୟ ଓ ହତ୍ୟା ପରି ଗୁରୁତର ଅଭିଯୋଗ


ଏହା ବି ପଢ଼ନ୍ତୁ:-ପତଞ୍ଜଳି ଗାଈ ଘିଅର ନମୁନା ପରୀକ୍ଷଣରେ ଫେଲ୍; ଲାବୋରେଟୋରୀ ରିପୋର୍ଟରେ କୁହାଯାଇଛି ଘିଅରେ ହୋଇଛି ମିଶ୍ରଣ, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ


 


ଯଦି ଆପଣ ମଧ୍ୟ ବାତିଲ୍, ରିଶିଡ୍ୟୁଲ ଏବଂ ଡାୟଭର୍ଟ ଟ୍ରେନ୍ ଗୁଡ଼ିକର ତାଲିକା ଚେକ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣ କିଛି ସହଜ ପଦକ୍ଷେପ ଅନୁସରଣ କରି ଏହାକୁ ଚେକ୍ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ପଦ୍ଧତି ବିଷୟରେ- 


ଏହିପରି ଦେଖନ୍ତୁ ଆପଣଙ୍କର ଟ୍ରେନ୍ ସ୍ଥିତି


ଭାରତୀୟ ରେଳବାଇ ଦ୍ୱାରା ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ, ଆପଣଙ୍କୁ ପ୍ରଥମେ enquiry.indianrail.gov.in/mntes/ କୁ ଯିବାକୁ ପଡିବ । ତା’ପରେ ସେଠାରେ ଆପଣ ସ୍କ୍ରିନର ଡାହାଣ ପାର୍ଶ୍ୱରେ ଥିବା ଉପର ପ୍ୟାନେଲରେ  Exceptional Trains ଲେଖା ଦେଖିବେ, ଏଥିରେ କ୍ଲିକ୍ କରନ୍ତୁ । ଆପଣ ଏହା ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କୁ ଅନେକ ବିକଳ୍ପ ଦେଖିବାକୁ ମିଳିବ, ସେଥିମଧ୍ୟରୁ ଗୋଟିଏ ବାତିଲ ହୋଇଥିବା ଟ୍ରେନ୍ ପାଇଁ ହେବ । ଯଦି ଆପଣ ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ ଚାହାଁନ୍ତି, ତେବେ ଏଥିରେ କ୍ଲିକ୍ କରନ୍ତୁ । ଏହା ପରେ ବାତିଲ, ପୁନଃନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା ଆପଣଙ୍କ ପରଦାରେ ଦେଖାଯିବ, ଯାହା ଦ୍ୱାରା ଆପଣ ଆପଣଙ୍କର ଆବଶ୍ୟକତା ଅନୁଯାୟୀ ସୂଚନା ପାଇପାରିବେ ।