ନୂଆଦିଲ୍ଲୀ: Train Travel Without Ticket: ଯଦି ଆପଣ ମଧ୍ୟ ଟ୍ରେନ (Train) ରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି ଓ ଆପଣ ପାଖରେ ଟିକେଟ୍ (Train Ticket) ନାହିଁ, ତେବେ ବର୍ତ୍ତମାନ ଆପଣଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ । ବର୍ତ୍ତମାନ ଆପଣଙ୍କ ପାଖରେ ଟିକେଟ୍ ନଥିଲେ ମଧ୍ୟ ଆପଣ ଟ୍ରେନରେ ଯାତ୍ରା କରିପାରିବେ । ଯାତ୍ରୀମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ବିନା ଟିକେଟରେ ଯାତ୍ରା କରିବା ପାଇଁ କିଛି ନିୟମ ମଧ୍ୟ କରିଛି । ଟିକେଟ୍ ବିନା ଆପଣ କିପରି ଟ୍ରେନରେ ଯାତ୍ରା କରିପାରିବେ ତାହା ଆପଣଙ୍କୁ କହୁଛୁ...


COMMERCIAL BREAK
SCROLL TO CONTINUE READING

ବେଳେବେଳେ ମିଳେ ନାହିଁ ଟିକେଟ୍


ଅନେକ ଥର ଯାତ୍ରୀମାନଙ୍କୁ ହଠାତ୍ ଯାତ୍ରା କରିବାକୁ ପଡେ କିମ୍ବା କୌଣସି କାରଣରୁ ସେମାନେ ଟିକେଟ୍ ପାଇପାରନ୍ତି ନାହିଁ, ତେବେ ଆପଣଙ୍କ ପାଖରେ କେବଳ ପ୍ଲାଟଫର୍ମ ଟିକେଟ୍ ରହିବା ଆବଶ୍ୟକ । ଏହା ପରେ ଆପଣଙ୍କୁ TTE ସହିତ ଯୋଗାଯୋଗ କରିବାକୁ ପଡିବ । ଆପଣଙ୍କୁ ଟିକେଟ୍ ଚେକର୍ ପାଖକୁ ଯିବାକୁ ପଡିବ ଓ ସେଠାକୁ ଯାଇ ଆପଣ ଆପଣଙ୍କର ଟିକେଟ୍ ତିଆରି କରିପାରିବେ ।


ଦେବାରୁ ପଡ଼ିବ ୨୫୦ ଟଙ୍କାର ଜୋରିମାନା


ଆପଣଙ୍କୁ ଆପଣଙ୍କର ସମସ୍ତ ବିବରଣୀ ଟିକେଟ୍ ଚେକର୍ କୁ କହିବାକୁ ପଡିବ ଓ ଏହା ପରେ ଆପଣଙ୍କୁ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ଏକ ଟିକେଟ୍ ନେବାକୁ ପଡିବ । ଆପଣଙ୍କୁ କହି ରଖୁଛୁ ଯେ ଟ୍ରେନ (Train) ରେ ସିଟ୍ ଅଭାବ ହେତୁ ଆପଣଙ୍କୁ ସଂରକ୍ଷିତ ସିଟ୍ ପାଇବାରେ ଅସୁବିଧା ହୋଇପାରେ, କିନ୍ତୁ ଟିକେଟ୍ ଚେକର୍ ଆପଣଙ୍କୁ ଯାତ୍ରା କରିବାରେ ଅଟକାଇ ପାରିବ ନାହିଁ । ଯଦି ଆପଣଙ୍କର ସଂରକ୍ଷଣ ନାହିଁ, ତେବେ ଆପଣଙ୍କୁ ୨୫୦ ଟଙ୍କାର ଜରିମାନା ମଧ୍ୟ ଦେବାକୁ ପଡିବ ।


ଯାତ୍ରୀମାନଙ୍କ ପାଖରେ ଯଦି ପ୍ଲାଟଫର୍ମ ଟିକେଟ ଅଛି ତେବେ ଟ୍ରେନରେ ଚଢିପାରିବେ 


ଯାତ୍ରୀଙ୍କୁ ଟିକେଟ୍ ର ମୋଟ ଭଡା ସହିତ ୨୫୦ ଟଙ୍କା ଜରିମାନା ଆଦାୟ କରି ଟିକେଟ୍ ପ୍ରସ୍ତୁତ କରିବାକୁ ପଡିବ । ପ୍ଲାଟଫର୍ମ ଟିକେଟ୍ ନେବା ପରେ ଯାତ୍ରୀ ଟ୍ରେନରେ ଚଢିବା ପାଇଁ ଯୋଗ୍ୟ ହୁଅନ୍ତି । ପ୍ଲାଟଫର୍ମ ଟିକେଟ୍ ଯେଉଁଠାରୁ କରାଯାଇଛି ଯାତ୍ରୀଙ୍କୁ ସେହି ଷ୍ଟେସନରୁ ଭଡା ଦେବାକୁ ପଡିବ ।


ଏହା ବି ପଢ଼ନ୍ତୁ:-୨୨ ଦେଶ ମିଳିତ ଭାବେ ତାଲିବାନକୁ ଦେଲେ ଚେତାବନୀ


ଏହା ବି ପଢ଼ନ୍ତୁ:-ଆଧାର କାର୍ଡ ତିଆରି କରିବା ନିୟମରେ ହେଲା ବଡ଼ ପରିବର୍ତ୍ତନ! UIDAI ଦେଲା ସୂଚନା


ଏହା ବି ପଢ଼ନ୍ତୁ:-ଭାରତକୁ ନେଇ ପାକିସ୍ତାନର ଏହି ନିଷ୍ପତ୍ତିରେ ତାଲିବାନ ଖୁସ୍


ଏହା ବି ପଢ଼ନ୍ତୁ:-ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ୨୭୯୬ ସଂକ୍ରମିତଙ୍କ ମୃତ୍ୟୁ


ଏହା ବି ପଢ଼ନ୍ତୁ:-ପୁରୁଷଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ଏହି ୫ଟି ଅଭ୍ୟାସ, ଯୌନ ସ୍ୱାସ୍ଥ୍ୟ ହୋଇଯିବ ଖରାପ!