ଭାରତକୁ ନେଇ ପାକିସ୍ତାନର ଏହି ନିଷ୍ପତ୍ତିରେ ତାଲିବାନ ଖୁସ୍
Advertisement

ଭାରତକୁ ନେଇ ପାକିସ୍ତାନର ଏହି ନିଷ୍ପତ୍ତିରେ ତାଲିବାନ ଖୁସ୍

ମାନବୀୟ ସଙ୍କଟ ଦେଇ ଗତି କରୁଥିବା ଆଫଗାନିସ୍ତାନ ଗତ ମାସରେ ଭାରତ ୫୦,୦୦୦ ମେଟ୍ରିକ୍ ଟନ୍ ଗହମ ସହାୟତା ଘୋଷଣା କରିଥିଲା, ଏହା ପରେ ଭାରତରେ ଆଫଗାନିସ୍ତାନର ରାଷ୍ଟ୍ରଦୂତ ଫରେଦ ମାମୁନ୍ଦଜାଇ ଭାରତକୁ ଧନ୍ୟବାଦ ଜଣାଇଥିଲା ।

ଭାରତକୁ ନେଇ ପାକିସ୍ତାନର ଏହି ନିଷ୍ପତ୍ତିରେ ତାଲିବାନ ଖୁସ୍

ନୂଆଦିଲ୍ଲୀ: ଆଫଗାନିସ୍ତାନ (Afghanistan) ପାକିସ୍ତାନ (Pakistan) ର ନିଷ୍ପତ୍ତିକୁ ସ୍ୱାଗତ କରିଛି ଯେଉଁଥିରେ ଭାରତ (India) ରୁ ପଠାଯାଉଥିବା ୫୦,୦୦୦ ମେଟ୍ରିକ ଟନ୍ ଗହମକୁ ବାଘା ବର୍ଡର (Bagha Border) ରୁ ଆଫଗାନିସ୍ତାନ ସୀମାକୁ ନେବା ପାଇଁ  ଆଫଗାନ ଟ୍ରକ୍ ବ୍ୟବହାରକୁ ମଞ୍ଜୁରୀ ଦେଇଛି । ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତ ଏକ ସର୍ତ୍ତ ରଖିଥିଲା ଯେ ସେ ଗହମ ଆଫଗାନିସ୍ତାନ ଟ୍ରକ୍ ଦ୍ୱାରା କିମ୍ବା ନିଜସ୍ୱ ଟ୍ରକ ଦ୍ୱାରା ପଠାଇବ । ଏହାପୂର୍ବରୁ ପାକିସ୍ତାନ ଏଥିପାଇଁ ପ୍ରସ୍ତୁତ ନଥିଲା କିନ୍ତୁ ଶୁକ୍ରବାର ଆଫଗାନ ଟ୍ରକ୍ ଯୋଗେ ପଠାଇବାକୁ ଅନୁମତି ଦେଇଛି ।

ଏହି ନିଷ୍ପତ୍ତି ଶୁକ୍ରବାର ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମାନବିକତା ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ପାକିସ୍ତାନ କହିଛି । ଭାରତ ଆଫଗାନିସ୍ତାନକୁ ୫୦,୦୦୦ ମେଟ୍ରିକ୍ ଟନ୍ ଗହମ ଓ ଜୀବନ ରକ୍ଷାକାରୀ ଔଷଧ ପଠାଉଛି । ବାଘା ସୀମା ଦେଇ ଭାରତ ଏହି ସାହାଯ୍ୟକୁ ପାକିସ୍ତାନର ପଞ୍ଜାବକୁ ପଠାଇବ ଏବଂ ଏହା ପରେ ଆଫଗାନିସ୍ତାନ ପ୍ରଦେଶର ନଙ୍ଗରହର ସୀମାରେ ଅବସ୍ଥିତ ଖାଇବର ପାଖ୍ତନଖୱାସ୍ଥିତ ଟୋର୍କାମକୁ ଅଣାଯିବ ।

ଆଫଗାନିସ୍ତାନରେ ପାକିସ୍ତାନର ରାଷ୍ଟ୍ରଦୂତ ମନସୁର ଅହମ୍ମଦ ଖାନ ଶନିବାର ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଆମୀର ଖାନ ମୁତ୍ତାକୀଙ୍କ ସହ ଏକ ବୈଠକରେ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି । ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବୟାନରେ କୁହାଯାଇଛି, "ଏହି ପଦକ୍ଷେପ ମାନବିକତା ଆଧାରରେ କରାଯାଇଛି । ଆମର ଏହି ନିଷ୍ପତ୍ତି ଦର୍ଶାଉଛି ଯେ ପାକିସ୍ତାନ ସରକାରର ପ୍ରତିବଦ୍ଧତା ଆଫଗାନିସ୍ତାନ ପ୍ରତି କେତେ ଅଧିକ ରହିଛି ।"

ଏହା ପରେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ କାହର ବଲଖି ଟ୍ୱିଟ୍ କରି କହିଛନ୍ତି ଯେ ଏହି ବୈଠକ ବାଣିଜ୍ୟ ବୃଦ୍ଧି ଓ ଭାରତରୁ ମିଳିଥିବା ସାହାଯ୍ୟର ପରିବହନ  ଉପରେ ହୋଇଛି । ଗହମ ପରିବହନ ପାଇଁ ଆଫଗାନିସ୍ତାନ ଯାନ ବ୍ୟବହାରକୁ ଅନୁମତି ଦେଇଥିବାରୁ ବୈଦେଶିକ ମନ୍ତ୍ରୀ ମୁତ୍ତାକୀ ପାକିସ୍ତାନକୁ ଧନ୍ୟବାଦ ଦେଇଛି ।

ମାନବୀୟ ସଙ୍କଟ ଦେଇ ଗତି କରୁଥିବା ଆଫଗାନିସ୍ତାନ ଗତ ମାସରେ ଭାରତ ୫୦,୦୦୦ ମେଟ୍ରିକ୍ ଟନ୍ ଗହମ ସହାୟତା ଘୋଷଣା କରିଥିଲା, ଏହା ପରେ ଭାରତରେ ଆଫଗାନିସ୍ତାନର ରାଷ୍ଟ୍ରଦୂତ ଫରେଦ ମାମୁନ୍ଦଜାଇ ଭାରତକୁ ଧନ୍ୟବାଦ ଜଣାଇଥିଲା ।

ଏହା ବି ପଢ଼ନ୍ତୁ:-ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ୨୭୯୬ ସଂକ୍ରମିତଙ୍କ ମୃତ୍ୟୁ

ଏହା ବି ପଢ଼ନ୍ତୁ:-ପୁରୁଷଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ଏହି ୫ଟି ଅଭ୍ୟାସ, ଯୌନ ସ୍ୱାସ୍ଥ୍ୟ ହୋଇଯିବ ଖରାପ!

ଏହା ବି ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଏହା ବି ପଢ଼ନ୍ତୁ:-ଯଦି ଆପଣଙ୍କ ମୋବାଇଲ୍ ନମ୍ବର ଆଧାରରେ ହୋଇନାହିଁ ଲିଙ୍କ୍, ତେବେ ଅଟକି ଯିବ ଏସବୁ କାମ

ଏହା ବି ପଢ଼ନ୍ତୁ:-୩୮ ଦେଶରେ ବ୍ୟାପିଛି କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ, ମୃତ୍ୟୁ ସଂଖ୍ୟାକୁ ନେଇ ଏହି ବଡ଼ ବୟାନ ଦେଲା WHO