ନୂଆଦିଲ୍ଲୀ: ଅନେକ ଲୋକ ନିଜର ପ୍ରୋଭିଡେଣ୍ଟ ଫଣ୍ଡ (PF) ଟଙ୍କାକୁ ଏକ ନୂଆ ଆକାଉଣ୍ଟକୁ ଟ୍ରାନ୍ସଫର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏହା କରିବାର ଏକ ସହଜ ଉପାୟ କହିବୁ । ଯାହା ମାଧ୍ୟମରେ ଆପଣ ଘରେ ବସି ଟଙ୍କା ଟ୍ରାନ୍ସଫର କରିପାରିବେ । କର୍ମଚାରୀଙ୍କ ସୁବିଧା ପାଇଁ PF ଟ୍ରାନ୍ସଫର କରିବାକୁ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (EPFO) ଅନଲାଇନ୍ ସେବା ଯୋଗାଏ । ବାସ୍ତବରେ ୟୁନିଭର୍ସାଲ୍ ଆକାଉଣ୍ଟ୍ ନମ୍ବର (UAN) ଆସିବା ପରେ କର୍ମଚାରୀଙ୍କ ଆକାଉଣ୍ଟ ଗୋଟିଏ ସ୍ଥାନରେ ରହିଥାଏ । କିନ୍ତୁ ଟଙ୍କା ବିଭିନ୍ନ ଆକାଉଣ୍ଟରେ ରହିପାରେ ।


COMMERCIAL BREAK
SCROLL TO CONTINUE READING

ଏହି ଉପାୟରେ କରନ୍ତୁ ଅନଲାଇନ୍ ଟ୍ରାନ୍ସଫର
ସର୍ବପ୍ରଥମେ ଆପଣଙ୍କୁ 'Unified Member Portal' କୁ ଯିବାକୁ ପଡିବ । ଏହା ପରେ ଆପଣଙ୍କୁ ଆପଣଙ୍କର UAN ନମ୍ବର ଏଣ୍ଟ୍ରି କରି ଲଗ୍ ଇନ୍ କରିବାକୁ ପଡିବ । ଏହା ପରେ ଆପଣ ଅନଲାଇନ୍ ସର୍ଭିସ ପାଇଁ 'One Member One EPF' ଉପରେ କ୍ଲିକ୍ କରନ୍ତୁ । ଏହାପରେ ଏଠାରେ ଆପଣ ଆପଣଙ୍କ ଅପଡ଼େଟ କମ୍ପାନୀ ଓ PF ଆକାଉଣ୍ଟ ସହିତ ଜଡିତ ସୂଚନା ଯାଞ୍ଚ କରନ୍ତୁ । ବର୍ତ୍ତମାନ ଆପଣ Get Details ଉପରେ କ୍ଲିକ୍ କରନ୍ତୁ । ଆପଣ ପୂର୍ବ ନିଯୁକ୍ତିର PF ଆକାଉଣ୍ଟ୍ ବିବରଣୀ ଦେଖିବେ । ଏଠାରେ ଆପଣ ପୂର୍ବ କମ୍ପାନୀ ଓ ବର୍ତ୍ତମାନର କମ୍ପାନୀ ମଧ୍ୟରେ ଚୟନ କରନ୍ତି । ଦୁଇଟି କମ୍ପାନୀ ମଧ୍ୟରୁ ଯେକୌଣସି ଗୋଟିଏ ବାଛନ୍ତୁ ଓ ମେମ୍ବର ID କିମ୍ବା UAN ନମ୍ବର ଦିଅନ୍ତୁ ।


ଅଧିକ ପଢ଼ନ୍ତୁ: JEE Main ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ସ୍ଥଗିତ ହେଲା, ବର୍ତ୍ତମାନ ଏହି ତାରିଖରେ ଅନୁଷ୍ଠିତ ହେବ


ବର୍ତ୍ତମାନ Get OTP ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ । ଯେଉଁଠାରୁ ଆପଣ UAN ରେ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ OTP ପାଇବେ । ଏହାପରେ ସେହି OTP ଏଣ୍ଟ୍ରି କରି ସବମିଟି ଅପ୍ସନ କ୍ଲିକ୍ କରନ୍ତୁ । ଏହା ସହିତ ଆପଣଙ୍କର EPF ଆକାଉଣ୍ଟର ଅନଲାଇନ୍ ଟ୍ରାନ୍ସଫର ପ୍ରକ୍ରିୟା ସମାପ୍ତ ହେବ ।


ଅଧିକ ପଢ଼ନ୍ତୁ: ବଢ଼ିଲା ଚିନ୍ତା: କରୋନା ସଂକ୍ରମିତଙ୍କୁ ନେଗେଟିଭ୍ ଦେଖାଉଛି RT- PCR ଟେଷ୍ଟ, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା


ଦେବାକୁ ପଡିବ ଏହି ଜିନିଷଗୁଡିକ ପ୍ରତି ଧ୍ୟାନ
ଅନଲାଇନ୍ ଟ୍ରାନ୍ସଫର ପାଇଁ ପଞ୍ଜୀକୃତ ମୋବାଇଲ୍ ନମ୍ବର ସକ୍ରିୟ ହେବା ଉଚିତ କାରଣ ଏହି ନମ୍ବରକୁ OTP ପଠାଯିବ । କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ ଆଧାର ନମ୍ବରକୁ UAN ସହିତ ସଂଯୋଗ କରିବା ବାଧ୍ୟତାମୂଳକ ଅଟେ । ଶେଷ ନିଯୁକ୍ତିର ପ୍ରସ୍ଥାନ ତାରିଖ ଜଣିବାକୁ ପଡିବ । ଆବେଦନ କରିବା ପୂର୍ବରୁ ସଦସ୍ୟ ପ୍ରୋଫାଇଲରେ ଦିଆଯାଇଥିବା ସମସ୍ତ ତଥ୍ୟ ଯାଞ୍ଚ ଓ ନିଶ୍ଚିତ କରନ୍ତୁ ।