Arvind Kejriwal back to jail: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆଜି ପୁଣିଥରେ ଜେଲକୁ ଯିବେ। ରାଉଜ୍ ଆଭିନ୍ୟୁ କୋର୍ଟ (Rouse Avenue Court) ଜୁନ ୧  ତାରିଖରେ ମେଡିକାଲ ଗ୍ରାଉଣ୍ତରେ ତାଙ୍କ  ଜାମିନ୍ ଆବେଦନର ଶୁଣାଣି କରିଥିଲେ। ସ୍ବତନ୍ତ୍ର ବିଚାରପତି  କାବେରୀ ବାଓ୍ବେଜ୍  ଆସନ୍ତା ୫ ତାରିଖ ଯାଏଁ ରାଏ ସଂରକ୍ଷିତ ରଖିଛନ୍ତି।  ମେଡିକାଲ ଟେଷ୍ଟ ଲାଗି କେଜ୍ରିଓ୍ବାଲ ୭ ଦିନ ଜାମିନ୍ ମାଗିଥିଲେ।  କିନ୍ତୁ ଇଡି ପକ୍ଷରୁ  କୋର୍ଟରେ ତାଙ୍କ ଆବେଦନକୁ ବିରୋଧ କରାଯାଇଥିଲା। ତେବେ, ଆମେ ଏଠାରେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ,  କେଜ୍ରିଓ୍ବାଲଙ୍କୁ ମାର୍ଚ୍ଚ ୨୧ରେ ଇଡି ଗିରଫ କରିଥିଲା। ସୁପ୍ରିମକୋର୍ଟ ମେ ୧୦ ରେ ତାଙ୍କୁ ଜାମିନ୍ ପ୍ରଦାନ କରିଥିଲେ। ଜୁନ୍ ୧ ରେ ତାଙ୍କ ଜାମିନ୍ ଶେଷ ହୋଇଥିବା ବେଳେ  ତାଙ୍କୁ ଆତ୍ମସମର୍ପଣ କରିବାକୁ ପଡିବ ବୋଲି କୁହାଯାଇଛି। 


COMMERCIAL BREAK
SCROLL TO CONTINUE READING

ନେଇ ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏ ଅବସରରେ ସେ କହିଥିଲେ ଯେ,  ଦେଶକୁ ଏକଛତ୍ରବାଦରୁ ରକ୍ଷା କରିବା ପାଇଁ ସେ ଜେଲ୍ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ସେ ଜାଣିନାହାନ୍ତି ସେ କେତେଦିନ ଜେଲରେ ରହିବେ, କିନ୍ତୁ ତାଙ୍କ ମନୋବଳ ସୁଦୃଢ଼ ଅଛି ବୋଲି ମତ ଦେଇଛନ୍ତି। ଅନ୍ୟପଟେ ଭାରତୀୟ ଜନତା ପାର୍ଟିକୁ ସମାଲୋଚନା କରି ସେ କହିଛନ୍ତି ଯେ, ସେମାନେ ମୋତେ ଭାଙ୍ଗିବାକୁ ଓ ନିରବ କରିବାକୁ ବହୁ ଚେଷ୍ଟା କରି ବିଫଳ ହୋଇଛନ୍ତି। ଜେଲରେ ଥିବା ବେଳେ ସେମାନେ ତାଙ୍କୁ ବହୁ ନିର୍ଯାତନା ଦେଇଛନ୍ତି। ମୁଁ ଜାଣେନି ଏ ଲୋକମାନେ ପ୍ରକୃତରେ କଣ ଚାହାଁନ୍ତି ଓ କାହିଁକି ସେମାନେ ମୋ ମେଡିସିନ ବନ୍ଦ କରିଦେଲେ। 


କେଜ୍ରିୱାଲ ଆହୁରି ବର୍ଷିଛନ୍ତି ଯେ, ମୁଁ ଜେଲ୍ ଯିବା ବେଳେ ମୋର ଓଜନ ୭୦କିଲୋ ଥିଲା, ଏବେ ୬୪କିଲୋ ଅଛି। ଜେଲ୍ ରୁ ବାହାରିବା ପରେ ମଧ୍ୟ ଓଜନ ବଢ଼ୁ ନାହିଁ। ଫଳରେ ଡାକ୍ତରମାନେ କହୁଛନ୍ତି ଏହା ଶରୀରରେ କୌଣସି ସାଙ୍ଘାତିକ ରୋଗର ଲକ୍ଷଣ। ଏଥିପାଇଁ ଅନେକ ପ୍ରକାର ଟେଷ୍ଟ କରିବାକୁ ପଡ଼ିବ। କୋର୍ଟ ମୋତେ ୨୧ ଦିନ ଜାମିନ୍ ଦେଲେ, ଆସନ୍ତାକାଲି ଅପରାହ୍ନରେ ଘର ଛାଡ଼ି ଜେଲ୍ ଯିବି। ନିଜର ବୃଦ୍ଧ ବାପାମା’ଙ୍କ ପାଇଁ ସମସ୍ତେ ପ୍ରାର୍ଥନା କରନ୍ତୁ ବୋଲି ମଧ୍ୟ କେଜ୍ରିୱାଲ ଭାବବିହ୍ୱଳ ହୋଇ ଲୋକଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ମୋ ବାପା ମା’ ବେଶ ବୃଦ୍ଧ। ଯଦି ଆପଣମାନେ ମୋ ମା’ ଙ୍କ ପାଇଁ ସବୁଦିନ ପ୍ରାର୍ଥନା କରିବେ, ତା ହେଲେ ନିଶ୍ଚିତ ଭାବେ ସେ ସୁସ୍ଥ ରହିବେ। ଯାହାକୁ ନେଇ ଜେଲରେ ବହୁତ ଚିନ୍ତାରେ ରହିବି ବୋଲି ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି।