Turkey Earth Quake: ତୁର୍କୀରେ ଘୋଟିଛି ପ୍ରକୃତିର କୋପ। ପୁଣି ଭୂମିକମ୍ପ ଆସିଛି । ଗତ ୨୪ ଘଣ୍ଟାରେ ଏହା ହେଉଛି ୩ୟ ଭୂମିକମ୍ପ (Turkey Earthquake) । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬ ବୋଲି କୁହାଯାଉଛି । ଏହା ଯୋଗୁଁ ସ୍ଥିତି ଆହୁରି ସଂଗୀନ ହେବା ସହ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ସୋମବାର ଭୋର ୪ଟା ବେଳେ ହୋଇଥିବା ପ୍ରଥମ ଭୂମିକମ୍ପରେ ସବୁଠାରୁ ଅଧିକ ଲୋକ ମୃତ୍ୟୁବରଣ କରିବା ସହ ଅଧିକ କ୍ଷୟକ୍ଷତି ହୋଇଥିଲା । ଇତି ମଧ୍ୟରେ ମୃତ୍ୟୁସଂଖ୍ୟା ୧୮୦୦ ଟପିଯାଇଛି । କୁହାଯାଉଛି ଏହି ସଂଖ୍ୟା ଆଗକୁ ଆହୁରି ବଢିପାରେ । ତେବେ ତୁର୍କି ଉପରେ ଅଦିନିଆ ସଙ୍କଟ ମାଡ଼ିଆସିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ତୁର୍କିରେ ଆଜି ପର୍ଯ୍ୟନ୍ତ କେତେ ଥର ୭ ଦଶମିକରୁ ଉର୍ଦ୍ଧ୍ୱ ଭୂକମ୍ପ ହୋଇଛି ଆସନ୍ତୁ ଜାଣିବା । 


COMMERCIAL BREAK
SCROLL TO CONTINUE READING

୭ ଦଶମିକ ୮ ତିବ୍ରତା: ଏହାପୂର୍ବରୁ ୧୯୩୯ ମସିହାରେ ତୁର୍କୀରେ ଆଜିର ଭୂକମ୍ପ ସହିତ ସମାନ ତୀବ୍ରତାର ଏକ ଭୂକମ୍ପ ଘଟିଥିଲା। ଏଥିରେ ୩୨ ହଜାର ୭୦୦ ଲୋକ ଜୀବନ ହାରିଥିଲେ। 


୭ ଦଶମିକ ୬ ତିବ୍ରତା: ୧୭ ଅଗଷ୍ଟ ୧୯୯୯ ରେ, ତୁର୍କୀର ଇଜମିଟରେ ଏକ ଭୂକମ୍ପ ଘଟିଥିଲା। ଏଥିରେ ୧୭ ହଜାରରୁ ଅଧିକ ଲୋକ ପ୍ରାଣ ହାରିଥିଲେ। ଏହାପୂର୍ବରୁ, ୨୩ ଜୁଲାଇ ୧୭୮୪ ରେ, ଏରଜିନକାନରେ ସମାନ ପରିମାଣର ଭୂକମ୍ପ ଘଟିଥିଲା। ଯେଉଁଥିରେ ୫ରୁ ୧୦ ହଜାର ଲୋକଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଇଥିଲା।


୭ ଦଶମିକ ୫ ତିବ୍ରତା: ତୁର୍କୀରେ ଏପର୍ଯ୍ୟନ୍ତ ଏହି ତିବ୍ରତାର ୬ଟି ଭୂକମ୍ପ ଅନୁଭୂତ ହୋଇଛି । ୧୩ ଡିସେମ୍ବର ୧୧୫ ଖ୍ରୀଷ୍ଟାବ୍ଦରେ ୭.୫ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା। ଯେଉଁଥିରେ ଅଢେଇ ଲକ୍ଷରୁ ଅଧିକ ଲୋକ ପ୍ରାଣ ହାରିଥିଲେ। ୨୩ ଫେବୃଆରୀ ୧୬୫୩ ରେ ହୋଇଥିବା ଭୂକମ୍ପରେ ୨ ହଜାର ୫୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା। ୭ ମେ ୧୯୩୦ ରେ ହୋଇଥିବା ଭୂକମ୍ପରେ ଅଢେଇ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ସେହିପରି ୨୬ ନଭେମ୍ବର ୧୯୪୩ ରେ ହୋଇଥିବା ଭୂକମ୍ପରେ ପ୍ରାୟ ପାଞ୍ଚ ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା। ଫେବୃଆରୀ ୧, ୧୯୪୪ ରେ ପୁଣି ସମାନ ତୀବ୍ରତାର ଭୂକମ୍ପ ଘଟିଥିଲା ​ଯେଉଁଥିରେ ଚାରି ହଜାର ଲୋକ ପ୍ରାଣ ହାରିଥିଲେ। ୨୪ ନଭେମ୍ବର ୧୯୭୬ ରେ ହୋଇଥିବା ଭୂକମ୍ପରେ ଚାରି ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା।


୭ ଦଶମିକ ୪ ତିବ୍ରତା: ଏହି ତିବ୍ରତାର ଏକ ଭୂକମ୍ପ କେବଳ ଥରେ ଘଟିଛି । ଏହା ପ୍ରାୟ ୨ ଜୁଲାଇ ୧୮୪୦ ମସିହାରେ ଘଟିଥିଲା। ଯାହା ଫଳରେ ଏହି ଭୂକମ୍ପରେ ଦଶ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା ।


୭ ଦଶମିକ ୩ ତିବ୍ରତା: ୩ ଏପ୍ରିଲ ୧୮୮୧ ରେ ହୋଇଥିବା ଭୂକମ୍ପ ଯୋଗୁଁ ୭ ହଜାର ୮୬୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଅକ୍ଟୋବର ୧୦, ୧୮୮୩ ରେ ଭୂକମ୍ପରେ ୧୨୦ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଅଗଷ୍ଟ ୯, ୧୯୫୩ ରେ ଏହି ଭୂକମ୍ପରେ ୨୧୬ ଜଣଙ୍କର ମୃତ୍ୟୁ ଘଟିଥିଲା।


୭ ଦଶମିକ ୨ ତିବ୍ରତା: ୧୦ ସେପ୍ଟେମ୍ବର ୧୫୦୯ ରେ ଏହି ଭୂକମ୍ପରେ ଦଶ ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା। ୩ ଏପ୍ରିଲ ୧୮୭୨ ରେ, ଅଠର ଶହ ଲୋକଙ୍କର ମୃତ୍ୟୁ ହୋଇଥିଲା। ୧୮ ମାର୍ଚ୍ଚ ୧୯୫୩ ରେ, ୨୬୫ ଜଣଙ୍କର ମୃତ୍ୟୁ ହୋଇଥିଲା, ସେହିପରି ୧୨ ନଭେମ୍ବର ୧୯୯୯ ରେ ୮୯୪ ଜଣ, ୨୮ ମାର୍ଚ୍ଚ ୧୯୭୦ ରେ ୧୦୮୬ ଜଣ ଏବଂ ୨୩ ଅକ୍ଟୋବର ୨୦୧୧ ରେ ୬୦୪ ଜଣଙ୍କର ମୃତ୍ୟୁ ଘଟିଥିଲା।


୭ ଦଶମିକ ୧ ତିବ୍ରତା: ୨୨ ମେ ୧୭୬୬ ରେ ହୋଇଥିବା ଭୂକମ୍ପରେ ୪ ହଜାର ଲୋକ ପ୍ରାଣ ହାରିଥିଲେ । ୨୦ ସେପ୍ଟେମ୍ବର ୧୮୯୯ରେ ୧୪୭୦ ଜଣଙ୍କର ମୃତ୍ୟୁ ଘଟିଥିଲା। ୨୫ ଏପ୍ରିଲ ୧୯୫୭ ରେ ୬୭ ଜଣ ଏବଂ ୨୬ ମେ ୧୯୫୭ ରେ ୫୨ ଜଣଙ୍କର ମୃତ୍ୟୁ ଘଟିଥିଲା।


୭ ଦଶମିକ ତିବ୍ରତା: ୧୩ ଜୁଲାଇ ୧୬୮୮ ରେ ଦଶ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ଜୁଲାଇ ୧୦, ୧୮୯୪ରେ ତେରଶହ  ଜଣଙ୍କର ମୃତ୍ୟୁ ହୋଇଥିଲା। ୬ ଅକ୍ଟୋବର ୧୯୬୪ ରେ, ୨୩ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦ ଡିସେମ୍ବର ୧୯୪୨ ରେ, ତିନି ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା। ୩୦ ଅକ୍ଟୋବର ୨୦୨୦ ରେ ୧୧୭ ଜଣଙ୍କର ମୃତ୍ୟୁ ହୋଇଥିଲା । 


Also Read: Turkey Earthquake Today: ତୁର୍କୀରେ ପୁଣି ହେଲା ଆଉ ଏକ ବଡ଼ ଭୂକମ୍ପ; ୭.୬ ରହିଛି ତୀବ୍ରତା, ଗଲାଣି ୧୩୦୦ ଲୋକଙ୍କ ଜୀବନ


Also Read:  Russia Ukraine War: ଆତ୍ମସମର୍ପଣ କରିବେ ଜେଲେନସ୍କି, ବାଇଡେନଙ୍କଠୁ ମିଳିସାରିଛି ମଞ୍ଜୁରୀ!