ନୂଆଦିଲ୍ଲୀ: ଫିନଲ୍ୟାଣ୍ଡ (Finland) ଓ ସ୍ୱିଡେନ (Sweden) ର ନାଟୋ ବା ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ (North Atlantic Treaty Organization:NATO) ରେ ଯୋଗଦେବାର ଇଚ୍ଛା ଉପରେ ତୁର୍କୀ (Turkey) ବିରୋଧ କରୁଥିବାର ନଜରକୁ ଆସୁଛି । ଯାହା ପରେ ନାଟୋ (NATO) ର ସଦସ୍ୟ ଦେଶମାନେ (NATO Countries) ଚିନ୍ତାରେ ଅଛନ୍ତି । ନାଟୋରେ କୌଣସି ନୂତନ ଦେଶକୁ ସଦସ୍ୟତା ପ୍ରଦାନ ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସର୍ବ ସମ୍ମତି ଅନୁଯାୟୀ ନିଆଯାଏ । ତେଣୁ, ଯଦି କୌଣସି ସଦସ୍ୟ ଦେଶ ଏଥିରେ ସହମତ ନୁହଁନ୍ତି ତେବେ ନିଷ୍ପତ୍ତି ଅଟକି ରହିବ ।


COMMERCIAL BREAK
SCROLL TO CONTINUE READING

ବିଗତ ଦିନରେ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗନ (Turkish President Recep Tayyip Erdogan) ଖୋଲାଖୋଲି ଭାବେ କହିଛନ୍ତି ଯେ, ସେ ଦୁଇ ଦେଶର ନାଟୋ (NATO) ରେ ଯୋଗଦେବା ଯୋଜନାକୁ ବିରୋଧ କରିବେ । ସେ ଅଭିଯୋଗ କରିଛନ୍ତି ଯେ ଉଭୟ ଦେଶ ଏକ ପ୍ରକାରରେ ଆତଙ୍କବାଦୀଙ୍କ ଗେଷ୍ଟହାଉସ୍ ରହିଆସିଛି । ଏହାପୂର୍ବରୁ ଗତ ସପ୍ତାହରେ ଫିନଲ୍ୟାଣ୍ଡ ଓ ସ୍ୱିଡେନ ନାଟୋରେ ଯୋଗଦେବା ପାଇଁ ଆନୁଷ୍ଠାନିକ ଭାବେ ଆବେଦନ କରିଥିଲେ । ୟୁକ୍ରେନ (Ukraine) ଉପରେ ଋଷର (Russia) ଆକ୍ରମଣ ପରେ ସୃଷ୍ଟି ହୋଇଥିବା ଭୟ ବାତାବରଣ ମଧ୍ୟରେ ଏହି ଦୁଇ ଦେଶ ଏହି ନିଷ୍ପତ୍ତି ନେଇଛନ୍ତି ।


ନାଟୋ ୧୯୪୯ରେ ପ୍ରତିଷ୍ଠା କରାଯାଇଥିଲା । ୧୯୫୨ରେ ତୁର୍କୀ ଏଥିରେ ଯୋଗ ଦେଇଥିଲା । ଏହି ସାମରିକ ସଂଗଠନରେ ଜଡିତ ଦେଶମାନଙ୍କ ମଧ୍ୟରେ ବୃହତ୍ତମ ସେନା ଦୃଷ୍ଟିରୁ ତୁର୍କୀ ଦ୍ୱିତୀୟ ସ୍ଥାନରେ ରହିଛି । ଏର୍ଦୋଗନ ଅଭିଯୋଗ କରିଛନ୍ତି ଯେ, ଫିନଲ୍ୟାଣ୍ଡ ଓ ସ୍ୱିଡେନ ତୁର୍କୀର ବିଚ୍ଛିନ୍ନତାବାଦୀ କୁର୍ଦ୍ଦ ଦଳର ସଦସ୍ୟ PKKର ସଦସ୍ୟମାନଙ୍କୁ ଶରଣ ଦେଇଛନ୍ତି । ପିକେକେ କୁର୍ଦ୍ଦିଷ୍ଟ ପ୍ରାଧାନ୍ୟ ଅଞ୍ଚଳକୁ ତୁର୍କୀରୁ  ପୃଥକ କରି ଏକ ସ୍ୱାଧୀନ ଦେଶ ଗଠନ କରିବାକୁ ଚାହୁଁଛି । ଏଥିପାଇଁ ସେମାନେ ଦଶନ୍ଧି ଧରି ତୁର୍କୀ ବିରୋଧରେ ସଶସ୍ତ୍ର ସଂଗ୍ରାମରେ ଜଡିତ ଅଛନ୍ତି । ପିକେକେକୁ ତୁର୍କୀ ବ୍ୟତୀତ ଆମେରିକା ଓ ୟୁରୋପୀୟ ୟୁନିଅନ ମଧ୍ୟ ଆତଙ୍କବାଦୀ ସଂଗଠନ ତାଲିକାରେ ରଖିଛନ୍ତି ।


ବିଶ୍ଳେଷକଙ୍କ ଅନୁଯାୟୀ, PKK ପ୍ରସଙ୍ଗରେ ପାଶ୍ଚାତ୍ୟ ଦେଶଗୁଡ଼ିକର ଆଭିମୁଖ୍ୟକୁ ନେଇ ତୁର୍କୀ ଦୀର୍ଘ ଦିନରୁ ଅସନ୍ତୋଷ ପ୍ରକାଶ କରିଆସୁଛି । ତୁର୍କୀର ଅଭିଯୋଗ ହେଉଛି ଯେ କୁର୍ଦ୍ଦ ବିଚ୍ଛିନ୍ନତାବାଦୀଙ୍କ ସହ ଲଢ଼େଇରେ ଏହି ଦେଶମାନେ ତାକୁ ସମର୍ଥନ କରିନାହାଁନ୍ତି । ତୁର୍କୀ ପୂର୍ବରୁ ସ୍ୱିଡେନ ବିରୋଧରେ ଅଭିଯୋଗ ଆଣିଥିଲେ ଯେ ସେ କୁର୍ଦ୍ଦିଷ୍ଟ ଆତଙ୍କବାଦୀଙ୍କୁ ଲୁଚାଇ ରଖିଛି । ଏହା ସହ ସେ ମଧ୍ୟ ଉତ୍ତର ସିରିଆର ତୁର୍କୀ ବିରୋଧୀ ଗୋଷ୍ଠୀକୁ ସାହାଯ୍ୟ କରିଛି । ତୁର୍କୀ ଏହି ଗୋଷ୍ଠୀଗୁଡ଼ିକୁ PKK ର ଅଂଶ ବୋଲି ମନେ କରେ ।


ତୁର୍କୀ କହିଛି ଯେ, ସେ ଅନେକ ଥର ଫିନଲ୍ୟାଣ୍ଡ ଓ ସ୍ୱିଡେନରେ ଥିବା କୁର୍ଦ୍ଦ ଆତଙ୍କବାଦୀଙ୍କ ପ୍ରତ୍ୟର୍ପଣ ପାଇଁ ଏହା ଅନୁରୋଧ ପଠାଇଛି, କିନ୍ତୁ ଉଭୟ ଦେଶ ଏହାର ଜବାବ ଦେଇନାହାଁନ୍ତି । କୁହାଯାଏ ଯେ, ଏହି ଦେଶରେ ଫାଟୋ ନାମକ ଦଳ ସହିତ ଜଡିତ କିଛି ଲୋକ ମଧ୍ୟ ଅଛନ୍ତି । ଆମେରିକାରେ ରହୁଥିବା ମୌଲବୀ ଫେତୁଲ୍ଲାହ ଗୁଲେନଙ୍କ ସଂଗଠନ ହେଉଛି ଫାଟୋ । ତୁର୍କୀ ଅଭିଯୋଗ କରିଛି ଯେ ଏହି ଗୋଷ୍ଠୀ ୨୦୧୬ରେ ଏର୍ଦୋଗନଙ୍କୁ ହଟାଇବାକୁ ଚେଷ୍ଟା କରିଥିଲା ।


ଏହା ବି ପଢ଼ନ୍ତୁ:-ପ୍ରତିଦିନ ପିଅନ୍ତୁ କାକୁଡି ପାଣି, ମିଳିବ ଏସବୁ ଜବରଦସ୍ତ ଲାଭ


ଏହା ବି ପଢ଼ନ୍ତୁ:-ଆର୍ଥିକ ସଙ୍କଟର ସାମ୍ନା କରୁଥିବା ପାକିସ୍ତାନକୁ ସହାୟତାର ହାତ ବଢ଼ାଇଲା ଏହି ଦେଶ, ଦେବ ୩୦୦ କୋଟି


ଏହା ବି ପଢ଼ନ୍ତୁ:-କଳିଙ୍ଗା ଘାଟିରେ ଓଲଟିଲା ବସ୍: ୬ ମୃତ, ୪୫ ଆହତ


 


ଫିନଲ୍ୟାଣ୍ଡ ଓ ସ୍ୱିଡେନର ପ୍ରତିକ୍ରିୟାରୁ ସଙ୍କେତ ମିଳୁଛି ଯେ ଏର୍ଦୋଗନଙ୍କ କଠୋର ଆଭିମୁଖ୍ୟ ସତ୍ତ୍ୱେ ସେମାନେ ନାଟୋରେ ଯୋଗଦେବା ଆଶା ଛାଡି ନାହାଁନ୍ତି । ସ୍ୱିଡେନର ବୈଦେଶିକ ମନ୍ତ୍ରୀ ମିକାଲ ଡେମବର୍ଗ କହିଛନ୍ତି ଯେ, ତାଙ୍କ ଦେଶ ଆତଙ୍କବାଦର ବନ୍ଧୁ ନୁହେଁ । ତେଣୁ ସୃଷ୍ଟି ହୋଇଥିବା ଅନିଶ୍ଚିତତା ଉପରେ ସ୍ୱିଡେନ ସ୍ପଷ୍ଟୀକରଣ ପ୍ରଦାନ କରିବ । ୟୁଏଇ ପରି ତାଙ୍କ ଦେଶ ମଧ୍ୟ PKK କୁ ଆତଙ୍କବାଦୀ ସଂଗଠନ ବୋଲି ମନେ କରୁଛି ।