NOIDA Twin Tower Collapse: ତେବେ କାହିଁକି ଭଙ୍ଗାଯାଉଛି ଏହି ବୃହତ୍ତମ କୋଠା, ଏହାର ଉତ୍ତର ଆମେ ଆପଣଙ୍କ ପାଖରେ ରଖୁଛୁ । ନିର୍ମାଣ ନିୟମରେ ଗୁରୁତର ଉଲ୍ଲଂଘନ ହେତୁ ଏହି ଟ୍ୱିନ ଟାୱାରକୁ ଭାଙ୍ଗି ଦିଆଯାଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଭାରତର ସବୁଠାରୁ ଉଚ୍ଚ କୋଠା ନୋଏଡା ସୁପରଟେକ୍ ଟ୍ୱିନ୍ ଟାୱାର, ଯାହା କୁତବ୍ ମିନାର ଠାରୁ ମଧ୍ୟ ଉଚ୍ଚ, ୨୮ ଅଗଷ୍ଟରେ ଏହାକୁ ଭୂମିରେ ମିଶାଇ ଦିଆଯିବ । ତେବେ କୋଠା ନିର୍ମାଣରେ ନିୟମର ଉଲ୍ଲଙ୍ଘନ କରାଯାଇଥିବା ସାଂଘାତିକ ଅଭିଯୋଗ ଆସିଥିଲା । ଏହାଛଡ଼ା ନକ୍ସା ହିସାବରେ ଏଠାରେ ଏକ ଗ୍ରୀନ ପାର୍କ ରହିବା କଥା କିନ୍ତୁ ପ୍ରକୃତରେ ସେଠାରେ ଆପେକ୍ସ ଏବଂ ସିୟାନେ ଟାଓ୍ୱାର ରହିଛି । ଘର କିଣିଥିବା ଲୋକେ ନକ୍ସା ମାଗିଥିଲେ କିନ୍ତି ତାଙ୍କୁ ଦିଆଯାଇନଥିଲା । ପରେ ୨୦୧୨ ମସିହାରେ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରାଯାଇଥିଲା । ପରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପୋଲିସ ଯାଞ୍ଚ ଆରମ୍ଭ କରିଥିଲା । କିନ୍ତୁ ରିପୋର୍ଟକୁ ଚାପି ଦିଆଯାଇଥିଲା । ନିୟମ ଅନୁସାରେ ଦୁଇଟି ଟାଓ୍ୱାର ମଧ୍ୟରେ ଦୂରତା ୧୬ ମିଟର ରଖିବା ଦରକାର ହେଲେ ଦୁଇ ଟାଓ୍ୱାର ମଧ୍ୟରେ ଦୂରତା ରହିଛି ମାତ୍ର ୯ ମିଟର । ୨୦୧୪ ମସିହାରେ ଏହାକୁ ଭାଙ୍ଗିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ମାମଲା ବିଚାରାଧିନ ଥିବାବେଳେ ନ୍ୟାସନାଲ ବିଲଡିଂ କୋଡ଼ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ମାମଲାର ବିଚାର କରି ୨୦୨୧ ଅଗଷ୍ଟ ୩୧ରେ ଏହାକୁ ଭାଙ୍ଗିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଆଉ ଏବେ ଏହାକୁ ଭାଙ୍ଗିବା ପାଇଁ ଅନୁମତି ଦେଇଛି ସେଣ୍ଟ୍ରାଲ ବିଲଡିଂ ରୋଡ଼ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ।


COMMERCIAL BREAK
SCROLL TO CONTINUE READING

୨୦୦୪ ରେ ନୋଏଡାର ସେକ୍ଟର ୯୩ ଏ ରେ 'ସୁପରଟେକ୍ ଏମେରାଲ୍ଡ କୋର୍ଟ' ସୋସାଇଟି ଗୃହ ନିର୍ମାଣ ପାଇଁ ଚିନ୍ତା କରିଥିଲେ । ଏହାର ଗୋଟିଏ ବର୍ଷ ପରେ ନୋଏଡା କର୍ତ୍ତୃପକ୍ଷ ୧୪ ଟି ଟାୱାର ଏବଂ ନଅ ମହଲା ବିଶିଷ୍ଟ ନିର୍ମାଣ ଯୋଜନାକୁ ମଞ୍ଜୁର କରିଥିଲେ। କିନ୍ତୁ ପରେ ଏହି ଯୋଜନା ସଂଶୋଧନ କରାଯାଇଥିଲା। ତେବେ ସୁପରଟେକର ଏମେରାଲ୍ଡ କୋର୍ଟ ପ୍ରକଳ୍ପର ଏକ ଅଂଶସ୍ୱରୂପ, ନୋଏଡା-ଗ୍ରେଟର ନୋଏଡା ଏକ୍ସପ୍ରେସୱେରେ ଠିଆ ହୋଇଥିବା ଦୁଇଟି ୪୦ ମହଲା ବିଶିଷ୍ଟ ଟାୱାରରେ ପ୍ରାୟ ୭.୫ ଲକ୍ଷ ବର୍ଗଫୁଟ ଅଞ୍ଚଳରେ ୯୦୦ ରୁ ଅଧିକ ଫ୍ଲାଟ ରହିଛି।୨୦୧୨ ରେ ନୋଏଡା କର୍ତ୍ତୃପକ୍ଷ ନୂତନ ଯୋଜନାର ସମୀକ୍ଷା କରିଥିଲେ ଯେଉଁଥିରେ ଟ୍ୱିନ୍ ଟାୱାରର ଉଚ୍ଚତା ୪୦ ମହଲା ପାଇଁ ସ୍ଥିର କରାଯାଇଥିଲା। ଏହାକୁ ଅନୁସରଣ କରି ସୋସାଇଟିର ରେସିଡେନ୍ସ ୱେଲଫେୟାର ଆସୋସିଏସନ (ଆରଡବ୍ଲୁଏ) ନିର୍ମାଣ କାର୍ଯ୍ୟ ବେଆଇନ ବୋଲି ଦର୍ଶାଇ ଆହ୍ଲାବାଦ ହାଇକୋର୍ଟକୁ ଯାଇଥିଲେ। ତଦନୁସାରେ, ୨୦୧୪ ରେ, ଆଦେଶ ପ୍ରକାଶ ପାଇବା ଦିନଠାରୁ ଚାରିମାସ ମଧ୍ୟରେ (ନିଜ ଖର୍ଚ୍ଚରେ) ଟ୍ୱିନ୍ ଟାୱାରକୁ ଭାଙ୍ଗିବାକୁ କୋର୍ଟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ମଧ୍ୟରେ ବିଲଡରଙ୍କୁ ୧୪% ସୁଧ ହାରରେ ଫ୍ଲାଟ କ୍ରେତାଙ୍କ ଦେୟ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଶେଷରେ, ୩୧,ଅଗଷ୍ଟ ୨୦୨୧ ରେ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ସମର୍ଥନ କରି ନିର୍ମାଣ ନିୟମକୁ ଉଲ୍ଲଂଘନ କରିଥିବାର ନୋଟିସ କରିଥିଲେ । ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଏବଂ ଏମଆର ଶାହାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି ଉପରୋକ୍ତ ନିର୍ଦ୍ଦେଶ ଦେଇଥିଲେ । ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସମର୍ଥନ ଏବଂ ବିରୋଧ କରି ଗୃହ ନିର୍ମାଣକାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଅନେକ ପିଟିସନର ଫଳାଫଳ ଥିଲା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି। ଶେଷରେ ଅଗଷ୍ଟ ୨୮ ରେ ଏହି ବୃହତ୍ତମ କୋଠାକୁ ଭାଙ୍ଗିବାକୁ ନିଷ୍ପତ୍ତି ନିଆଯାଇଥିଲା ।


ଏହି ବିରାଟକାୟ ଟ୍ୱିନ୍ ଟାୱାରକୁ ଭାଙ୍ଗିବାପାଇଁ ପ୍ରାୟ ୩୭ କ୍ୱିଣ୍ଟାଲ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯିବ । କୋଠାରେ ପ୍ରାୟ ୧ ହଜାର ଡିଟୋନେଟର ଖଂଜାଯାଇଛି । ଗୋଟିଏ ସ୍ୱିଚ୍ ମାରିବା କ୍ଷଣି ସମସ୍ତ ଡିଟୋନେଟର ବ୍ଲାଷ୍ଟ ହେବ ବିଂଲଡି ଭାଂଗିବାକୁ କୌଣସି ପ୍ରକାର ଅସୁବିଧା ହେବ ନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ଏଥିପାଇଁ ୧୦ଜଣିଆ ଟେକ୍ନିକାଲ ଟିମ୍ ନିୟୋଜିତ ହୋଇଛନ୍ତି । ଏହି ଦୁଇ ବିଂଲିଡଂକୁ ଭାଗିଂବା ଦ୍ୱାରା ପ୍ରାୟ ୩୫ ହଜାର ବର୍ଗ ମିଟର ଧ୍ୱଂସାବଶେଷ ବାହାରିବ । ଏହାକୁ ସଫା କରିବାକୁ ପ୍ରାୟ ୩ ମାସ ସମୟ ଲାଗିବ । ଟ୍ୱିନ ଟାଓ୍ୱାର ଦିଲ୍ଲୀର ଐତିହାସିକ କୀର୍ତ୍ତିରାଜି କୁତବ ମୀନାରଠାରୁ ଅଧିକ ଉଚ୍ଚତମ ବ୍ଲାଷ୍ଟିଂ ଅଂଚଳରୁ ଯେପରି ଧ୍ୱଂସାବଶେଶ ବାହରକୁ ନଯାଏ, ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।


ଲୁହା ପ୍ଲେଟର ୪ଟି ଆସ୍ତରଣ ସହ ଆଉ ଦୁଇଟି ଆସ୍ତରଣ ରହିଛି । ବିଲଂଡି ଭଂଗାଯିବାକୁ ନେଇ ସ୍ଥାନୀୟ ଅଂଚଳର ଲୋକେ ଭୟଭୀୟ ହୋଇପଡ଼ିଛନ୍ତି । ବିଲଂଡି ଭାଙ୍ଗିବା ପରେ କାଳେ ଏହାର ଧ୍ୱଂସାବଶେଶ ଲୋକଙ୍କ ଘର ନିକଟକୁ ମାଡ଼ିଯିବା ଏହାକୁ ନେଇ ଲୋକଙ୍କ ଭୟ ରହିଛି । ସେମାନେ ରହୁଥିବା କୋଠା ସହ ଘରର ଝରକା କାଚ ଭାଂଗିବା ଆଶଙ୍କା କରୁଛନ୍ତି ଦକ୍ଷିଣ ଆଫ୍ରିକାର ଏଡିଫାଇସ୍ ଇଂଜିନିୟରିଂ । ଏହି ବିଲଡିଂକୁ ଭାଙ୍ଗିବାକୁ ନିୟୋଜିତ ହୋଇଛି ଏଡିଫାଇସ ଇଂଜିନିୟରିଂ ପକ୍ଷରୁ ଅନ୍ୟ କୌଣସି କୋଠାକୁ କିଛି ବି କ୍ଷତି ହେବ ନାହିଁ ବୋଲି ଆଶ୍ୱାସନା ଦେଇଛନ୍ତି ଏଡିଫାଇସ ଇଂଜିନିୟରିଂ କର୍ତ୍ତୃପକ୍ଷ । ତେବେ ଏହି ସମୟ ଭିତରେ ଆକାଶ ଧୁଆଁମୟ ହୋଇଯିବ ତେଣୁ ରବିବାର ନୋଏଡା ଆକାଶପଥ ଦେଇ କୌଣସି ବିମାନ ଚଳାଚଳ କରାଯିବ ନାହିଁ । ଟ୍ୱିନ୍ ଟାୱାରକୁ ଯାଇଥିବା ରାସ୍ତାକୁ ସକାଳରୁ ସନ୍ଧ୍ୟାଯାଏଁ ଡାଇଭର୍ଟ କରାଯିବ । ନୋଏଡା-ଗ୍ରେଟର ନୋଏଡା ଏକ୍ସପ୍ରେସ ଓ୍ୱେ ମଧ୍ୟ ଅପରାହ୍ନ ୨ ଟାରୁ ୩ ଟାଯାଏଁ ବନ୍ଦ ରହିବ । ଅନ୍ୟପଟେ ଜରୁରୀକାଳିନ ଯାତାୟତ ପାଇଁ ସ୍ୱତନ୍ତ୍ର ଗ୍ରୀନ କରିଡରର ପ୍ରସ୍ତୁତି କରାଯିବ । ପରିସ୍ଥିତିକୁ ନଜରରେ ରଖି ରବିବାର ସକାଳ ୭ ଟାସୁଦ୍ଧା ଆଖପାଖ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିସ୍ଫୋରଣ ସମୟରେ ସଜାଗ ରହିବେ ଏନଡିଆରଏଫ ଟିମ୍ ଓ ୪ ଶହରୁ ଅଧିକ ପୋଲିସ କର୍ମଚାରୀ । ଆଖପାଖ ସରକାରୀ ଡାକ୍ତରଖାନା ଏବଂ ବେସରକାରୀ ଡାକ୍ତରଖାନାକୁ ମଧ୍ୟ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।