Elon Musk on Twitter, ନୂଆଦିଲ୍ଲୀ: ଟ୍ୱିଟରକୁ ଏଲୋନ ମସ୍କ ଅଧିଗ୍ରହଣ କରିବା ପରେ ସୋସିଆଲ ମିଡିଆରେ ଏକ କ୍ରାନ୍ତିକାରୀ ଯୁଗର ଆରମ୍ଭ ହୋଇଛି। ପ୍ରତ୍ୟେକ ଦିନ ଏଲୋନ ମସ୍କ, ଟ୍ୱିଟରକୁ ନେଇ କିଛି ନା କିଛି ନୂଆ ନୂଆ ଘୋଷଣା କରିଥାନ୍ତି। ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ ଯେ, ଆଗାମୀ ଦିନରେ ଟ୍ୱିଟରରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। କିନ୍ତୁ ଏବେ ଟ୍ୱିଟରର ମାଲିକ ମସ୍କ ୟୁଜର୍ସଙ୍କୁ କ୍ଷମା ମାଗିଛନ୍ତି। ଟ୍ୱିଟରରେ 'ସୁପର ସ୍ଲୋ' ହୋଇଥିବାରୁ ମସ୍କ ଟ୍ୱିଟ କରି କ୍ଷମା ମାଗିଛନ୍ତି।


COMMERCIAL BREAK
SCROLL TO CONTINUE READING

ସୋସିଆଲ ମିଡିଆ ପ୍ଲାଟଫର୍ମ ଅନେକ ଦେଶରେ ସୁପର ସ୍ଲୋ ହୋଇଯାଉଛି ବୋଲି ଟ୍ୱିଟରର ନୂଆ ମାଲିକ ତଥା ସିଇଓ ଏଲୋନ୍ ମସ୍କ ଟ୍ୱିଟ୍ କରି କହିଛନ୍ତି। ମସ୍କ ଟ୍ୱିଟରରେ ପୋଷ୍ଟ କରି କହିଛନ୍ତି ଯେ, ଅନେକ ଦେଶରେ ଟ୍ୱିଟର ସୁପର ସ୍ଲୋ ହୋଇଥିବାରୁ ମୁଁ କ୍ଷମା ମାଗିବାକୁ ଚାହୁଁଛି। ସେ ଏହା ସହିତ ଜଡିତ ବୈଷୟିକ ତ୍ରୁଟି ବିଷୟରେ କହିଛନ୍ତି। ଏହାବ୍ୟତୀତ ଟ୍ୱିଟରର ନୂତନ ଫିଚର ବିଷୟରେ ମଧ୍ୟ ଏଲୋନ୍ ମସ୍କ ସୂଚନା ଦେଇଛନ୍ତି।


Also Read: ସଲମାନଙ୍କ ଘରୁ ଜବତ ହେଲା କଙ୍କାଳ! ହତ୍ୟା ସ୍ୱୀକାର କରିବାର ଭିଡିଓ ହେଉଛି ଭାଇରାଲ


ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ବର୍ତ୍ତମାନ ନିଜେ ଟ୍ୱିଟ କରି ଟ୍ୱିଟରର ପ୍ରତ୍ୟେକ ଅପଡେଟ୍ ଦେଉଛନ୍ତି। ଏକ ନୂଆ ଟ୍ୱିଟରେ ଏଲୋନ୍ ମସ୍କ କହିଛନ୍ତି ଯେ, ମାଇକ୍ରୋବ୍ଲଗିଂ ସାଇଟ୍ ବ୍ୟବହାର କରୁଥିବା ସଂସ୍ଥାଗୁଡ଼ିକ ପାଇଁ ଟ୍ୱିଟର ଖୁବଶୀଘ୍ର ଏକ ନୂତନ ଫିଚର ପ୍ରଦାନ କରିବ। ସେ ଲେଖିଛନ୍ତି ଯେ, ଟ୍ୱିଟର ସଂଗଠନଗୁଡ଼ିକୁ ଅନ୍ୟ କେଉଁ ଟ୍ୱିଟର ଆକାଉଣ୍ଟ ସହିତ ସଂଯୁକ୍ତ ତାହା ଚିହ୍ନଟ କରିବାରେ ସକ୍ଷମ କରିବ। ଏହି ଫିଚର ଶୀଘ୍ର ଟ୍ୱିଟରରେ ଯୋଡାଯିବ।



ଟ୍ୱିଟରକୁ କିଣିବା ମାତ୍ରେ ଏଲୋନ୍ ମସ୍କ ସେଥିରେ ଅନେକ ବଡ ପରିବର୍ତ୍ତନ କରିଛନ୍ତି। ଗୋଟିଏ ପଟେ ମସ୍କ କମ୍ପାନୀର ନୀତିରେ ପରିବର୍ତ୍ତନ ଆଣୁଥିବା ବେଳେ ଅନ୍ୟ ପଟେ ଛଟେଇକୁ ନେଇ ସେ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିକଟରେ ଟ୍ୱିଟର ଏହାର ୫୦ ପ୍ରତିଶତରୁ ଅଧିକ କର୍ମଚାରୀଙ୍କୁ ବିଦା କରିଛି। ପୂର୍ବରୁ ମାଗଣା ଥିବା ଟ୍ୱିଟର ପାଇଁ ଏବେ ଲୋକଙ୍କୁ ଟଙ୍କା ଦେବାକୁ ପଡିବ। 


Also Read: ଆଗକୁ ଆଗେଇଲା ଦିଲ୍ଲୀ-ଗାଜିଆବାଦ-ମେରଠ ରାପିଡ୍ ରେଳ ପ୍ରକଳ୍ପ, ନୂଆ ବର୍ଷରେ ମିଳିପାରେ ଭଲ ଖବର


ଏହା ବ୍ୟତୀତ କୁହାଯାଉଛି ଯେ, ଏଲୋନ ମସ୍କ, ଭାରତ ଓ ଭାରତୀୟଙ୍କୁ ଟାର୍ଗେଟ କରୁଛନ୍ତି। ଟେସଲା ଓ ଷ୍ଟାରଲିଙ୍କଙ୍କୁ ଭାରତରେ ଅନୁମତି ନ ମିଳିବାରୁ ସେ ପ୍ରତିଶୋଧ ପରାୟଣ ହୋଇଛନ୍ତି। ଆଉ ସିଇଓ ପରାଗ ଅଗ୍ରୱାଲଙ୍କ ସମେତ ଅନେକ ଭାରତୀୟଙ୍କୁ ଟ୍ୱିଟର ହଟାଇଛି। ଏପରିକି ଟ୍ୱିଟରର ବ୍ଲୁଟିକ୍ ପାଇଁ ଯେଉଁ ଅର୍ଥ ଚାର୍ଜ କରାଯାଉଛି ତାହା ଅନ୍ୟ ଦେଶ ତୁଳନାରେ ଅଧିକ ରହିଛି। ୟୁରୋପ ଓ ଆମେରିକାରେ ବ୍ଲଟିକ୍ ସବସ୍କ୍ରିପସନ ୮ ଡଲାର ଥିବା ବେଳେ ଭାରତରେ ଏହା ୮.୮ ଡଲାର ବୋଲି ଘୋଷଣା କରାଯାଇଥିଲା।