ନୂଆଦିଲ୍ଲୀ: ନୂଆ କୃଷି ଆଇନ (Farm Act 2020) ବିରୁଦ୍ଧରେ ପ୍ରାୟ ୧୦ ଦିନ ଧରି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇ ଆସୁଛନ୍ତି ଦେଶର ବିଭିନ୍ନ କୃଷକ ସଙ୍ଗଠନ (Farmer Protest)। ଆନ୍ଦୋଳନରତ କୃଷକଙ୍କ ଦାବି ପୂରଣ ନେଇ କେନ୍ଦ୍ର ସରକାରଙ୍କ ସହ ୫ମ ଥର ହୋଇଥିବା ଆଲୋଚନା ବିଫଳ ହୋଇଛି। ନୂଆଦିଲ୍ଲୀ ସୀମାରେ ଅବସ୍ଥିତ ସିନ୍ଧୁ ବର୍ଡର ଠାରେ ପ୍ରାୟ ସପ୍ତାହେରୁ ଅଧିକ ଦିନ ଧରି ଆନ୍ଦୋଳନରେ ବସିଛନ୍ତି କୃଷକ।  


COMMERCIAL BREAK
SCROLL TO CONTINUE READING

ହେଲେ କୃଷକଙ୍କ ପକ୍ଷରୁ ଚାଲିଥିବା ଆନ୍ଦୋଳନ ବେଳେ ଏକ ମଜାଦାର ଘଟଣା ଘଟିଛି। ଯାହା ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଚର୍ଚ୍ଚାର ବିଷୟ ପାଲଟିଛି। ଏପରିକି ଏହି ଘଟଣା ସମ୍ପର୍କିକ ଏକ ହ୍ୟାସଟ୍ୟାଗ "#" (Hashtag) ମଧ୍ୟ ଟ୍ୱିଟରରେ ଟ୍ରେଣ୍ଡ କରିଛି। ଯାହାର ଶୀର୍ଷକ ରହିଛି "#ଗୀତା ଭାଟି କା ସାଣ୍ଡେଲ ୱାପସ କରୋ" (#गीता_भाटी_का_सैंडल_वापस_करो)।       


ଏନେଇ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ କୃଷି ଆନ୍ଦୋଳନ ଚାଲିଥିବା ଦଳେ ଲୋକ ଏକାଠି ବସିଛନ୍ତି। ଯାହାର ନେତୃତ୍ୱ ଜଣେ ମହିଳା ନେଉଥିବାର ଦେଖିବାକୁ ମିଳିଛି। ସମ୍ପୃକ୍ତ ମହିଳା ଜଣଙ୍କ ନିଜକୁ କୃଷିନେତ୍ରୀ ବୋଲି ପରିଚୟ ଦେଉଛନ୍ତି। କୃଷି ଆନ୍ଦୋଳନରେ ସାମିଲ ହୋଇ ଏହି ମହିଳା ଏକ ଅଜବ ବୟାନ ଦେଇଛନ୍ତି। ଏନେଇ ସେ କହିଛନ୍ତି କୃଷକଙ୍କ ଆନ୍ଦୋଳନକୁ କମଜୋର କରିବା ଲାଗି ତାଙ୍କ ସାଣ୍ଡେଲକୁ (Sandal) ଚୋରି କରି ନିଆଯାଇଛି।   


 



ଏ ଘଟଣା ଘଟିବା ପରେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏପରିକି ଏହାର ହ୍ୟାସଟ୍ୟାଗ ଟ୍ୱିଟରରେ ଟ୍ରେଣ୍ଡ କରିଛି। ବର୍ତ୍ତମାନ ଲୋକେ ଏହାକୁ ଏକ ମେମ୍ (Meem) ଭାବେ ସୋସିଆଲ ମିଡିଆରେ ସେୟାର କରାଯାଉଛି। ସେ ଦିଲ୍ଲୀ ସୀମାରେ ପ୍ରଦର୍ଶନ କରୁଥିବା ଚାଷୀଙ୍କ ମଧ୍ୟରେ ପହଞ୍ଚିଥିଲେ। ଆନ୍ଦୋଳନକୁ ଦୁର୍ବଳ କରିବା ପାଇଁ ମୋ ଚପଲ ଚୋରି କରଗଲା ବୋଲି ସେ କହିଛନ୍ତି।


ମହିଳା ଜଣକ ଏକ ବିଚିତ୍ର ଦାବି କରିଛନ୍ତି। ତାଙ୍କର ନାମ ଗୀତା ଭାଟି (Geeta Bhati)। ସେ କହିଛନ୍ତି କୃଷକଙ୍କ ଆନ୍ଦୋଳନକୁ ରୋକିବା ପାଇଁ ପୋଲିସ ଏବଂ ସରକାର ତାଙ୍କ ଚପଲ ଚୋରି କରିଛନ୍ତି। ଏହି ମହିଳାଙ୍କ ଦାବିର ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି।



ଭାଇରାଲ ଭିଡିଓରେ ମହିଳା ଜଣକ କହିଛନ୍ତି, "ମୁଁ କିସାନ ଏକତା ସଙ୍ଗଠନର ମହିଳା ଶାଖା ଜାତୀୟ ମୁଖ୍ୟ ଠାକୁର ଗୀତା ଭାରତୀ। ମୋର ଚପଲ ଚୋରି କରିବାକୁ ପୋଲିସ ଓ ପ୍ରଶାସନ ଷଡଯନ୍ତ୍ର କରିଛନ୍ତି। ଯାହା ଦ୍ୱାରା ମୁଁ ଚାଷୀଙ୍କ ପାଇଁ ଲଢିପାରିବି ନାହିଁ। ହେଲେ ମୁଁ ଖାଲି ପାଦରେ ସେମାନଙ୍କ ଲଢିବି।