UAE minister on Jaishankar, ନୂଆଦିଲ୍ଲୀ: ୟୁନାଇଟେଡ୍ ଆରବ ଏମିରେଟର ଷ୍ଟେଟ୍ ଫର ଆର୍ଟିଫିସିଆଲ ଇଣ୍ଡେଲିଜେନ୍ସ ମନ୍ତ୍ରୀ ଓମାର ସୁଲତାନ ଅଲ ଓଲାମା, ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଉପରେ ଫିଦା ହୋଇଛନ୍ତି। ବୁଧବାର ଓଲାମା ଏକ କାର୍ଯ୍ୟକ୍ରମରେ ଜୟଶଙ୍କରଙ୍କୁ ଖୁବ ପ୍ରଶଂସା କରିଛନ୍ତି। ସେ ଭାରତର ବୈଦେଶିକ ନୀତି ଓ ଯୁଦ୍ଧ ସମୟର ଜିଓପଲିଟିକ୍ସ ବା ବୈଶିକ ରାଜନୀତିରେ ପ୍ରଭାବିତ ହୋଇଛନ୍ତି ବୋଲି ଓଲାମା କହିଛନ୍ତି। ଦିଲ୍ଲୀରେ ଆୟୋଜିତ ଥିଙ୍କ ଟ୍ୟାଙ୍କ କାର୍ଯ୍ୟକ୍ରମରେ ଭର୍ଚ୍ଚୁଆଲ ମୋଡରେ ସାମିଲ ହୋଇ ୟୁଏଇ ମନ୍ତ୍ରୀ ଜୟଶଙ୍କରଙ୍କ ପ୍ରଶଂସା କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ୟୁଏଇର ଆର୍ଟିଫିସିଆଲ ଇଣ୍ଡେଲିଜେନ୍ସ ମନ୍ତ୍ରୀ ଓମାର ସୁଲତାନ ଅଲ ଓଲାମା କହିଛନ୍ତି, "ଐତିହାସିକ ଭାବେ ବିଶ୍ୱ ହେଉଛି ଏକ ପାକ୍ଷିକ, ଦ୍ୱିପାକ୍ଷିକ ଓ ତ୍ରିପାକ୍ଷିକ, ଆପଣ କେଉଁ ପକ୍ଷକୁ ବାଛିବେ ତାହା ଆପଣଙ୍କ ଉପରେ ନିର୍ଭର କରେ। ମୁଁ ଆପଣଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଉପରେ ଖୁବ ପ୍ରଭାବିତ। ମୁଁ ତାଙ୍କର କିଛି ବକ୍ତବ୍ୟ ଶୁଣିଛି। ଗୋଟିଏ ଜିନିଷ ସ୍ପଷ୍ଟ ଯେ, ଭାରତ ଓ ୟୁଏଇ କୌଣସି ପକ୍ଷକୁ ଚୟନ କରିବେ ନାହିଁ।... କିଛି ନିର୍ଦ୍ଧିଷ୍ଟ ପକ୍ଷ ଉପରେ ଥିବା ଇଚ୍ଛାକୁ ନେଇ ଜିଓପଲିଟିକ୍ସ ନିର୍ଦ୍ଧାରିତ ହୁଏ। କିନ୍ତୁ ଏଠାରେ ସେହି ଐତିହାସିକ ମଡେଲ କାର୍ଯ୍ୟ କରୁନାହିଁ। ବର୍ତ୍ତମାନ ଗୋଟିଏ ଦେଶକୁ ନିଜର ଗୋଟିଏ ଉତ୍କୃଷ୍ଟ ବିଷୟ ବା ଇଚ୍ଛା ଉପରେ ବିଚାର କରିବାର ଆବଶ୍ୟକତା ରହିଛି।"


Also Read: Pakistan Debt Crisis: ବୁଡ଼ିବାକୁ ବସିଛି କାଙ୍ଗାଳ ପାକିସ୍ତାନ: ଭୁଶୁଡ଼ିପଡ଼ିଲାଣି ଅର୍ଥବ୍ୟବସ୍ଥା, ଏତିକି କୋଟି ହରାଇବେ ନିବେଶକ


ସେ ପୁଣି କହିଛନ୍ତି ଯେ, ୟୁଏଇ, ଭାରତ ସହିତ କାମ କରୁଛି ମାନେ ଏହା ନୁହେଁ ଯେ ସେ ଆମେରିକା ସହ କାମ କରିବ ନାହିଁ। ଏହି ତିନି ଦେଶ ମିଳିତ ଭାବେ କାମ କରିପାରିବେ। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି I2U2 (ଇଣ୍ଡିଆ-ଇସ୍ରାଇଲ-ୟୁଏଇ-ୟୁଏସ)। ବର୍ତ୍ତମାନ ସମୟରେ ବାଣିଜ୍ୟ ମାଧ୍ୟମରେ ହିଁ ବିଶ୍ୱରେ ଦବଦବା ରଖାଯାଇପାରିବ। ଯଦି ଭାରତ ଓ ୟୁଏଇ ଭଳି ଦେଶ ମିଳିତ ଭାବରେ ଏହି କ୍ଷେତ୍ରରେ କାମ କରନ୍ତି, ତେବେ ବିଶ୍ୱରେ ନିଜର ଫୁଟପ୍ରିଣ୍ଟ ବିସ୍ତାର କରିପାରିବେ। ଭାରତ ଓ ୟୁଏଇ ମଧ୍ୟରେ ସମନ୍ୱୟ ରହିଛି। ବିଭିନ୍ନ କ୍ଷତ୍ରରେ ଉଭୟ ଦେଶ ଏକାଠି ହୋଇପାରିବେ, ଷ୍ଟାର୍ଟଅପ ଏହାର ଏକ ଭଲ ବିକଳ୍ପ ହୋଇପାରିବ।


ସୂଚନାଯୋଗ୍ୟ, ORF ପକ୍ଷରୁ CyFY2022 ନାମରେ ଜାତୀୟ ରାଜଧାନୀ ଦିଲ୍ଲୀରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ଟେକ୍ନୋଲୋଜି, ସୁରକ୍ଷା ଓ ସାମାଜିକ ସମସ୍ୟା ଉପରେ ଆଲୋଚନା ହେବ। ତିନି ଦିନରେ ୨୮ଟି ପ୍ୟାନେଲ ଡିସକ୍ସନ ଓ ୧୫୦ଟି ବକୃତା ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହେବ। CyFY2022ରେ ୩୭ଟି ଦେଶର ପ୍ରତିନିଧି ସାମିଲ ହେବାର ସମ୍ଭାବନା ଅଛି।