ୟୁଏଇ ରାଷ୍ଟ୍ରପତି ଶେଖ ଖଲିଫା ବିନ୍ ଜାଏଦ ଅଲ ନାହ୍ୟାନଙ୍କ ଦେହାନ୍ତ
ଗତ ୨୦୦୪ ନଭେମ୍ବର ୩ ତାରିଖରୁ ୟୁଏଇ ରାଷ୍ଟ୍ରପତି ତଥା ଆବୁଧାବି ଶାସକ ପଦଭାର ଗ୍ରହଣ କରିଥିଲେ ଶେଖ ଖଲିଫା।
UAE President Passed Away: ସଂଯୁକ୍ତ ଆରବ ଅମିରାତ ରାଷ୍ଟ୍ରପତି ତଥା ଆବୁଧାବି ଶାସକ ଶେଖ ଖଲିଫା ବିନ୍ ଜାଏଦ ଅଲ ନାହ୍ୟାନଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଦିବସ ଘୋଷଣା କରାଯାଇଛି। ଗତ ୨୦୦୪ ନଭେମ୍ବର ୩ ତାରିଖରୁ ୟୁଏଇ ରାଷ୍ଟ୍ରପତି ତଥା ଆବୁଧାବି ଶାସକ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ଶେଖ ଖଲିଫା।
ସଂଯୁକ୍ତ ଆରବ ଅମିରାତ (United Arab Emirates) ୟୁଏଇ ରାଷ୍ଟ୍ରପତି (UAE President) ତଥା ଆବୁଧାବି ଶାସକ (Abu Dhabi Ruler ) ଶେଖ ଖଲିଫା ବିନ୍ ଜାଏଦ ଅଲ ନାହ୍ୟାନଙ୍କ (Sheikh Khalifa bin Zayed Al Nahyan) ମୃତ୍ୟୁ ଖବର ପ୍ରଦାନ କରି ଶୋକବ୍ୟକ୍ତ କରିଛି ଦେଶର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ। ତାଙ୍କର ମୃତ୍ୟୁର କାରଣ କ'ଣ ତାହା ବର୍ତ୍ତମାନ ଜଣାପଡ଼ିନାହିଁ। ଗତ ୨୦୧୪ ବର୍ଷରେ ହୋଇଥିବା ହୃଦଘାତ ପରେ ଶେଖ ଖଲିଫାଙ୍କୁ (Sheikh Khalifa ) ଆଉ ସର୍ବସାଧାରଣରେ ଦେଖିବାକୁ ମିଳିନଥିଲା।
ଗତ ୨୦୦୪ ନଭେମ୍ବର ୩ ତାରିଖରୁ ୟୁଏଇ ରାଷ୍ଟ୍ରପତି ତଥା ଆବୁଧାବି ଶାସକ ପଦଭାର ଗ୍ରହଣ କରିଥିଲେ ଶେଖ ଖଲିଫା। ସେହି ବର୍ଷ ସେ ତାଙ୍କ ପିତା ଶେଖ ଜାୟଦ ବିନ ସୁଲତାନ ଅଲ ନାହ୍ୟାନଙ୍କ (Zayed bin Sultan Al Nahyan) ଉତ୍ତରାଧିକାରୀ ଘୋଷିତ ହୋଇଥିଲେ। ୧୯୪୮ ମସିହାରେ ଜନ୍ମିତ ଶେଖ ଖଲିଫା ହେଉଛନ୍ତି ଦ୍ୱିତୀୟ ୟୁଏଇ ରାଷ୍ଟ୍ରପତି ତଥା ଷୋଡ଼ଶ ଆବୁଧାବି ଶାସକ।
ଶେଖ ଖଲିଫାଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ତଥା ରାଜକୁମାର (Crown Prince) ଶୈଖ ମହମ୍ମଦ ବିନ୍ ଜାଏଦ ଅଲ ନାହ୍ୟାନ (Sheikh Mohammed bin Zayed al-Nahyan) ନୂତନ ଆବୁଧାବି ଶାସକ ନିଯୁକ୍ତ ହୋଇପାରନ୍ତି।
ଦେଶର ସମ୍ବିଧାନ (UAE Constitution) ଅନୁସାରେ ବର୍ତ୍ତମାନର ୟୁଏଇ ଉପରାଷ୍ଟ୍ରପତି (UAE Vice Presiden) ଶୈଖ ମହମ୍ମଦ ବିନ୍ ରସିଦ ଅଲ ମକତୁମ୍ (Sheikh Mohammed bin Rashid al-Maktoum) ରାଷ୍ଟ୍ରପତି ପଦଭାର ଗ୍ରହଣ କରିପାରନ୍ତି। ଦେଶର ନୂତନ ରାଷ୍ଟ୍ରପତି କିଏ ହେବେ ସେ ନେଇ ନିଷ୍ପତ୍ତି ଆସନ୍ତା ୩୦ ଦିନ ମଧ୍ୟରେ ଦେଶର ୭ ଅମିରାତ ଶାସକ (Rulers of UAE Emirates) ନେବେ।