Udaipur Murder Case: ରାଜସ୍ଥାନର (Rajasthan) ଉଦୟପୁରରେ ମଙ୍ଗଳବାର ଦିନ ନିଲମ୍ବିତ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ (Nupur Sharma) ସମର୍ଥନରେ ସୋସିଆଲ ମିଡିଆରେ ପୋଷ୍ଟ କରିବା ଉପରେ କ୍ରୋଧିତ ଦୁଇଜଣ ବ୍ୟକ୍ତି ତୀକ୍ଷ୍ଣ ଅସ୍ତ୍ରରେ କହ୍ନେୟା ଲାଲ (Kanhaiya Lal) ନାମକ ଜଣେ ଟେଲରଙ୍କ ଉପରେ ଆକ୍ରମଣ କରି ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ହତ୍ୟାକାରୀମାନେ ପୁରା ଘଟଣାର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ । ଏହି ଘଟଣା ପରେ ଉଦୟପୁର ସମେତ ସମଗ୍ର ରାଜସ୍ଥାନରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ରାଜସ୍ଥାନରେ ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ଇଣ୍ଟରନେଟ୍ ସେବା ୨୪ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଛି । ଏହି ସମଗ୍ର ଘଟଣାର ତଦନ୍ତକୁ ଏନଆଇଏ ନିଜ ହାତକୁ କରିଛି । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଉଭୟ ଅଭିଯୁକ୍ତ ମହମ୍ମଦ ରିୟାଜ (Mohammad Riyaz) ଓ ମହମ୍ମଦ ଗୌସଙ୍କୁ (Mohammad Ghaus) ପଚରାଉଚରା ଜାରି ରହିଛି । ଅନ୍ୟପକ୍ଷରେ ଉଦୟପୁର ହତ୍ୟାକାଣ୍ଡ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଆଜି ସନ୍ଧ୍ୟାରେ ଜୟପୁରରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ।


COMMERCIAL BREAK
SCROLL TO CONTINUE READING

କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଉଦୟପୁର ହତ୍ୟାକାଣ୍ଡକୁ ନିନ୍ଦା କରିଛନ୍ତି ଓ ମଦ୍ରାସାଗୁଡ଼ିକରେ ପିଲାମାନଙ୍କ ଶିକ୍ଷା ଉପରେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, "ପ୍ରଶ୍ନ ଏହା ହେଉଛି କି, ଆମ ପିଲାମାନଙ୍କୁ ଯେଉଁମାନେ ନିନ୍ଦା କରନ୍ତି, ସେମାନଙ୍କ ମୁଣ୍ଡ କାଟିବାକୁ ଶିଖାଯାଉଛି କି? ମୁସଲମାନ ନିୟମ କୁରାନରୁ ଆସିନାହିଁ, ଏହା ଏକ ମଣିଷ ଦ୍ୱାରା ଲେଖାଯାଇଛି, ଯେଉଁଥିରେ ମୁଣ୍ଡ କାଟିବାର ନିୟମ ଅଛି ଓ ଏହି ଆଇନ୍ ପିଲାମାନଙ୍କୁ ମଦ୍ରାସା ଶିକ୍ଷା ଦିଆଯାଉଛି ।"


ଏଥି ସହିତ ଉଦୟପୁର ସଂଲଗ୍ନ ରାଜସମାନନ୍ଦ ଜିଲ୍ଲାର ଭୀମା ଅଞ୍ଚଳରେ ହତ୍ୟାକାଣ୍ଡକୁ ବିରୋଧ କରୁଥିବା କ୍ରୋଧିତ ଜନତା ପୋଲିସ କନଷ୍ଟେବଳଙ୍କୁ ଖଣ୍ଡା ଦ୍ୱାରା ଆକ୍ରମଣ କରିଛନ୍ତି । ରାଜସ୍ଥାନ ଡିଜିପି ଏମଏଲ ଲେଥର ହତ୍ୟାକାଣ୍ଡରେ ସମ୍ପୃକ୍ତ ଉଭୟ ହତ୍ୟାକାରୀଙ୍କ ବିରୋଧରେ UAPA ଅଧୀନରେ ଏକ ମାମଲା ରୁଜୁ କରିବା ବିଷୟରେ କହିଛନ୍ତି । ଏହି ମାମଲାରେ ଜଣେ ଏଏସଆଇକୁ ମଧ୍ୟ ନିଲମ୍ବିତ କରାଯାଇଛି ।


ବୁଧବାର ଦିନ ଅପରାହ୍ନରେ ଉଦୟପୁରରେ କହ୍ନେୟା ଲାଲଙ୍କୁ ଶବଦାହ କରାଯାଇଥିଲା । ଏହାପୂର୍ବରୁ, କହ୍ନେୟା ଲାଲଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି । ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ଏକ ତୀକ୍ଷ୍ଣ ଅସ୍ତ୍ରରେ କହ୍ନେୟା ଲାଲ ଉପରେ ୨୬ ଥର ଆକ୍ରମଣ ହୋଇଥିଲା । ତାଙ୍କ ଶରୀରରେ ୧୩ ଟି କ୍ଷତ ରହିଛି । ଯାହା ମଧ୍ୟରେ ଅଧିକାଂଶ କ୍ଷତ ବେକରେ ଦେଖିବାକୁ ମିଳିଛି । ଏହି ଅସ୍ତ୍ରରେ କହ୍ନେୟା ଲାଲଙ୍କ ମୁଣ୍ଡକୁ ଶରୀରରୁ ଅଲଗା କରିବାକୁ ଚେଷ୍ଟା କରାଯାଇଥିଲା ।


ଏହା ବି ପଢ଼ନ୍ତୁ: ଉଦ୍ଧବ ସରକାରଙ୍କ ବଡ ନିଷ୍ପତ୍ତି; ଏହି ସହରଗୁଡିକର ପରିବର୍ତ୍ତନ କରିବେ ନାମ


ଏହା ବି ପଢ଼ନ୍ତୁ: ଇଂଲଣ୍ଡ ବିପକ୍ଷରେ ପଞ୍ଚମ ଟେଷ୍ଟ ଖେଳିବେ ନାହିଁ ରୋହିତ ଶର୍ମା; ଏହି ଖେଳାଳିଙ୍କୁ ମିଳିଲା ଅଧିନାୟକତ୍ୱ