Ukraine Russia War: ଜାଣନ୍ତୁ କ`ଣ ରହିଛି ଯୁଦ୍ଧର ମୁଖ୍ୟ କାରଣ?
Russia Ukraine Conflict: ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ବର୍ତ୍ତମାନ ଯୁଦ୍ଧ ଜାରି ରହିଛି । ଉଭୟ ଦେଶର ସେନା ପରସ୍ପରକୁ ଟକ୍କର ଦେଉଛନ୍ତି । ଚାରିଆଡେ ବିନାଶ ଦୃଶ୍ୟମାନ ହେଉଛି । ଏପରି ପରିସ୍ଥିତିରେ, ଏହା ଜାଣିବା ଆବଶ୍ୟକ ଯେ, ଏହି ବିବାଦର ପ୍ରକୃତ କାରଣ କ`ଣ?
Ukraine Russia War: ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ବର୍ତ୍ତମାନ ଯୁଦ୍ଧ ଜାରି ରହିଛି । ଉଭୟ ଦେଶର ସେନା ପରସ୍ପରକୁ ଟକ୍କର ଦେଉଛନ୍ତି । ଚାରିଆଡେ ବିନାଶ ଦୃଶ୍ୟମାନ ହେଉଛି । ଏପରି ପରିସ୍ଥିତିରେ, ଏହା ଜାଣିବା ଆବଶ୍ୟକ ଯେ, ଏହି ବିବାଦର ପ୍ରକୃତ କାରଣ କ'ଣ? ସୋଭିଏତ୍ ୟୁନିଅନ୍ ସମୟରେ ବନ୍ଧୁ ଥିବା ଏହି ଦୁଇ ଦେଶଗୁଡ଼ିକ କାହିଁକି ଏବେ ପରସ୍ପରର ଶତ୍ରୁ ପାଲଟି ଯାଇଛନ୍ତି? ଜାଣନ୍ତୁ ସଂକ୍ଷିପ୍ତ ଭାବରେ...
ୟୁକ୍ରେନର ପଶ୍ଚିମ ସୀମା ୟୁରୋପ ଏବଂ ପୂର୍ବରେ ଋଷିଆ ସୀମା ସହ ଜଡିତ । ୧୯୯୧ ମସିହା ପର୍ଯ୍ୟନ୍ତ, ୟୁକ୍ରେନ ସୋଭିଏତ୍ ୟୁନିଅନର ଏକ ଅଂଶ ଥିଲା ।
୨୦୧୩ ମସିହାରୁ ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା, ସେତେବେଳେ ୟୁକ୍ରେନର ତତ୍କାଳ ରାଷ୍ଟ୍ରପତି ଭିକ୍ଟର ୟାମୁକୋଭିଚ୍ ବିରୋଧରେ କିଭରେ ପ୍ରଦର୍ଶନ ଆରମ୍ଭ କରିଥିଲା କାରଣ ତାଙ୍କୁ ଋଷର ସମର୍ଥନ ରହିଥିଲା ।
ୟାନୁକୋଭିଚଙ୍କୁ ଆମେରିକା-ବ୍ରିଟେନ୍ ସମର୍ଥିତ ବିକ୍ଷୋଭକାରୀଙ୍କ ବିରୋଧ ଯୋଗୁଁ ୟାନୁକୋଭିଚଙ୍କୁ ଫେବୃଆରୀ ୨୦୧୪ରେ ଦେଶ ଛାଡ଼ି ଯିବାକୁ ବାଧ୍ୟହୋଇଥିଲେ ।
ଏଥିରେ ଉତକ୍ଷୀପ୍ତ ହୋଇ ଦକ୍ଷିଣ ୟୁକ୍ରେନର କ୍ରିମିୟାକୁ କବ୍ଜା କରିଥିଲା ଋଷ । ଏହା ପରେ ସେ ସେଠାରେ ବିଚ୍ଛିନ୍ନତାବାଦୀଙ୍କୁ ସମର୍ଥନ କରିଥିଲା । ପରେ ବିଚ୍ଛିନ୍ନତାବାଦୀମାନେ ପୂର୍ବ ୟୁକ୍ରେନର ବଡ଼ ଅଂଶ ଦଖଲ କରିଥିଲେ ।
୨୦୧୪ ପରଠାରୁ ଋଷ ସମର୍ଥକ ବିଛିନ୍ନତାବାଦୀ ଏବଂ ୟୁକ୍ରେନ୍ ସେନାଙ୍କ ମଧ୍ୟରେ ଡୋନବାସ ସୀମାରେ ଷଙ୍ଘର୍ଷ କରୁଥିଲେ ।
ପୂର୍ବରୁ ଯେତେବେଳେ ୧୯୯୧ରେ ୟୁକ୍ରେନ ସୋଭିଏତ ୟୁନିଅନରୁ ଅଲଗା ହେଲା, ଏହାପରେ ମଧ୍ୟ କ୍ରିମିୟାକୁ ନେଇ ଦୁଇ ଦେଶ ମଧ୍ୟରେ ଅନେକ ବିବାଦ ଲାଗି ରହିଥିଲା ।
୨୦୧୪ ପରେ ପାଶ୍ଚାତ୍ୟ ଦେଶଗୁଡିକ ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଲାଗି ରହିଥିବା ଲଗାତାର ବିବାଦକୁ ରୋକିବା ପାଇଁ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଥିଲେ । ୨୦୧୫ ମସିହାରେ ବେଲାରୁଷର ରାଜଧାନୀ ମିନସ୍କରେ ଫ୍ରାନ୍ସ ଏବଂ ଜର୍ମାନୀ ଉଭୟଙ୍କ ମଧ୍ୟରେ ଶାନ୍ତି ଏବଂ ଅସ୍ତ୍ରବିରତି ପାଇଁ ଚୁକ୍ତି ସ୍ୱାକ୍ଷର ହୋଇଥିଲା ।
ଏବେ ନାଟୋ ସହିତ ଘନିଷ୍ଠତା ଏବଂ ବନ୍ଧୁତା ସ୍ଥାପନ କରିବାକୁ ଆରମ୍ଭ କରିଥିଲା ୟୁକ୍ରେନ୍ । ନାଟୋ ସହିତ ୟୁକ୍ରେନର ଭଲ ସମ୍ପର୍କ ଅଛି । ୧୯୪୯ ମସିହାରେ ତତ୍କାଳୀନ ସୋଭିଏତ୍ ୟୁନିଅନକୁ ମୁକାବିଲା କରିବା ପାଇଁ ନାଟୋ ଅର୍ଥାତ୍ 'ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ' ଗଠନ କରାଯାଇଥିଲା । ନାଟୋ ସହ ୟୁକ୍ରେନ୍ ସମ୍ପର୍କ ଋଷକୁ ବିଚଳିତ କରୁଥିଲା ।
ଆମେରିକା ଏବଂ ବ୍ରିଟେନ ସମେତ ବିଶ୍ୱର ୩୦ଟି ଦେଶ ନାଟୋର ସଦସ୍ୟ ଅଛନ୍ତି । ଯଦି କୌଣସି ଦେଶ ଆଉଏକ ତୃତୀୟ ଦେଶ ଉପରେ ଆକ୍ରମଣ କରେ, ତେବେ ନାଟୋର ସମସ୍ତ ସଦସ୍ୟ ଦେଶ ଏକଜୁଟ ହୋଇ ଏହାର ମୁକାବିଲା କରିଥାନ୍ତି । ଋଷ ଚାହୁଁଛି ନାଟୋ ନିଜକୁ ବିସ୍ତାର ନକରୁ । ଏହି ଦାବି ନେଇ ୟୁକ୍ରେନ୍ ସମେତ ପଶ୍ଚିମ ଦେଶଗୁଡ଼ିକ ଉପରେ ଋଷ ରାଷ୍ଟ୍ରପତି ପୁତିନ୍ ଚାପ ପକାଉଥିଲେ ।
ଶେଷରେ ଆମେରିକା ଏବଂ ଅନ୍ୟ ଦେଶର ପ୍ରତିବନ୍ଧକକୁ ଖାତିର ନକରି ଗୁରୁବାର ଦିନ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା ଋଷ । ତେବେ ଯୁଦ୍ଧରେ ୟୁକ୍ରେନକୁ ସମର୍ଥନ କରିବାକୁ ବର୍ତ୍ତମାନ ସୁଦ୍ଧା ନାଟୋ, ଆମେରିକା ଏବଂ ଅନ୍ୟ ଦେଶ ଗୁଡ଼ିକ ଘୋଷଣା କରିନାହାଁନ୍ତି ଋଷ ସେମାନେ ପରୋକ୍ଷରେ ୟୁକ୍ରେନକୁ ସାହାଯ୍ୟ କରୁଛନ୍ତି, ତେଣୁ ଏହି ଯୁଦ୍ଧ କ’ଣ ହେବ ତାହା କହିବା କଷ୍ଟକର । ଯଦି ୟୁରୋପ ଏବଂ ଆମେରିକୀୟ ଦେଶ ଯଦି ଋଷ ବିରୋଧରେ ମିଲିଟାରୀ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି, ତେବେ ସମଗ୍ର ଦେଶ ପାଇଁ ବିପଦ ସୃଷ୍ଟି କରିପାରେ ।
ଏହା ବି ପଢ଼ନ୍ତୁ: ଦେଶ ଛାଡିବାକୁ ମନା କଲେ ଜେଲେନସ୍କି, ଆମେରିକାକୁ କହିଲେ- ମୋତେ ହତିଆର ଦରକାର
ଏହା ବି ପଢ଼ନ୍ତୁ: ଆପଣଙ୍କ ଆଧାରକାର୍ଡରୁ କେତେ ଲୋକ ନେଇଛନ୍ତି SIM, ଏହି ସରକାରୀ ୱେବସାଇଟରୁ ପାଆନ୍ତୁ ତଥ୍ୟ