ଆପଣଙ୍କ ଆଧାରକାର୍ଡରୁ କେତେ ଲୋକ ନେଇଛନ୍ତି SIM, ଏହି ସରକାରୀ ୱେବସାଇଟରୁ ପାଆନ୍ତୁ ତଥ୍ୟ
Advertisement
Article Detail0/zeeodisha/odisha1108572

ଆପଣଙ୍କ ଆଧାରକାର୍ଡରୁ କେତେ ଲୋକ ନେଇଛନ୍ତି SIM, ଏହି ସରକାରୀ ୱେବସାଇଟରୁ ପାଆନ୍ତୁ ତଥ୍ୟ

କେବଳ ୯ ଟି ମୋବାଇଲ କନେକ୍ସନ ଗୋଟିଏ ବ୍ୟକ୍ତିଙ୍କୁ ଦିଆଯାଇପାରିବ। ଯଦି କାହା ପାଖରେ ଏହାଠାରୁ ଅଧିକ ସିମ କାର୍ଡ ଥାଏ ତେବେ ତାହାକୁ ବନ୍ଦ କରାଯାଇପାର। 

ଆପଣଙ୍କ ଆଧାରକାର୍ଡରୁ କେତେ ଲୋକ ନେଇଛନ୍ତି SIM, ଏହି ସରକାରୀ ୱେବସାଇଟରୁ ପାଆନ୍ତୁ ତଥ୍ୟ

ନୂଆଦିଲ୍ଲୀ: SIM କାର୍ଡର ଅନ ଅଥରାଇଜଡ୍ ମାମଲା ଭାରତରେ ବେଶ ଦ୍ରୁତଗତିରେ ମାଡ଼ିଚାଲିଛି। ଯାହା ଫଳରେ କାର୍ଡ ହୋଲ୍ଡର ଓ ସରକାର ଉଭୟଙ୍କୁ ସମସ୍ୟା ଭୋଗିବାକୁ ପଡ଼ିଥାଏ। ଏହାକୁ ନେଇ ଡିପାର୍ଟମେଣ୍ଟ ଅଫ୍ ଟେଲିକମ୍ୟୁନିକେସନ ଆଉ ଏକ ୱେବସାଇଟ ଜାରି କରିଛି। ଟେଲିକମ୍ୟୁନିକେସନ ବିଭାଗ   tafcop.dgtelecom.gov.in ପୋର୍ଟାଲ ଜାରି କରିଥିଲା। ଏଥିରୁ କେହି ବି ସର୍ଚ୍ଚ କରି ନିଜ ଆଧାରକାର୍ଡରେ କେତୋଟି ସିମ୍ କାର୍ଡ ଇସ୍ୟୁ କରାଯାଇଛି ତାହା ଜାଣିପାରିବେ। 

ଏହାବାଦ୍ ଅନ୍ ଅଥୋରାଇଜଡ୍ ସିମକୁ ବନ୍ଦ କରିବାକୁ ଅନୁରୋଧ ମଧ୍ୟ ଏହି ୱେବସାଇଟ (Website) ମଧ୍ୟରୁ ଜାରି କରାଯାଇପାରିବ। ଏହାର ଅର୍ଥ ପ୍ରଭାବିତ ୟୁଜର ନିଜ ନାଁରେ ଜାରି କରାଯାଇଥିବା ନମ୍ବରକୁ ବନ୍ଦ ମଧ୍ୟ କରିପାରିବେ। ସରକାରୀ ଗାଇଡଲାଇନ ଅନୁସାରେ, ଏବେ କେବଳ ୯ ଟି ମୋବାଇଲ କନେକ୍ସନ ଗୋଟିଏ ବ୍ୟକ୍ତିଙ୍କୁ ଦିଆଯାଇପାରିବ। ଯଦି କାହା ପାଖରେ ଏହାଠାରୁ ଅଧିକ ସିମ କାର୍ଡ ଥାଏ ତେବେ ତାହାକୁ ବନ୍ଦ କରାଯାଇପାର। 

Also Read: ସମସ୍ତଙ୍କ ମନରେ ପ୍ରଶ୍ନ, ଏତେ ଦେଶ ଥାଉ ଥାଉ ମେଡିକାଲ ପଢିବାକୁ କାହିଁକି ୟୁକ୍ରେନ ଯାଆନ୍ତି ଭାରତୀୟ?

ଆପଣଙ୍କୁ କହିରଖୁଛୁ ଯେ, ଟେଲିକମ୍ୟୁନିକେସନ ବିଭାଗ (Tele Communication) ର ଏହି ୱେବସାଇଟ୍ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶ ଗ୍ରାହକଙ୍କ ପାଇଁ ଉପଲବ୍ଧ। କୁହାଯାଉଛି ଯେ, ଭାରତରେ ଅନ୍ୟ ରାଜ୍ୟ ମାନଙ୍କର ମଧ୍ୟ ଏହି ନିୟମ ଜାରି କରାଯିବ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ କିଛି ସମୟ ଲାଗିପାରେ। ଆପଣଙ୍କ ନାଁରେ କେତେ ଲୋକ ସିମ୍ ନେଇଛନ୍ତି ତାହା ଜାଣିବାକୁ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶ ଗ୍ରାହକ ମାନେ ସର୍ବ ପ୍ରଥମେ DOT ର ୱେବସାଇଟ୍ https://tafcop.dgtelecom.gov.in/  ଖୋଲିବାକୁ ପଡ଼ିବ। ଏଥିରେ ଆପଣଙ୍କର ଆକ୍ଟିଭେଟ ନମ୍ବର ଦେବାକୁ ହେବ। 

Also Read: ଗହଣା କିଣିବାର ସୁବର୍ଣ୍ଣ ସୁଯୋଗ: ସୁନା-ରୁପା ଦରରେ ବଡ଼ ଧରଣର ହ୍ରାସ, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍

ଏହାପରେ ଆପଣଙ୍କ ନମ୍ବରକୁ ଏକ ଓଟିପି ଯିବ। ଏହାକୁ ୱେବସାଇଟ୍ ରେ ଦେଇ ଆପଣ ଭେରିଫାଏ କରିପାରିବେ। ଏହାପରେ ଆପଣଙ୍କୁ ସେ ସବୁ ନମ୍ବର ଦେଖାଯିବ ଯାହା ଆପଣଙ୍କ ଆଧାର ନମ୍ବରରେ ଜଡିତ ଥିବେ। ଯଦି ଆପଣ ଏଥିରୁ କୌଣସି ନମ୍ବର ବନ୍ଦ କରିବାକୁ ହେଲେ ୱେବସାଇଟରୁ ଅନୁରୋଧ କରିପାରିବେ।