COMMERCIAL BREAK
SCROLL TO CONTINUE READING

RBI on 500 Rupees Note: କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କ ପକ୍ଷରୁ କରାଯାଇଥିବା ବିମୁଦ୍ରାକରଣ ପରେ ଭାରତୀୟ ମୁଦ୍ରା ସମ୍ବନ୍ଧରେ ବିଭିନ୍ନ ଅନେକ ପ୍ରକାର ଖବର ଆସୁଛି। ଯଦି ଆପଣଙ୍କ ପାଖରେ ୫୦୦ ଟଙ୍କିଆ ନୋଟ୍ ରହିଛି, ତାହେଲେ ଏହି ଖବର ଆପଣଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଚଳିତ ବର୍ଷ ଫେବୃଆରୀ ୧ ତାରିଖରେ ସଂସଦରେ ଆଗତ ହେବାକୁ ଯାଉଛି ଆଗାମୀ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ। ହେଲେ କେନ୍ଦ୍ରୀୟ ବଜେଟ୍ ୨୦୨୩ ଆଗତ ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୫୦୦ ଟଙ୍କିଆ ନୋଟ୍ ସମ୍ପର୍କରେ ପ୍ରଦାନ କରାଯାଇଛି ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ।


ବର୍ତ୍ତମାନ ବଜାରରେ ଦୁଇ ପ୍ରକାରର ୫୦୦ ଟଙ୍କିଆ ନୋଟ  (Five Hundred Rupee Note) ଦେଖିବାକୁ ମିଳୁଛି। ଉଭୟ ନୋଟ ମଧ୍ୟରେ ସାମାନ୍ୟ ପାର୍ଥକ୍ୟ  ରହିଛି। ଏହି ଦୁଇ ପ୍ରକାରର ନୋଟ୍ ମଧ୍ୟରୁ ଗୋଟିଏ ପ୍ରକାର ନୋଟ ନକଲି ବୋଲି କୁହାଯାଉଛି। ସୋସିଆଲ ମିଡିଆ ମାଧ୍ୟମରେ ଏହାର ଭିଡିଓ ଭାଇରାଲ (Five Hundred Rupee Note Viral Video) ହେବାରେ ଲାଗିଛି। ଯେଉଁଥିରେ ଗୋଟିଏ ପ୍ରକାରର ୫୦୦ ଟଙ୍କିଆ ନୋଟ୍ ନକଲି (Duplicate 500 Rupees Note) ବୋଲି କୁହାଯାଉଛି।


ଭିଡିଓ ଜରିଆରେ ଏହା କୁହାଯାଉଛି ଯେ ଆପଣ ୫୦୦ ଟଙ୍କାର ସେପରି କୌଣସି ନୋଟ୍ ନେବା ଠିକ ନୁହେଁ, ଯେଉଁଥିରେ ସବୁଜ ଷ୍ଟ୍ରିପ୍ ଆରବିଆଇ ଗଭର୍ଣ୍ଣରଙ୍କ ଦସ୍ତଖତ କିମ୍ବା ଗାନ୍ଧିଜୀଙ୍କ ଫଟୋ ନିକଟ ଦେଇ ଯାଇଥାଏ। ଏହି ଭିଡିଓ ମାଧ୍ୟମରେ ଆହୁରି ମଧ୍ୟ କୁହାଯାଉଛି ଯେ ଗୋଟିଏ ପ୍ରକାର ନୋଟ୍ ହେଉଛି ନକଲି। 


ଦେଶରେ ପ୍ରଚଳିତ ହେଉଥିବା ୫୦୦ ଟଙ୍କିଆ ନୋଟ ବାବଦରେ ପ୍ରସାରିତ ହେଉଥିବା ଖବରର ସତ୍ୟତା ଉପରେ ଯାଞ୍ଚ କରିଥିଲା ଭାରତ ସରକାରଙ୍କ (Govt of India) ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ (Ministry of Information and Broadcasting) ଅଧିନସ୍ଥ ପ୍ରେସ ଇନଫରମେସନ ବ୍ୟୁରୋ (Press Information Bureau) ପିଆଇବି (PIB)। ଏନେଇ ହୋଇଥିବା ଯାଞ୍ଚ ପରେ ଏହି ଭିଡ଼ିଓ ସହ ଜଡ଼ିତ ସତ୍ୟତା ସାମ୍ନାକୁ ଆସିଛି।


ଯାଞ୍ଚ ପରେ ଏହା ଜଣାପଡିଛି ଯେ ଏହି ଭିଡିଓ ହେଉଛି ସମ୍ପୂର୍ଣ୍ଣ ନକଲି। ବଜାରରେ ବ୍ୟବହାର ହେଉଥିବା ଉଭୟ ପ୍ରକାରର ୫୦୦ ଟଙ୍କିଆ ନୋଟ୍ ହେଉଛି ଅସଲି। ଯଦି ଆପଣଙ୍କ ପାଖରେ କୌଣସି ପ୍ରକାରର ୫୦୦ ଟଙ୍କିଆ ନୋଟ୍ ରହିଛି, ତାହେଲେ ଆପଣ ଆଦୌ ବ୍ୟତିବ୍ୟସ୍ତ ହୋଇପଡନ୍ତୁ ନାହିଁ। ଉଭୟ ପ୍ରକାରର ୫୦୦ ଟଙ୍କିଆ ନୋଟ୍ ବୈଧ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।


ଯଦି ଆପଣଙ୍କୁ ଏଭଳି କୌଣସି ବାର୍ତ୍ତା ଆସୁଛି, ତାହେଲେ ଆପଣ ଆଦୌ ଚିନ୍ତା କରନ୍ତୁ ନାହିଁ। ଏପରି ନକଲି ବାର୍ତ୍ତା କାହା ସହିତ ଅଂଶୀଦାର କରନ୍ତୁ ନାହିଁ। ଏହା ବ୍ୟତୀତ, ଆପଣ ଯେକୌଣସି ଖବରର ସତ୍ୟତା ମଧ୍ୟ ଯାଞ୍ଚ କରିପାରିବେ। ଏନେଇ ଆପଣଙ୍କୁ ଅଫିସିଆଲ୍ ଲିଙ୍କ୍ https://factcheck.pib.gov.in/ ପରିଦର୍ଶନ କରିବାକୁ ହେବ। ଏହା ବ୍ୟତୀତ ଆପଣ ଏସମ୍ପର୍କିତ କୌଣସି ଭିଡିଓ ହ୍ୱାଟ୍ସ ଆପ୍ ନମ୍ବର +୯୧୮୭୯୯୭୧୧୨୫୯ କିମ୍ବା 
ଇମେଲ୍: pibfactcheck@gmail.com ପାଖକୁ ପଠାଇ ସତ୍ୟତା ଜାଣିପାରିବେ।