Rupee vs Dollar, ନୂଆଦିଲ୍ଲୀ: ଲଗାତର ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବାରେ ଲାଗିଛି। ଶନିବାର ଡାଲାର ତୁଳନାରେ ଭାରତୀୟ ମୁଦ୍ରା ସର୍ବକାଳୀନ ରେକର୍ଡ ଭାଙ୍ଗି ୮୧.୨୦ ଟଙ୍କା ଟପିଛି। ସେୟାର ବଜାରରେ ଏହା ୮୦.୭୫ରୁ ୮୧.୨୫ ଟଙ୍କାରେ କାରବାର କରୁଥିଲା। ଗତ ମାସକ ମଧ୍ୟରେ ଭାରତୀୟ ମୂଦ୍ରା ପ୍ରାୟ ଅଢେଇ ଟଙ୍କା ପତଳା ହୋଇଛି। ତେବେ ଡଲାର ତୁଳନାରେ ଟଙ୍କାରର ମୂଲ୍ୟ ହ୍ରାସକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଜବ ଯୁକ୍ତି ବାଢିଛନ୍ତି। ଅନ୍ୟ ଦେଶ ତୁଳନାରେ ଟଙ୍କାର ସ୍ଥିତ ଭଲ ଅଛି ବୋଲି ମନ୍ତ୍ରୀ କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଶନିବାର ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଗଡ଼ କୁହାଯାଉଥିବା ପୁଣେରେ ଗଣମାଧ୍ୟମକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଆମେରିକୀୟ ଡଲାର ତୁଳନାରେ ଅନ୍ୟ ଦେଶର ମୁଦ୍ରା ଅପେକ୍ଷା ଟଙ୍କା ବହୁତ ଭଲରେ ରହିଛି। ରିଜର୍ଭ ବ୍ୟାଙ୍କ ଏବଂ ଅର୍ଥ ମନ୍ତ୍ରଣାଳୟ ଏହା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, "ଯଦି କୌଣସି ମୁଦ୍ରା ନିଜର ସ୍ଥିତି ବଜାୟ ରଖିଛି ଏବଂ ଅନ୍ୟ ମୁଦ୍ରା ତୁଳନାରେ ଅସ୍ଥିର ହୋଇନାହିଁ କିମ୍ବା ଅସ୍ଥିରତାକୁ ଆସିନାହିଁ ତେବେ ତାହା ହେଉଛି ଭାରତୀୟ ଟଙ୍କା। ଆମେ ବହୁତ ଭଲ ଭାବରେ ଏହାକୁ ନିୟନ୍ତ୍ରଣ କରିଛୁ।" ଅନ୍ୟ ଦେଶର ମୁଦ୍ରା ତୁଳନାରେ ଟଙ୍କାର ସ୍ଥିତି କଣ ରହିଛି, ତାହାକୁ ମଧ୍ୟ ଆମକୁ ଦେଖିବାକୁ ପଡିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। 


Also Read: ଋଷ ପାଇଁ ଭାରତ ଠାରୁ ପ୍ରତିଶୋଧ ନେବାକୁ ଆମେରିକା ପାକିସ୍ତାନ ପାଇଁ ନେଲା ଏହି ବଡ଼ ପଦକ୍ଷେପ!


ବିଶେଷଜ୍ଞଙ୍କ ଅନୁଯାୟୀ, ଚଳିତ ବର୍ଷ ପ୍ରାରମ୍ଭରେ ୟୁକ୍ରେନ ଉପରେ ଋଷର ଆକ୍ରମଣ ଦ୍ୱାରା ସୃଷ୍ଟି ହୋଇଥିବା ଭୌଗୋଳିକ, ରାଜନୈତିକ ତିକ୍ତତା ଠାରୁ ଆରମ୍ଭ କରି ବିଶ୍ୱର ପଜିଟିଭ୍ ଡେଭଲ୍ପମେଣ୍ଟର ଅବନତି ଘଟିଛି। ଏହି ଯୁଦ୍ଧ ଯୋଗୁଁ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେଲା ଏବଂ ବିକଶିତ ଦେଶ ଗୁଡିକରେ ମୁଦ୍ରାସ୍ଫୀତି ରେକର୍ଡ ବୃଦ୍ଧି ପାଇଲା। ଏହାର ପ୍ରଭାବ ମୁଦ୍ରା ଉପରେ ମଧ୍ୟ ଦେଖିବାକୁ ମିଳିଛି। ଗୁରୁବାର ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୮୦.୭୯ ଟଙ୍କା ଥିଲା। ସେହିପରି ଶୁକ୍ରବାର ଏହା ୮୧.୦୯ ଟଙ୍କୁକୁ ବୃଦ୍ଧି ପାଇଲା, ଶନିବାର ବେଳକୁ ତାହା ୮୧.୨୨ ଟଙ୍କାକୁ ଟପିଲା। ସେପଟେ ଡଲାର ରୂପୀ ରାକ୍ଷସ ମୁହଁରୁ ଭାରତୀୟ ମୁଦ୍ରାକୁ ରକ୍ଷା କରିବା ପାଇଁ ରିଜର୍ଭ ବ୍ୟାଙ୍କ କୋଟି କୋଟି ଡଲାର ଖର୍ଚ୍ଚ କରିଛି।


ଅନ୍ୟପଟେ ସିଆର ଫରେକ୍ସର ପରାମର୍ଶଦାତାଙ୍କ କହିବା ହେଲା, ଗତ ମାସକରେ ଡଲାର ତୁଳନାରେ ଭାରତୀୟ ମୁଦ୍ରା ପ୍ରାୟ ୨.୫ ଟଙ୍କା ଦୁର୍ବଳ ହୋଇଛି। ଏହି ନିହାତି ଭାବେ ଏକ ଚିନ୍ତାର ବିଷୟ। ରିଜର୍ଭ ବ୍ୟାଙ୍କ ଏହାକୁ ଅଟକାଇବାକୁ ବିଭିନ୍ନ ସ୍ୱଳ୍ପ ମିଆଦି ଯୋଜନା ଆଣିଛି। ଆଶାକରାଯାଉଛି ଏହା ସଫଳ ହେବ। ତଥାପି ବଜାର ଅନିୟନ୍ତ୍ରୀତ ରୁହେ ତେବେ ଭାରତୀୟ ମୁଦ୍ରା ଆହୁରି ସାମାନ୍ୟ ପତଳା ହେବ, ଆଉ ନିକଟ ଭବିଷ୍ୟତରେ ଡଲାର ତୁଳନାରେ ଏହା ୮୧.୮୦ ଟଙ୍କା କିମ୍ବା ୮୨ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ଅଛି।