ଲକ୍ଷ୍ନୌ: ଶୁକ୍ରବାର ବିଜେପି ପଛୁଆବର୍ଗ ମୋର୍ଚ୍ଚା ଦ୍ୱାରା ଆୟୋଜିତ ହୋଇଥିବା ସାମାଜିକ ପ୍ରତିନିଧି ସମ୍ମିଳନୀ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ବିରୋଧି ଦଳକୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଆତଙ୍କବାଦ ପ୍ରସଙ୍ଗରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ବିରୁଦ୍ଧରେ ବର୍ଷିଛନ୍ତି।


COMMERCIAL BREAK
SCROLL TO CONTINUE READING

ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ୟୁପି ମଖ୍ୟମନ୍ତ୍ରୀ ଯୋଗୀ ବିରୋଧିଙ୍କ ଉଦ୍ଦେଶ୍ୟରେ ଟାର୍ଗେଟ କରି କହିଛନ୍ତି ରାଜ୍ୟରେ ସମାଜବାଦୀ ପାର୍ଟି (Samajwadi Party) ଏସପି (SP) ସରକାର କ୍ଷମତାସୀନ ଥିବା ସମୟରେ ହିନ୍ଦୁଙ୍କ (Hidnu) ବିରୁଦ୍ଧରେ ମିଥ୍ୟା ମାମଲା ରୁଜୁ କରାଯାଉଥିଲା। ରାମ ଭକ୍ତଙ୍କ (Devotee of Ram) ଉପରେ ଗୁଳମାଡ କରାଯିବା ସହ ଆତଙ୍କବାଦୀଙ୍କ ଆରତୀ କରାଯାଇଥିଲା। ଯେତେବେଳେ ଆମ ସରକାର ଗଠନ ହେଲା ସେତେବେଳେ ଆମର ପ୍ରଥମ କାର୍ଯ୍ୟ କୃଷକଙ୍କ ଋଣ ଛାଡ ପାଇଁ ହୋଇଥିଲା। ହେଲେ ୨୦୧୨ ନିର୍ବାଚନରେ ରାଜ୍ୟରେ ସମାଜବାଦୀ ପାର୍ଟି ସରକାର ଗଠନ ହେବା ପରେ ପ୍ରଥମ କାର୍ଯ୍ୟ ଭାବେ ଆତଙ୍କବାଦୀଙ୍କ ମାମଲା ପ୍ରତ୍ୟାହାର କରିବା କାର୍ଯ୍ୟ ହୋଇଥିଲା।


Also Read: ସୁରକ୍ଷାରେ ଫାଟ, ରିଭଲଭର ସହ କାର୍ଯ୍ୟକ୍ରମରେ ପହଞ୍ଚିଲେ ଜଣେ ବ୍ୟକ୍ତି; ୪ ପୋଲିସ ନିଲମ୍ବିତ


ଯେତେବେଳେ ରାଜ୍ୟରେ ସମାଜବାଦୀ ପାର୍ଟି ସହ ବହୁଜନ ସମାଜ ପାର୍ଟି (Bahujan Samaj Party) ବିଏସପି (BSP), କଂଗ୍ରେସ (Congress) ସରକାର ଗଠିତ ହେଉଥିଲା ସେତେବେଳେ କେବଳ ପରିବାର ଚିନ୍ତା କରାଯାଉଥିଲା। ସେମାନେ ଆତଙ୍କବାଦୀଙ୍କ ପାଇଁ କାମ କରୁଥିଲେ। ଯାହାକୁ ସମାଜବାଦୀ ପାର୍ଟି ସରକାର ରାଜ୍ୟରେ କ୍ଷମତାସୀନ ହେବା ପରେ କାର୍ଯ୍ୟକାରୀ କରିଥିଲା। ୧୯୫୨ ମସିହାରେ ଜାମୁ କାଶ୍ମୀରରେ ୩୭୦ ଧାରା ଲଗାଇ ସେଠାରେ ଆତଙ୍କବାଦ ରୋପଣ କରିଥିଲା କଂଗ୍ରେସ। 


ରାଜ୍ୟରେ ଏସପି-ବିଏସପି ସରକାର କ୍ଷମତାସୀନ ଥିବା ସମୟରେ ମଠ ମନ୍ଦିର ଉପରେ ଆକ୍ରମଣ କରାଯାଉଥିଲା। ଉଭୟ ଦଳର କର୍ମକର୍ତ୍ତା ପୋଲିସ ଥାନା, ତହସିଲ କାର୍ଯ୍ୟାଳୟରେ ଲୁଟପାଟ କରୁଥିଲେ। ସେତେବେଳେ ତହସିଲ ପୁରା  ବିକ୍ରି ହୋଇଯାଇଉଥିଲା। ଆସନ୍ତା ବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ବିଜେପି ସପକ୍ଷରେ ଜନସମର୍ଥନ ହାତେଇବା ଲାଗି ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ବିଜେପି ସରକାର କ୍ଷମତାସୀନ ହେଲେ ରାଜ୍ୟରେ ଦଙ୍ଗା କରିବାକୁ କେହି ସାହସ କରିପାରିବେ ନାହିଁ। କୌଣସି ମାଫିଆ ଜମି ଦଖଲ କରିପାରିବେ ନାହିଁ। ଯଦି ସେମାନେ ଏହା କରନ୍ତି ତାହେଲେ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଲୋକେ ଦେଖିବେ। 


ଶୁକ୍ରବାର ବିଜେପି ପଛୁଆବର୍ଗ ମୋର୍ଚ୍ଚା (BJP OBC Morcha) ଦ୍ୱାରା ଆୟୋଜିତ ହୋଇଥିବା ସାମାଜିକ ପ୍ରତିନିଧି ସମ୍ମିଳନୀ କାର୍ଯ୍ୟକ୍ରମରେ ଚୌହାନ ସମାଜକୁ ସମ୍ବୋଧିତ କରି ସେମାନଙ୍କୁ କହିଥିଲେ ଦେଶ ସ୍ୱାଧିନ ହେବା ପରେ କାହିଁକି କୌଣସି ରାଜ୍ୟପାଳ ତାଙ୍କ ସମାଜରୁ ହୋଇପାରିବେ ନାହିଁ। ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଫାଗୁ ଚୌହାନ ଚୌହାନ ସମାଜରୁ ପ୍ରଥମ ରାଜ୍ୟପାଳ ହୋଇଥିଲେ। ଦାରା ସିଂହ ଚୌହାନ ଗତ ସାଢେ ୪ ବର୍ଷ ଧରି ଜଣେ ମନ୍ତ୍ରୀ ଭାବେ ରାଜ୍ୟ ପାଇଁ ନିରନ୍ତର ଭାବରେ କାର୍ଯ୍ୟ କରିଆସୁଛନ୍ତି। ଚୌହାନର ସମାଜର ପ୍ରଭାସ ଚୌହାନଙ୍କୁ ପଛୁଆ ବର୍ଗ ଆୟୋଗ ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ପୂର୍ବରୁ ଆସିଥିବା ସରକାର ପଛୁଆ ବର୍ଗ ଆୟୋଗ କାହିଁକି ସାମ୍ବିଧାନିକ ମାନ୍ୟତା ପ୍ରଦାନ କରିନଥିଲେ ତାହାର ଜବାବ ରଖି ସେ କହିଛନ୍ତି ଆମ ପୂର୍ବରୁ ଆସିଥିବା ସରକାରଙ୍କ ଉଦ୍ଦେଶ୍ୟ ଖରାପ ଥିଲା। ସେ ଚାହୁଁ ନଥିଲେ ଯେ ଦଳିତ, ପଛୁଆ ଏବଂ ଗରିବ ଲୋକେ ସୁବିଧା ପାଇବା ଆବଶ୍ୟକ। ଏହି ସରକାର ପ୍ରତ୍ୟେକ ଘରକୁ କେବଳ ରୋଗ ଦେଇଥିଲେ।


Also Read: ଆସନ୍ତା ବିଧାନସଭା ନିର୍ବାଚନରେ ହାରିଲେ ଇଭିଏମକୁ ଦୋଷ ଦେବେ ବିରୋଧି: UP CM Yogi


ରାଜ୍ୟ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଏବଂ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ସେମାନେ ଆଜମଗଡ ସାଂସଦ ହୋଇଥିବାବେଳେ କୌଣସି ବିକାଶମୂଳକ କାର୍ଯ୍ୟ କରାଯାଇନାହିଁ। ଯଦି ୧୯୯୦ ଦଶକରେ ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ରହିଥାନ୍ତା ତାହେଲେ କେବେ ରାମ ଭକ୍ତଙ୍କ ଉପରକୁ ଗୁଳି ଚଳାଯାଇଥାନ୍ତା। ଯେଉଁମାନେ ରାମ ଭକ୍ତଙ୍କ ଉପରେ ଗୁଳି ଚଳାଇଛନ୍ତି ସେମାନଙ୍କୁ ଆପଣ କ୍ଷମା କରିପାରିବେ ହେଲେ ପ୍ରଭୁ ରାମ କେବେ କ୍ଷମା କରିବେ ନାହିଁ। ଅଯୋଧ୍ୟା ଠାରେ ରାମ ମନ୍ଦିର ନିର୍ମାଣ ଆମ ପାଇଁ ଗର୍ବର ମୁହୂର୍ତ୍ତ। ଅଯୋଧ୍ୟାରେ ପ୍ରଭୁ ରାମଙ୍କ ମନ୍ଦିର ନିର୍ମାଣ ହେଉଛି ୧୩୫ କୋଟି ଭାରତୀୟଙ୍କ ପାଇଁ ବିଶ୍ୱ ଆଗରେ ମୁଣ୍ଡ ଉଠାଇବା ପାଇଁ ଏକ ସୁଯୋଗ।


Also Read: CM Yogi ଙ୍କ ଆଶୀର୍ବାଦ ନେଲେ ବିଦ୍ରୋହୀ SP ପ୍ରାର୍ଥୀ; ମିଳିପାରେ ଏହି ପଦବୀ


ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ରାଜ୍ୟରେ ବିଜେପି ସରକାର ଗଠିତ ହେବା ପରେ ଗୋଟିଏ ପରେ ଗୋଟିଏ ପ୍ରତିଶ୍ରୁତି ପାଳନ କରୁଛି। ଅନ୍ୟପଟେ ଆପଣଙ୍କର ମଧ୍ୟ ଦାୟିତ୍ୱ ରହୁଛି ଯେ ଆପଣ ପ୍ରତ୍ୟେକ ପରିବାରକୁ ଯାଇ କୁହନ୍ତୁ ଦେଶର ସ୍ୱାର୍ଥ ରକ୍ଷା ପାଇଁ ବିଜେପି ଆବଶ୍ୟକ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ ପ୍ରଶଂସା କରି ୟୁପି ମୁଖ୍ୟମନ୍ତ୍ରୀ କହିଛନ୍ତି କୋରୋନା ମହାମାରୀ ସମୟରେ ଏସପି-କଂଗ୍ରେସ ନେତା ଲୋକଙ୍କୁ ବିଭ୍ରାନ୍ତ କରିବା କାର୍ଯ୍ୟରେ ଲାଗିଥିଲେ। ବିଜେପି ଆସ୍ଥାକୁ ସମ୍ମାନ କରେ ଏବଂ ବୃତ୍ତିଗତ ମାଫିଆ ତଥା ଅପରାଧିଙ୍କ ବିରୁଦ୍ଧ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବ୍ୟତୀତ ଦଙ୍ଗା ମୁକ୍ତ ରାଜ୍ୟ ସୃଷ୍ଟି କରେ।