ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା କେତେ ମଜବୁତ ତାହାର ଉଦାଦରଣ ସାମ୍ନାକୁ ଆସିଯାଇଛି। ରାଜ୍ୟର ବସ୍ତି ଜିଲ୍ଲାର ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏକ କାର୍ଯ୍ୟକ୍ରମ ପୂର୍ବରୁ ଜଣେ ବ୍ୟକ୍ତି ଲାଇସେନ୍ସପ୍ରାପ୍ତ ରିଭଲଭର ସହିତ ଅଡିଟୋରିୟମକୁ ପ୍ରବେଶ କରିଥିଲେ। ଯାହାକୁ ସେଠାରେ ନିୟୋଜିତ ହୋଇଥିବା ପୋଲିସ ସର୍କଲ ଅଫିସର ଦେଖିବା ପରେ ତାକୁ ଅଡିଟୋରିୟମରୁ ବାହାର କରାଯାଇଥିଲା।


COMMERCIAL BREAK
SCROLL TO CONTINUE READING

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ (UP CM Yogi) ସୁରକ୍ଷା ବ୍ୟବସ୍ଥାରେ ଫାଟ ଥିବା ନେଇ ଜଣାପଡିବା ପରେ ରାଜ୍ୟ ପୋଲିସ ପ୍ରଶାସନରେ (UP Police Adminstration) କମ୍ପନ ସୃଷ୍ଟି ହୋଇଥିଲା। ଏଭଳି ଘଟଣାରେ କାର୍ଯ୍ୟରେ ଅବହେଳା କରିବା ଅଭିଯୋଗ ୪ ଜଣ ପୋଲିସ କର୍ମଚାରୀଙ୍କୁ (UP Police Staff) ନିଲମ୍ବିତ କରାଯାଇଛି। ଏହା ବ୍ୟତୀତ ୩ ଜଣ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚିଠି ଲେଖାଯାଇଛି।


Also Read: ଆସନ୍ତା ବିଧାନସଭା ନିର୍ବାଚନରେ ହାରିଲେ ଇଭିଏମକୁ ଦୋଷ ଦେବେ ବିରୋଧି: UP CM Yogi


ଏ ଘଟଣାରେ ପ୍ରତିକ୍ରିୟା ରଖି ବସ୍ତି ପୋଲିସ ଏସପି (Basti Police SP) ଆଶିଷ ଶ୍ରୀବାସ୍ତବ କହିଛନ୍ତି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଏକ ଭିଆଇପି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ପହଞ୍ଚିବାର ପ୍ରାୟ ୪୫ ମିନିଟ୍ ପୂର୍ବରୁ ଲାଇସେନ୍ସପ୍ରାପ୍ତ ରିଭଲଭର ନେଇ ଜଣେ ବ୍ୟକ୍ତି ଅଡିଟୋରିୟମ ମଧ୍ୟକୁ ପ୍ରବେଶ କରିଥିଲେ। ସେଠାରେ ଡ୍ୟୁଟିରେ ନିୟୋଜିତ ହୋଇଥିବା ସର୍କଲ ଅଫିସର (UP Police Circle Officer) ସମ୍ପୃକ୍ତ ବ୍ୟକ୍ତିକୁ ଦେଖିବା ପରେ ତାକୁ ଅଡିଟୋରିୟମ୍ ପରିସରରୁ ବାହାର କରିଦେଇଥିଲେ। ରିଭଲଭର ନେଇ ଆସିଥିବା ବ୍ୟକ୍ତିକୁ ଚିହ୍ନଟ କରାଯାଇଛି।


Also Read: CM Yogi ଙ୍କ ଆଶୀର୍ବାଦ ନେଲେ ବିଦ୍ରୋହୀ SP ପ୍ରାର୍ଥୀ; ମିଳିପାରେ ଏହି ପଦବୀ


ଏନେଇ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ଏ ଘଟଣାରେ ବସ୍ତି ଜିଲ୍ଲାରେ ନିୟୋଜିତ ହୋଇଥିବା ୪ ପୋଲିସ କର୍ମଚାରୀଙ୍କ ସମେତ ମୋଟ ୭ ଜଣ ପୋଲିସ କର୍ମଚାରୀଙ୍କ ଅବହେଳ ରହିଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୨ ସିଦ୍ଧାର୍ଥନଗର ଠାରେ ଏବଂ ଜଣେ ସନ୍ଥ କବୀର ନଗର ଠାରେ ନିଯୁକ୍ତ କରାଯାଇଥିଲା। ବସ୍ତି ଜିଲ୍ଲାରେ ପୋଷ୍ଟିଂ କରାଯାଇଥିବା ୪ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ବାକି ୩ ଜଣଙ୍କ ସମ୍ପର୍କରେ ଏସପିଙ୍କୁ ରିପୋର୍ଟ ପଠାଯାଇଛି। ଯେଉଁମାନଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।