ନୂଆଦିଲ୍ଲୀ: ଯେଉଁଠାରେ ଗୋଟେପଟେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି ସେହିପରି ଏବେ ସବୁ ଦଳ ନିଜ ନିଜ ରଣ ପ୍ରସ୍ତୁତ କରିଛନ୍ତି। କିଏ ନିର୍ବାଚନରେ ବାଜି ମାରିବ ତାହା ତ ନିର୍ବାଚନ ଫଳାଫଳ ବାହାରିବା ପରେ ଜଣାପଡ଼ିବ।  ଆଉ ସେହି କ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଗୋରଖପୁରରୁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରଧାନମନ୍ତ୍ରୀ ମୋଦି ଯୋଗୀଙ୍କ କାମକୁ ବହୁତ ପସନ୍ଦ କରୁଥିବା ମଧ୍ୟ ଚର୍ଚ୍ଚା ହୁଏ। 


COMMERCIAL BREAK
SCROLL TO CONTINUE READING

କିନ୍ତୁ କେବେ ଭାବିଛନ୍ତି ଏହି ଦୁହିଁଙ୍କ ମଧ୍ୟରେ ସବୁଠାରୁ ଧନବାନ ବା କୋଟିପତି କିଏ। ନିର୍ବାଚନ ପୂର୍ବରୁ ନାମାଙ୍କନ ଭରିବା ବେଳେ ଯେଉଁ ଫଲକନାମା ବା ସମ୍ପତ୍ତି ତାଲିକା ଦିଆଯାଏ ସେଥିରେ ସମ୍ପତ୍ତି ସହ ପୁରୁଣା ଦସ୍ତାବିଜ୍ ଓ କ୍ରାଇମ ରେକର୍ଡର ସୂଚନା ମଧ୍ୟ ଦିଆଯାଇଥାଏ। ଏହି କାରଣରୁ ପ୍ରାର୍ଥୀଙ୍କ ପାଖରେ କେତେ ସମ୍ପତ୍ତି ରହିଛି ସେସବୁ ତାଲିକାର ଖୁଲାସା ହୋଇଥାଏ। ତେବେ ଲୋକଙ୍କ ମନରେ ଏ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ (Uttar Pradesh Chief Minister) ଯୋଗୀ ଆଦିତ୍ୟନାଥ (Yogi Adityanath) ଓ ଦେଶର ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ସବୁଠାରୁ କୋଟିପତି କିଏ? 


୨୦୧୭ ମସିହାରେ ପ୍ରକାଶ ପାଇଥିବା ଯୋଗୀ (Yogi Adityanath) ଙ୍କ ସମ୍ପତ୍ତି ତାଲିକା...


  • ୨୦୧୭ ନିର୍ବାଚନରେ ଦେଇଥିବା ସୂଚନା ମୁତାବକ ଯୋଗୀଙ୍କ ପାଖେ ୩୧ ଲକ୍ଷ ଟଙ୍କା ଥିଲା।

  • ଯୋଗୀଙ୍କ ପାଖେ ଥିଲା ୨ଟି SUV ।

  • ୨୦୧୭ ରେ ନିର୍ବାଚନ ପୂର୍ବରୁ ଦେଇଥିବା ଆଫିଡେବିଟ୍ ଅନୁସାରେ ତାଙ୍କ ସମ୍ପତ୍ତିର ମୂଲ୍ୟ ୯୫, ୯୮, ୦୫୩.୪୧ ଟଙ୍କା ଥିଲା।

  • ସେହିପରି ୨୦୧୪ ରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ୭୨, ୧୭, ୬୭୪, ୧୪ ଟଙ୍କା ଥିଲା।

  • ତିନିବର୍ଷରେ ସିଏମଙ୍କ ସମ୍ପତ୍ତି ୩୨ ପ୍ରତିଶତ ବଢିଥିଲା। 

  • ୨୦୧୭ରେ ଦେଇଥିବା ନିର୍ବାଚନୀ ଆଫିଡେବିଟ୍ ଅନୁସାରେ, ଯୋଗୀଙ୍କ ପାଖେ ଏକ ୨୦ ଗ୍ରାମର ୪୯ ହଜାର ଟଙ୍କାର କାନର କୁଣ୍ଡଳ ଓ ୧୦ ଗ୍ରାମ ଓଜନର ସୁନାର ଚେନ ମଧ୍ୟ ରହିଛି। 

  • ଯୋଗୀଙ୍କ ପାଖେ ଏକ ରିଭଲବର ଓ ଏକ ରାଇଫଲ ଅଛି ଯାହାର ମୂଲ୍ୟ କ୍ରମଶଃ-୧ ଲକ୍ଷ ଓ ୮୦ ହଜାର ଟଙ୍କା ରହିଛି। 

  • ଯୋଗୀଙ୍କ ନାଁରେ କୌଣସି ଠକେଇ ମାମଲା ନାହିଁ।

  • ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିରୁଦ୍ଧରେ ୮ଟି ମାମଲା ରୁଜୁ ହୋଇଛି। 


ପିଏମ ମୋଦି (Pm Narendra Modi) ଙ୍କ ସମ୍ପତ୍ତି ତାଲିକା


  • ପ୍ରଧାନମନ୍ତ୍ରୀ ମୋଦିଙ୍କ ୱେବସାଇଟରେ ଜାରି ୨୦୨୧ ସେପ୍ଟେମ୍ବର ସୁଦ୍ଧା ଆକଳନ ଅନୁସାରେ ତାଙ୍କର ନେଟୱର୍ଥ ୩ ହଜାର ୧୦୭ କୋଟି ଟଙ୍କା ପାଖାପାଖି ।

  • ବର୍ଷ ୨୦୨୧ ରେ ଥିଲା ୨.୮୫ କୋଟି ଟଙ୍କା ।

  • ମୁଖ୍ୟତଃ- SBI ର FD କାରଣରୁ ତାଙ୍କ ସମ୍ପତ୍ତିରେ ବୃଦ୍ଧି ଦେଖିବାକୁ ମିଳିଥିଲା।

  • ୩୧ ମାର୍ଚ୍ଚ ୨୦୨୧  ରେ ଏଥିରେ ଥିଲା ୧.୮୬ କୋଟି ଟଙ୍କାର ଜମାରାଶି।

  • ଗତବର୍ଷ ଏହି ଜମାରାଶି ୧.୬ କୋଟି ଟଙ୍କା ।

  • ୩୧ ମାର୍ଚ୍ଚ, ୨୦୨୧ ରେ ତାଙ୍କ ବ୍ୟାଙ୍କ ବାଲାନ୍ସ ୧.୫ ଲକ୍ଷ ଟଙ୍କା ଥିଲା ଓ ନଗଦ ଥିଲା ୩୬ ହଜାର ଟଙ୍କା।

  • ପ୍ରଧାନମନ୍ତ୍ରୀ ମୋଦିଙ୍କ ଷ୍ଟକ୍ ମାର୍କେଟ ଓ ମ୍ୟୁଚାଲ ଫଣ୍ଡରେ କୌଣସି ନିବେଶ ନାହିଁ ।

  • ନ୍ୟାସନାସ ସେଭିଂସ୍ ସାର୍ଟିଫିକେଟରେ ୮, ୯୩ ହଜାର ୨୫୧ ଟଙ୍କା ଥିଲା

  • ସେହିପରି ଲାଇଫ୍ ଇନ୍ସୁରାନ୍ସ ପଲିସିରେ ୧,୫୦, ୯୫୭ ଟଙ୍କା

  • ଅନ୍ୟପଟେ ଏଲ ଆଣ୍ଡଟି ଇନଫ୍ରାଷ୍ଟ୍ରକଚର୍ ବଣ୍ଡସ୍ ରେ ୨୦ ହଜାର ଟଙ୍କା ନିବେଶ କରିଥିଲେ।