UP govt : ଚାକିରୀ ପାଇଁ ଇଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର।ଆଗାମୀ ୩ ବର୍ଷ ମଧ୍ୟରେ  ୫୦ ହଜାର ନୂଆ ଚାକିରି ସହିତ ୫ରୁ ୭ ଲକ୍ଷ ଲୋକଙ୍କୁ ରୋଜଗାର ଦେବାକୁ ସରକାରି କ୍ଷେତ୍ରରେ ଆଲୋଚନା କରୁଥିବା ଜଣାପଡ଼ିଛି । ତେବେ  ଉତ୍ତର ପ୍ରଦେଶର ଯୋଗୀ ସରକାର ଏହାକୁ ନେଇ ଦାବି କରିଛନ୍ତି । 


COMMERCIAL BREAK
SCROLL TO CONTINUE READING

ନୋଏଡାରେ ଉତ୍ତର ପ୍ରଦେଶ ସରକାର ପ୍ରୋଜେକ୍ଟ ଫିଲ୍ମ ସିଟି ଉପରେ କାମ ଆରମ୍ଭ କରିବାକୁ ଯାଉଛନ୍ତି ।ଏହି ବଡ଼ ପ୍ରୋଜେକ୍ଟକୁ ନେଇ ଶୁକ୍ରବାର ସରକାର କହିଛନ୍ତି ଯେ, ନୋଏଡା ଅନ୍ତରାଷ୍ଟ୍ରୀୟ ଫିଲ୍ମ ସିଟି ପରିଯୋଜନାର ନିର୍ମାଣ କାର୍ଯ୍ୟ ଆଗାମୀ ୬ ମାସ ମଧ୍ୟରେ ଆରମ୍ଭ ହେବା ନେଇ ଲକ୍ଷ୍ୟ ରଖାଯାଇଛି । ଏଥିରେ ୫୦ ହଜାର ନୂଆ ଚାକିରି ସୃଷ୍ଟି ହେବ । ଏହାଛଡ଼ା ପାଖାପାଖି ୭ ଲକ୍ଷ ଅପ୍ରତ୍ୟାଶିତ ଭାବେ ଲାଭବାନ ହେବେ । ଫିଲ୍ମ ନିର୍ମାତା ବୋନି କପୁର ଏବଂ ରିୟଲ ଇଷ୍ଟେଟ୍‌ ଡେଭଲପର୍‌ ଆଶିଷ ଭୁଟାନିଙ୍କ ଦ଼୍ବାରା ସମର୍ଥିତ ଗଠଯୋଡ଼ ବେଭ୍‌ୟୁ ପ୍ରୋଜେକ୍ଟ ଫିଲ୍ମ ସିଟିର ବିକାଶ ପାଇଁ ଉତ୍ତର ପ୍ରଦେଶ ସରକାରଙ୍କ ଯମୁନା ଏକ୍ସପ୍ରେସ  ଉଦ୍ୟୋଗିକ ବିକାଶ ପ୍ରଧିକରଣ ସହିତ ଏକ ବୁଝମଣା ପତ୍ର ସ଼୍ବାକ୍ଷର କରିଛନ୍ତି ।