ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ କୋରୋନା ମହାମାରୀ ସଂକ୍ରମଣରେ ଏବେ ଧିରେ ଧିରେ ବ୍ରେକ ଲାଗିବାରେ ଲାଗିଛି । ଆଉ ଏହାକୁ ନଜରରେ ରଖି ଧିରେ ଧିରେ ଲକଡାଉନ ପର୍ଯ୍ୟାୟ ଆକାରରେ ଖୋଲିବାକୁ ପ୍ରସ୍ତୁତ ହେଉଛନ୍ତି ଯୋଗୀ ସରକାର । ରାଜ୍ୟ ସରକାର ୫ ଜୁଲାଇରୁ କୋଭିଡ ପ୍ରୋଟୋକଲ ଅନୁସାରେ ଷ୍ଟାଡିୟମ ସହ ସିନେମା ହଲ ଖୋଲିବାକୁ ଯାଉଛି ।


COMMERCIAL BREAK
SCROLL TO CONTINUE READING

ସୂଚନାନୁଯାୟୀ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Up Chief Minister) ଶୁକ୍ରବାର କୋଭିଡ-19 ସଂକ୍ରମଣ ନିୟନ୍ତ୍ରଣ କରିବାକୁ ଥିବା ଟିମ ୯ ସହିତ ବୈଠକ କରିଥିଲେ । ଏହି ବୈଠକରେ ରାଜ୍ୟର କୋରୋନା ଅବସ୍ଥା ଦେଖି ଧିରେ ଧିରେ ସବୁକିଛି ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୂଚନାନୁଯାୟୀ, କୋରୋନା ମହାମାରୀ (Corona Pandemic) ଏବେ ରାଜ୍ୟରେ ନିୟନ୍ତ୍ରଣାଧିନ ।ଏଥିପାଇଁ ଲୋକଙ୍କ ଜୀବନ ସହ ଜୀବିକା ପ୍ରତି ମଧ୍ୟ ସରକାର ଧ୍ୟାନ ଦେଉଛନ୍ତି । 


Also Read: ଅଧିକ କୋରୋନା ସଂକ୍ରମିତ ରାଜ୍ୟ ତାଲିକାରେ ଓଡ଼ିଶା, କେନ୍ଦ୍ରୀୟ ଟିମ୍ କରିବ ସ୍ଥିତି ସମୀକ୍ଷା


ସେଥିପାଇଁ ଜୁଲାଇ ୫ରୁ ମଲ୍ଟିଫ୍ଲେକ୍ସ ସିନେମାହଲ (Multiplex Cinema Hall), ଜିମ୍ ଓ ଷ୍ଟାଡିୟମ କୋଭିଡ ଗାଇଡଲାଇନ ମାନି ଖୋଲାଯିବ । ଏହାସହ କୋରୋନା ପାଇଁ ସିନେମାହଲ (Cinema Hall) ମାଲିକଙ୍କ ବ୍ୟବସାୟ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇରହିଛି । ତେବେ ସେମାନଙ୍କ କଥା ଚିନ୍ତା କରିବା ସହ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସେପଟେ କୋଭିଡ ଟିମ୍ ଅଧିକାରୀଙ୍କୁ ଏ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି କି ରାଜ୍ୟରେ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ ହେଲେ ଗାଁ, ଛୋଟ ନଗରୀରେ ହେଲଥ ଏଟିଏମ ସ୍ଥାପନା କରିବା ନେଇ ବିଚାର କରାଯାଉ। 


Also Read: ପାକିସ୍ତାନରେ ହେଉଛି ଟଙ୍କା ବର୍ଷା! ବିଶ୍ୱ ବ୍ୟାଙ୍କ ଭାରତ ଅପେକ୍ଷା ପାକିସ୍ତାନକୁ ଦେଇଛି ଅଧିକ ଋଣ


ଏହି ଅତ୍ୟାଧୁନିକ ମେସିନ୍ ମାଧ୍ୟମରେ ଲୋକମାନେ ନିଜ ଶରୀରର ବିଭିନ୍ନ ରୋଗ ଯେମିତିକି ବଡି ମାସ ଇଣ୍ଡେକ୍ସ, ବ୍ଲଡ ପ୍ରେସର, ମେଟାବୋଲିକ ଏଜ୍, ବଡି ଫ୍ୟାଟ, ହାଇଡ୍ରେସନ, ପଲ୍ସ ରେଟ, ହାଇଟ୍, ମସଲ ମାସ୍, ଶରୀରର ତାପମାତ୍ରା, ଶରୀରରେ ଅକ୍ସିଜେନର ମାତ୍ରା ସହ ଓଜନର ପାରା ମିଟରର ମଧ୍ୟ ଯାଞ୍ଚ କରିପାରିବ। ସିଏମ ଅଫିସରଙ୍କୁ ଏ ନିର୍ଦ୍ଦେଶ ଦେଇଛନ୍ତି ଯେ, ହେଲ୍ଥ ଏଟିଏମ (Health Atm) ସଞ୍ଚାଳନ କରିବା ନେଇ କିଛି କର୍ମୀମାନଙ୍କୁ ତାଲିମ ଦେବାକୁ ବ୍ୟବସ୍ଥା କରାଯାଉ । ମୁଖ୍ୟମନ୍ତ୍ରୀ ଏହି ପ୍ରୋଜେକ୍ଟ ଉପରେ କାମ କରିବାକୁ ନେଇ ନିର୍ଦ୍ଦେଶ ଦେଇଛନ୍ତି ।