ନୂଆଦିଲ୍ଲୀ: ୨୦୧୬ ବ୍ୟାଚର ଆଇଏସ୍ ଟପ୍ପର ଟିନା ଡାବି ତାଙ୍କ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଆସନ୍ତା ମାସରେ ଦ୍ୱିତୀୟ ବିବାହ କରିବେ। ଟିନା ଏଥର ବି ଜଣେ ଆଇଏଏସ୍ ଅଧିକାରୀଙ୍କୁ ଜୀବନ ସାଥୀ ଭାବେ ବାଛିଛନ୍ତି। ଆଉ ଏହି ସୂଚନାକୁ ଟିନା ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଟିନଙ୍କ ଦ୍ୱିତୀୟ ବିବାହ ନିଷ୍ପତିକୁ ତାଙ୍କ ଫ୍ୟାନ୍ସମାନେ ଖୁବ ପ୍ରଶଂସା କରୁଛନ୍ତି। 


COMMERCIAL BREAK
SCROLL TO CONTINUE READING

ପ୍ରଥମ ସ୍ୱାମୀ ଅତହର ଅମୀର ଖାନଙ୍କ ସହ ଛାଡପତ୍ର ପରେ ୨୮ ବର୍ଷିୟା ଆଇଏସ୍ ଟପ୍ପର ଟିନା ଡାବି ତାଙ୍କ ବ୍ୟକ୍ତିଗତ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି। ନିକଟରେ ଏକ ବ୍ୟକ୍ତିଗତ ସମାରୋହରେ ଟିନା ତାଙ୍କ ସାଥୀ ଆଇଏଏସ୍ ଅଧିକାରୀ ଡ. ପ୍ରଦୀପ ଗୱାଣ୍ଡେଙ୍କ ସହ ନଜର ଆସିଥିଲେ। ଉଭୟ ଟିନା ଏବଂ ପ୍ରଦୀପ ସେମାନଙ୍କର ନୂତନ ଯାତ୍ରା ବିଷୟରେ ସୋସଆଲ ମିଡିଆରେ ଘୋଷଣା କରିଛନ୍ତି। ଟିନାଙ୍କ ଠାରୁ ପ୍ରଦୀପ ବୟସରେ ୧୩ ବର୍ଷ ବଡ ହେବେ। ଟିନା ଡାବି ତାଙ୍କ ଭବିଷ୍ୟତ ସ୍ୱାମୀ ପ୍ରଦୀପ ଗୱାଣ୍ଡେଙ୍କ ସହ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଲେଖିଛନ୍ତି - "ତୁମେ ଦେଉଥିବା ହସକୁ ମୁଁ ପିନ୍ଧୁଛି"। 


Also Read: Pooja Banerjeeଙ୍କ ଝିଅର ଫଟୋ ଭାଇରାଲ, ପତିଙ୍କୁ ଏମିତି ଚିଠି ଲେଖିଲେ ଅଭିନେତ୍ରୀ


ମହାରାଷ୍ଟ୍ରର ପ୍ରଦୀପ ଗୱାଣ୍ଡେ ୨୦୧୩ ବ୍ୟାଚର ଆଇଏଏସ୍ ଅଫିସର ଚୁରୁରେ ଜିଲ୍ଲାପାଳ ଥିଲେ। ବର୍ତ୍ତମାନ ସେ ପତ୍ତ୍ନତତ୍ତ୍ୱ ବିଭାଗର ନିର୍ଦ୍ଦେଶକ ଅଛନ୍ତି। ପ୍ରଦୀପ ଗାୱାଣ୍ଡେଙ୍କର ମଧ୍ୟ ଏହା ଦ୍ୱିତୀୟ ବିବାହ ହେବ। ଆଇଏଏସ୍ ପ୍ରେମିଯୁଗଳ ଏପ୍ରିଲ୍ ୨୨ରେ ଜୟପୁରର ଏକ ହୋଟେଲରେ ବିବାହ କରିବାକୁ ଯାଉଛନ୍ତି। ଏହା ରାଜସ୍ଥାନ କ୍ୟାଡରର ଆଇଏଏସ୍ ଟିନା ଟିନା ଏବଂ ପ୍ରଦୀପଙ୍କ ଦ୍ୱିତୀୟ ବିବାହ ହେବ। ଏହି ପ୍ରେମି ଯୁଗଳବର୍ତ୍ତମାନ ରାଜସ୍ଥାନର ଜୟପୁରରେ କାର୍ଯ୍ୟରତ ଅଛନ୍ତି। ୪ ମାସ ପୂର୍ବେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା। ତେବେ ଟିନାଙ୍କ ବିବାହ ଖବର ଶୁଣି ତାଙ୍କ ପ୍ରସଂସକମାନେ ଖୁବ ଉତ୍ସାହିତ ହେବା ସହ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି।



ଟିନାଙ୍କ ବିବାହ ଖବର ତାଙ୍କ ପୂର୍ବତନ ସ୍ୱାମୀ ଅତହର ଖାନଙ୍କୁ ଛାଡ଼ପତ୍ର ଦେବାର ସାତ ମାସ ପରେ ଆସିଛି। ଆଇଏସ୍ ଟ୍ରେନିଂ ସୟରେ ଅତହର ଖାନ ଓ ଟିନା ଡାବିଙ୍କ ମଧ୍ୟରେ ନିବିଡ ସମ୍ପର୍କ ଗଢି ଉଠିଥିଲା। ଦୁଇ ବର୍ଷର ପ୍ରେମ ସମ୍ପର୍କ ପରେ ସେମାନେ ୨୦୧୮ରେ ବିବାହ କରିଥିଲେ। କିନ୍ତୁ କୌଣସି କାରଣରୁ ସେମାନେ ଗତବର୍ଷ ଅଗଷ୍ଟରେ ଆପୋଷ ବୁଝାମଣା କରି ବିବାହ ବିଚ୍ଛେଦ ହୋଇଥିଲେ। ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଟିନା ଜାମ୍ମୁ କାଶ୍ମୀରକୁ ଟ୍ରାନ୍ସଫର ହୋଇଥିବା ବେଳେ ଅତହର, ରାଜସ୍ଥାନରେ ହିଁ ଥିଲେ।


Also Read: ଶିବସେନାର ମୁସଲିମ ନେତା ଓୱେସୀଙ୍କ ପାର୍ଟିକୁ ଦେଇଥିଲେ ବିଜୟ!


ଟିନା ଓ ଅତହରଙ୍କ ବିବାହ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ତତ୍କାଳୀନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଏବଂ ଅନ୍ୟାନ୍ୟ ରାଜନୈତିକ ନେତା ଯୋଗ ଦେଇଥିଲେ। ତେବେ ଟିନା ସୋସିଆଲ ମିଡିଆ ଆକାଉଣ୍ଟରୁ ନିଜ ନାମରୁ 'ଖାନ'କୁ ହଟାଇବା ପରେ ବିବାହରେ ବିବାଦ ସମ୍ପର୍କରେ ଖବର ସାମ୍ନାକୁ ଆସିଥିଲା। ଦିଲ୍ଲୀର ଲେଡି ଶ୍ରୀ ରାମ କଲେଜରୁ ଟିନା ଡାବି ସ୍ନାତକ ହାସଲ କରିଥିଲେ। ସେ ପ୍ରଥମ ପ୍ରୟାସରେ UPSC ପରୀକ୍ଷାରେ ପ୍ରଥମ ଦଳିତ ଭାବେ ଶୀର୍ଷରେ ରହିବାର ସୌଭାଗ୍ୟ ହାସଲ କରିଥିଲେ।