Pooja Banerjeeଙ୍କ ଝିଅର ଫଟୋ ଭାଇରାଲ, ପତିଙ୍କୁ ଏମିତି ଚିଠି ଲେଖିଲେ ଅଭିନେତ୍ରୀ
Advertisement
Article Detail0/zeeodisha/odisha1137359

Pooja Banerjeeଙ୍କ ଝିଅର ଫଟୋ ଭାଇରାଲ, ପତିଙ୍କୁ ଏମିତି ଚିଠି ଲେଖିଲେ ଅଭିନେତ୍ରୀ

ପୂଜା ପୂର୍ବରୁ ସେୟାର କରିଥିବା ଫଟୋରେ କେବଳ ଶିଶୁକନ୍ୟାର ଆଙ୍ଗୁଠି ହିଁ ଦେଖାଯାଉଥିଲା। ଏହା ସହିତ ପୂଜା ଶିଶୁକନ୍ୟାର ନାମ ମଧ୍ୟ କହିଥିଲେ। ସେବେଠାରୁ ଲୋକମାନେ ପୂଜାଙ୍କ ସୁନ୍ଦର ଶିଶୁକନ୍ୟାଙ୍କୁ ଦେଖିବାକୁ ବହୁତ ଆଗ୍ରହୀ ଥିଲେ। ସେ ସେୟାର କରିଥିବା ଫଟୋଟିକୁ ତାଙ୍କର ପ୍ରଶଂସକମାନେ ବହୁ ମାତ୍ରାରେ ପସନ୍ଦ କରିବା ସହ ଶୁଭେଚ୍ଛା  ଜଣାଇଛନ୍ତି।

ସୌ: ସୋସିଆଲ ମିଡିଆ

ମୁମ୍ବାଇ: ଲେକପ୍ରିୟ ଧାରାବାହିକ କୁମ୍କୁମ୍ ଭାଗ୍ୟର ମୁଖ୍ୟ ଅଭିନେତ୍ରୀ ପୂଜା ବାନାର୍ଜୀ ସୁନ୍ଦର ଶିଶୁକନ୍ୟାଟିଏ ଜନ୍ମ ଦେଇଛନ୍ତି। ଝିଅର ପ୍ରଥମ ଝଲକକୁ ସେ ପ୍ରଶଂସକଙ୍କ ପାଇଁ ସେୟାର କରିଛନ୍ତି। କିଛି ସମୟ ପୂର୍ବରୁ ସେ ତାଙ୍କ ଝିଅର ଫଟୋ ସେୟାର କରିଥିଲେ। କିନ୍ତୁ ସେ ପୂର୍ବରୁ ସେୟାର କରିଥିବା ଫଟୋରେ କେବଳ ଶିଶୁକନ୍ୟାର ଆଙ୍ଗୁଠି ହିଁ ଦେଖାଯାଉଥିଲା। ଏହା ସହିତ ପୂଜା ଶିଶୁକନ୍ୟାର ନାମ ମଧ୍ୟ କହିଥିଲେ। ସେବେଠାରୁ ଲୋକମାନେ ପୂଜାଙ୍କ ସୁନ୍ଦର ଶିଶୁକନ୍ୟାଙ୍କୁ ଦେଖିବାକୁ ବହୁତ ଆଗ୍ରହୀ ଥିଲେ। ସେ ସେୟାର କରିଥିବା ଫଟୋଟିକୁ ତାଙ୍କର ପ୍ରଶଂସକମାନେ ବହୁ ମାତ୍ରାରେ ପସନ୍ଦ କରିବା ସହ ଶୁଭେଚ୍ଛା  ଜଣାଇଛନ୍ତି।

ଅଭିନେତ୍ରୀ ପୂଜା ବାନାର୍ଜୀ (Pooja Banerjee) ତାଙ୍କ କୁନି ଝିଅର ଫଟୋସୁଟ କରାଇଛନ୍ତି। ଫୁଲର ଏକ ଶେଯରେ କୁନି ଝିଅ ଶୋଇଥିବାର ଫଟୋ ମଧ୍ୟ ସେ ସେୟାର କରିଛନ୍ତି। ଶିଶୁକନ୍ୟାଟି ଅତି ଶାନ୍ତ ସରଳ ଭାବରେ ଫୁଲର ଶେଯରେ ଶୋଇଛନ୍ତି। ତାଙ୍କ ମୁହଁରେ ସ୍ମିତ ହସର ଝଲକ ଦେଖିବାକୁ ମିଳିଛି। କୁନି ଝିଅଟି ହେୟାରବ୍ୟାଣ୍ଡ ପିନ୍ଧିଥିବା ବେଳେ ଗୋଲାପି ରଙ୍ଗରେ ଘରଟିକୁ ଆଲୋକିତ କରାଯାଇଛି। ଯେଉଁଥିପାଇଁ ପୂଜା ବାନାର୍ଜୀଙ୍କ ନବଜାତ ଶିଶୁକନ୍ୟା ପରୀଟିଏ ଭଳି ଦେଖାଯାଉଛନ୍ତି। ଆଉ ଏହି ଫଟୋଟିକୁ ଏବେ ଢେର ଲାଇକ ଓ କମେଣ୍ଚ ମିଳୁଛି।

Also Read: କଙ୍ଗନାଙ୍କୁ ମୁହଁତୋଡ୍ ଜବାବ ଦେଇ 'Lock Upp'ରୁ ବାହାରିଲେ ଜିଦି Saisha Shinde

ପୂଜା ଏହି ସୁନ୍ଦର ଫଟୋ ପୋଷ୍ଟ କରିବା ସହ ଏକ କ୍ୟାପସନରେ ଲେଖିଛନ୍ତି, 'ହେ ସାନା ଏସ୍ ସେଜୱାଲ @sanassejwaal। ମାର୍ଚ୍ଚ ୧୨ ତାରିଖରେ ଜନ୍ମ ହୋଇଥିବା ଆମ ରାଜକୁମାରୀ ତାର କୁନି କୁନି ପାଦରେ ଆମ ଘର ଏବଂ ହୃଦୟକୁ ଭରପୂର ପ୍ରେମରେ ପରିପୂର୍ଣ୍ଣ କରିଛି। ତୁମକୁ ମାମା ଏବଂ ପାପାଙ୍କ ତରଫରୁ ଅନେକ ଭଲ ପାଇବା।'

fallback

କିଛିଦିନ ପୂର୍ବରୁ ଅଭିନେତ୍ରୀ ପୂଜା ବାନାର୍ଜୀ ତାଙ୍କ ଶିଶୁ କନ୍ୟାର ନାମକୁ ନିଆରା ଢଙ୍ଗରେ ପ୍ରକାଶ କରିଥିଲେ। ସେ ତାଙ୍କ କୁନି ଝିଅ ତରଫରୁ ସ୍ୱାମୀଙ୍କୁ ଏକ ସ୍ନେହ ଓ ଭାବପୂର୍ଣ୍ଣ ଚିଠି ଲେଖିଥିଲେ। ଯେଉଁ ଚିଠିଟିରେ ସେ ତାଙ୍କ ସ୍ୱାମୀଙ୍କୁ ଝିଅର ବାପା ଭାବରେ ସମ୍ବୋଧିତ କରିଥିଲେ। ଆଜି ମୁଁ ତୁମ ପାଇଁ ପ୍ରଥମ ଥର ପାଇଁ ଏକ ଚିଠି ଲେଖୁଛି, ସତ କହିବାକୁ ଗଲେ ମୁଁ ଏବେ ଏକ ବହି ଲେଖିପାରେ !! # ସ୍ମାର୍ଟ ଯୋଡି ଲେଟର୍ ଅଫ୍ ଲଭ୍।' ଅନ୍ୟ ଏକ ଚିଠିରେ ଅଭିନେତ୍ରୀ ଲେଖିଥିଲେ ଯେ, ପ୍ରିୟର ସ୍ୱାମୀ (ବର୍ତ୍ତମାନ ସାନାର ପିତା) ସମସ୍ତ ଭଲ ନିଷ୍ପତ୍ତିରେ ମୋ ସହିତ ଥିବାରୁ ଅନେକ ଅନେକ ଧନ୍ୟବାଦ। ସମସ୍ତ ଭଲ ଏବଂ ଖରାପ ସମୟରେ ମୋତେ ସାହାଯ୍ୟ କରିଥିବାରୁ ମଧ୍ୟ ଧନ୍ୟବାଦ।