US Confidential Documents Leaked: ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ୍‌ ଠାରେ ଲିକ୍ ହୋଇଯାଇଛି ବହୁ ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ତଥ୍ୟ। ଏହି ଘଟଣା ସାମ୍ନାକୁ ଆସିବା ପରେ ଆମେରିକା ପକ୍ଷରୁ ଆରମ୍ଭ ହୋଇ ଯାଇଛି ତଦନ୍ତ। ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ତଥ୍ୟ ଲିକ ହେବା ଘଟଣା କେବଳ ଶତ୍ରୁ ନୁହେଁ ଆମେରିକାର ସହଯୋଗୀ ଦେଶଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ଏହି ଗୁପ୍ତ ଡକ୍ୟୁମେଣ୍ଟ ଲିକ୍ ହେବା ଆମେରିକା ପାଇଁ ଲଜ୍ଜାଜନକ ଏବଂ ଏହାର ସହଯୋଗୀଙ୍କ ପାଇଁ ବିପଜ୍ଜନକ। କାରଣ ଏହି ତଥ୍ୟ ୟୁକ୍ରେନର ବାୟୁ ପ୍ରତିରକ୍ଷା ଠାରୁ ଆରମ୍ଭ କରି ଇସ୍ରାଏଲ ଗୁଇନ୍ଦା ଏଜେନ୍ସି ମୋସାଦ ପକ୍ଷରୁ କରାଯାଉଥିବା ଗୁପ୍ତଚର କାର୍ଯ୍ୟ ବିଷୟରେ ଜଡ଼ିତ ରହିଛି।


COMMERCIAL BREAK
SCROLL TO CONTINUE READING

ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ତଥ୍ୟ ଲିକ ହେବା ଘଟଣାରେ  ପ୍ରତିକ୍ରିୟା ରଖି ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି ଯେ, ଏହି ଘଟଣା ଅନ୍ୟ ଜଣଙ୍କ ବଦଳରେ ଜଣେ ଆମେରିକୀୟ ବ୍ୟକ୍ତି ସମ୍ପୃକ୍ତ ରହିପାରନ୍ତି। ଲିକ୍ ହୋଇଥିବା ଏହି ତଥ୍ୟରେ ଋଷିଆ-ୟୁକ୍ରେନ୍ ଯୁଦ୍ଧ, ଚୀନ୍, ମଧ୍ୟ ପୂର୍ବ ଏବଂ ଆଫ୍ରିକା, ଦକ୍ଷିଣ କୋରିଆ ଏବଂ ଅନ୍ୟାନ୍ୟ ସମ୍ବନ୍ଧୀୟ ସୂଚନା ରହିଛି। ମାଇକଲ ମୁଲରାୟ ନାମକ ଜଣେ ଆମେରିକୀୟ ଅଧିକାରୀ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଡକ୍ୟୁମେଣ୍ଟ ଲିକ୍‌ ହେବା ଘଟଣାକୁ ଗମ୍ଭୀରତାର ସହ ନିଆଯାଉଛି। କାରଣ ଏଥିରେ ଏପରି କିଛି ତଥ୍ୟ ରହିଥିଲା ଯାହା କେବଳ ଯୁକ୍ତରାଷ୍ଟ୍ର ଆମେରିକା ପାଖରେ ରହିଥିଲା। ମାଇକଲ ମୁଲରାୟ ଯୁକ୍ତରାଷ୍ଟ୍  ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ୍‌ ଠାରେ ଜଣେ ଅଧିକାରୀ ଭାବରେ ନିଜର ସେବା ଦେଇସାରିଛନ୍ତି। 


ଆମେରିକାୀୟ ଅଧିକାରୀ ଅଭିଯୋଗ କରିଛନ୍ତି ଯେ ସାମରିକ ଡକ୍ୟୁମେଣ୍ଟ ଲିକ୍ ପଛରେ ଋଷିଆ କିମ୍ବା ଋଷିଆ ସମର୍ଥିତ ଗୋଷ୍ଠୀ ସାମିଲ ରହିପାରନ୍ତି। ହେଲେ ଏହାର କୌଣସି ନିଶ୍ଚିତତା ନାହିଁ। ଆମେରିକୀୟ ଡକ୍ୟୁମେଣ୍ଟ ଲିକ ହେବା ଘଟଣାରେ ଋଷିଆ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ। ଲିକ୍ ହୋଇଥିବା ତଥ୍ୟରେ ଗୁଇନ୍ଦା ରିପୋର୍ଟ ରହିଥିଲା। ଏହାକୁ ଲିକ କରିବା ପୂର୍ବରୁ ଏଥିରେ କୌଣସି ପରିବର୍ତ୍ତନ ହୋଇଥାଇପାରେ।


ଏକ ଲିକ୍ ହୋଇଥିବା ଡକ୍ୟୁମେଣ୍ଟ ଦର୍ଶାଇଛି ଯେ ଦେଶର ସୁପ୍ରିମକୋର୍ଟ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନେବାକୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଯୋଜନା ବିରୋଧରେ ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦ କଥିତ ରୂପରେ ବିରୋଧ ପ୍ରଦର୍ଶନକୁ ସମର୍ଥନ କରୁଥିବାର କୁହାଯାଉଛି। ହେଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ରବିବାର ଏକ ବିବୃତ୍ତି ଜାରି କରି ଏହି ଦାବିକୁ ମିଥ୍ୟା ବୋଲି କହିଛି।


ଅନ୍ୟ ଏକ ତଥ୍ୟରେ ଦକ୍ଷିଣ କୋରିଆ ପକ୍ଷରୁ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ନେଇ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ପକାଯାଉଥିବା ଚାପ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଣ କରିବାକୁ ନେଇ ଦେଶର ଅଧିକାରୀଙ୍କ ମଧ୍ୟରେ ଆଲୋଚନା ବିଷୟରେ ବିସ୍ତୃତ ବିବରଣୀ ରହିଛି। ରବିବାର ଦକ୍ଷିଣ କୋରିଆର ଜଣେ ଅଧିକାରୀ କହିଛନ୍ତି ଯେ ଲିକ୍ ହୋଇଥିବା ଡକ୍ୟୁମେଣ୍ଟ ବିଷୟରେ ଖବର ପ୍ରସାରିତ ହୋଇଥିବାର ଜାଣିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ସହ ଉଠାଯାଇଥିବା ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଯୋଜନା ରହିଛି।


ଗୁପ୍ତଚର ଅଭିଯୋଗକୁ ନେଇ ଦକ୍ଷିଣ କୋରିଆ ସାଂସଦ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଡେମୋକ୍ରାଟିକ୍ ପାର୍ଟିର ସାଂସଦ ଏକ ମିଳିତ ବିବୃତ୍ତିରେ କହିଛନ୍ତି, ଆମେ ଏପରି ଘଟଣାର ତଦନ୍ତ କରିବାକୁ ଅନୁରୋଧ କରୁଛୁ। ଲିକ୍ ହୋଇଥିବା ତଥ୍ୟରେ ୟୁକ୍ରେନରେ ଋଷିଆ ପକ୍ଷରୁ କରାଯାଇଥିବା ଆକ୍ରମଣ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ଗୁପ୍ତଚର ତଥ୍ୟ ରହିଥିଲା। ଏହା ବ୍ୟତୀତ ଏଥିରେ ଏପରି କିଛି ତଥ୍ୟ ମଧ୍ୟ ରହିଥିଲା ​​ଯେ, ଯାହା ଇରାନ ସମେତ ବ୍ରିଟେନ ଏବଂ କୋରିଆ ପରି ବନ୍ଧୁତ୍ୱପୂର୍ଣ୍ଣ ଦେଶରେ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ କଥିତ ରୂପେ କରାଯାଇଥିବା ଗୁପ୍ତଚର କାର୍ଯ୍ୟ ବାବଦରେ ଦର୍ଶାଉଛି। 


ଏହା ମଧ୍ୟ ଦାବି କରାଯାଇଛି ଯେ ଆମେରିକୀୟ ଗୁପ୍ତଚର ଇରାନ ଏବଂ ଉତ୍ତର କୋରିଆ ପକ୍ଷରୁ ବିକଶିତ କରାଯାଉଥିବା ଆଣବିକ ଏବଂ କ୍ଷେପଣାସ୍ତ୍ର ପ୍ରଣାଳୀ ବିଷୟରେ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରିଛନ୍ତି। ଏହି ଡକ୍ୟୁମେଣ୍ଟ ଲିକ୍ କାରଣରୁ ଋଷିଆ ଏବଂ ଅନ୍ୟାନ୍ୟ ଦେଶରେ ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱାରା ପରିଚାଳିତ ଗୁପ୍ତଚର ବ୍ୟବସ୍ଥା ଆହୁରି ଦୁର୍ବଳ ହୋଇଯିବ। ଏପିରିକି  ଏହି ଦେଶ ମଧ୍ୟ ଜାଣିବାକୁ ପାଇଛନ୍ତି ଯେ ଆମେରିକୀୟ ଗୁପ୍ତଚର କେଉଁ ପ୍ରକାରର ତଥ୍ୟ ସଂଗ୍ରହ କରନ୍ତି।